ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଜଗାର ନ ପାଇ ଦାଦନ ଯାଇଥିବା ଯୁବକ ପାଳଟୁଛି ଶବ

ମୃତ୍ୟୁର କାରଣ ଅସ୍ପଷ୍ଟ

କଳାହାଣ୍ଡି ଜିଲ୍ଲା ରେ ଦାଦନର ଦୁଃଖ ପିଛା ଛାଡୁନାହିଁ । କେତେବେଳେ କେଉଁ ରୂପରେ ଦାଦନର ମୁଣ୍ଡ ଉପରେ ମୃତ୍ୟୁ ର କରାଳ ଛାୟା ମାଡି ଆସୁଛି ତାହା ସତ୍ତ୍ୱେ ବି ପେଟର ଜ୍ୱାଳା ସହ୍ୟ କରି ନ ପାରି ଲୋକେ ଦାଦନ ଭଳି ଚରମ ପନ୍ଥାକୁ ଆପଣେଇବାରେ ବାଧ୍ୟ ହେଉଛନ୍ତି ।ପ୍ରଶାସନ ର କଟକଣା ସ୍ୱର୍ତ୍ତେ ମଧ୍ୟ କଳାହାଣ୍ଡି ଜିଲ୍ଲା କଲମପୁର ଅଂଚଳର ସହସ୍ର ଲୋକେ ଆଜି ଦାଦନ ମୁହାଁ ହୋଇ ସାରିଛନ୍ତି। କେରଳ , ହାଇଦ୍ରାବାଦ ,ଗୋଆ ଚେନ୍ନାଇ ଭଳି ବିଭିନ୍ନ ଅଂଚଳରେ ଦାଦନ ଖଟୁଥିବା ଜଣାପଡିଛି। ଏ ପରିପେକ୍ଷୀ ରେ ଆଜି ଜଣେ ଦାଦନ ଯୁବକ ର ମୃତ୍ୟୁ ଅଂଚଳରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ।

ପଣ୍ଡିଗାଁ ପଞ୍ଚାୟତ ଅନ୍ତର୍ଗତ ପାତ୍ରବସା ଗ୍ରାମର ପ୍ରସନ୍ନ ଦଣ୍ଡସେନା ଙ୍କ ପୁଅ ବିକ୍ରମ ଦଣ୍ଡସେନା (ନବଘନ) ୨୫ କେରଳ ର ତ୍ରିଶୂର ଅଂଚଳ ର ଏକ ଘରୋଇ କମ୍ପାନୀ ରେ କାମ କରୁଥିଲା ।ଗତ କାଲି ତାଙ୍କର ମୃତ୍ୟୁ ହୋଇଥିବା ଆଜି ସକାଳେ ପରିବାର ଲୋକେ ଖବର ପାଇ ଯୋଗାଯୋଗ କରୁଥିବା ବେଳେ ସେମାନଙ୍କ ସହ ଯୋଗାଯୋଗ ରେ ଭାଷା ଗତ ସମସ୍ୟା ବାଧକ ସୃଷ୍ଟି କରୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି ।

ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ପରିବାର ଲୋକେ ଅନିଶ୍ଚିତତା ମଧ୍ୟରେ କିଂକର୍ତ୍ତବ୍ୟ ବିମୁଡ଼ ହୋଇପଡିଛନ୍ତି । ପରିବାର ଆର୍ଥିକସ୍ଥିତି ଠିକ ନ ଥିବାବେଳେ ଘରୋଇ କାରଖାନା ଶବ ଟିକୁ ନିଜ ଭିଟାମାଟି ଆଣିବା ପାଇଁ ସହାୟତା ର ହାତ ବଡାଇ ନ ଥିବା କାରଣ ରୁ ଶବ ସତ୍କାର କେରଳ ଠାରେ ହିଁ କରିଥିବା ପରିବାର ପକ୍ଷରୁ ପ୍ରକାଶ କରିଛନ୍ତି ।

କଲମପୁର ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ

Related posts

କବିତା – ଖରା

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଭିଜା ମାଟିର ବାସ୍ନା

Sunil Chandra Nayak

ମ୍ୟୁଜିକ୍ ସର୍କଲର ୪୫ତମ ବସନ୍ତ ସମାରୋହ ୨୦୨୨ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!