ମୟୂରଭଞ୍ଜ – ୫/୬/୨୨ (ମସିହା) ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉପଖଣ୍ଡ ସଂଯୋଜକ ରୋହିନ୍ ମହାନ୍ତିଙ୍କ ଆହ୍ବାକ୍ରମେ ନିଖିଳ ଉତ୍କଳ କନ୍ୟା ତ ଶିକ୍ଷକ,ଶିକ୍ଷା ନିରୀକ୍ଷକ ସଂଘ, ଗଣଶିକ୍ଷା ବିଭାଗ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଛାତ୍ରାବାସ ଦାୟିତ୍ଵ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଙ୍କ ନିଷ୍ପତ୍ତି କୁ ସ୍ଵାଗତ କରାଯାଇଛି । କିନ୍ତୁ ବୈଠକରେ ସରକାର ଛାତ୍ରାବାସର ଖାଦ୍ଯପେୟ,ସୁରକ୍ଷା,ପୋଷାକ, ସ୍ବାସ୍ଥ୍ୟ ସମସ୍ତ ଦାୟିତ୍ବ ସରକାର ମହିଳା ଗୋଷ୍ଠୀଙ୍କୁ ଆଂଶିକ ନ ଦେଇ ସଂପୁର୍ଣ୍ଣ ହସ୍ତାନ୍ତର ପାଇଁ ଦାବି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା ।ଶିକ୍ଷକ/ ଶିକ୍ଷୟତ୍ରୀ କେବଳ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରି ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ,ମାନସିକ,ଚାରିତ୍ରିକ, ଶାରିରୀକ, ବୌଦ୍ଧିକ ବିକାଶରେ ମନପ୍ରାଣ ଦେବେ । ସରକାର ପାଠପଢ଼ା ଛଡ଼ା ଅନ୍ୟ କାମରେ ଶିକ୍ଷକମାନଙ୍କୁ ଚାପ ନ ଦେଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ମାନଙ୍କୁ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାପାଇଁ ନିର୍ଦ୍ଦେଶ ଦିଅନ୍ତୁ ।ଯଦି ସରକାର ଶିକ୍ଷକ / ଶିକ୍ଷୟିତ୍ରୀ ମାନଙ୍କ ଦାବିକୁ ଗ୍ରହଣ ନ କରନ୍ତି ଆଗାମି ଦିନରେ ଶିକ୍ଷକ ସମାଜ ସମୂହ ଇସ୍ତଫା ଦେବାକୁ ବାଧ୍ୟ ହେବେ ବୋଲି ନିଷ୍ପତ୍ତି ହୋଇଥିଲା ।ବୈଠକରେ କଲ୍ୟାଣ ବିଭାଗ ସଂଘର ମୟୂରଭଞ୍ଜ ଜିଲ୍ଲା ସଂପାଦକ ଦିପ୍ତୀକାନ୍ତ ଜେନା,ସଲମାନ୍ ମାର୍ଣ୍ଡୀ,ପଦ୍ମାଳୟା ସୋରେନ,ପାନେଶ୍ବରୀ ମୁର୍ମୁ, ପୁଷ୍ପାଞ୍ଜଳି ତ୍ରିପାଠୀଙ୍କ ସମେତ ବହୁ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ରାଇରଙ୍ଗପୁର ଉପଖଣ୍ଡ ସଭାପତି ବଳରାମ ବାରିକ ସଂଯୋଜନା କରିଥିବା ବେଳେ ଭବତୋଷ ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ