ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ – ଶିକ୍ଷାନୁଷ୍ଠାନର ସମସ୍ତ ଦାୟିତ୍ବ ସ୍ଵୟଂ ସହାୟିକା ଗୋଷ୍ଠୀକୁ ସଂପୁର୍ଣ୍ଣ ହସ୍ତାନ୍ତର କରାଯିବାପାଇଁ ସବୁବର୍ଗର ଶିକ୍ଷକଙ୍କ ଦାବି

ମୟୂରଭଞ୍ଜ – ୫/୬/୨୨ (ମସିହା)  ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଉପଖଣ୍ଡ ସଂଯୋଜକ ରୋହିନ୍ ମହାନ୍ତିଙ୍କ ଆହ୍ବାକ୍ରମେ ନିଖିଳ ଉତ୍କଳ କନ୍ୟା ତ ଶିକ୍ଷକ,ଶିକ୍ଷା ନିରୀକ୍ଷକ ସଂଘ, ଗଣଶିକ୍ଷା ବିଭାଗ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଛାତ୍ରାବାସ ଦାୟିତ୍ଵ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଙ୍କ ନିଷ୍ପତ୍ତି କୁ ସ୍ଵାଗତ କରାଯାଇଛି । କିନ୍ତୁ ବୈଠକରେ ସରକାର ଛାତ୍ରାବାସର‌ ଖାଦ୍ଯପେୟ,ସୁରକ୍ଷା,ପୋଷାକ, ସ୍ବାସ୍ଥ୍ୟ ସମସ୍ତ ଦାୟିତ୍ବ ସରକାର ମହିଳା ଗୋଷ୍ଠୀଙ୍କୁ ଆଂଶିକ ନ ଦେଇ ସଂପୁର୍ଣ୍ଣ ହସ୍ତାନ୍ତର ପାଇଁ ଦାବି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା ।ଶିକ୍ଷକ/ ଶିକ୍ଷୟତ୍ରୀ କେବଳ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରି ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ,ମାନସିକ,ଚାରିତ୍ରିକ, ଶାରିରୀକ, ବୌଦ୍ଧିକ ବିକାଶରେ ମନପ୍ରାଣ ଦେବେ । ସରକାର ପାଠପଢ଼ା ଛଡ଼ା ଅନ୍ୟ କାମରେ ଶିକ୍ଷକମାନଙ୍କୁ ଚାପ ନ ଦେଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ମାନଙ୍କୁ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାପାଇଁ ନିର୍ଦ୍ଦେଶ ଦିଅନ୍ତୁ ।ଯଦି ସରକାର ଶିକ୍ଷକ / ଶିକ୍ଷୟିତ୍ରୀ ମାନଙ୍କ ଦାବିକୁ ଗ୍ରହଣ ନ କରନ୍ତି ଆଗାମି ଦିନରେ ଶିକ୍ଷକ ସମାଜ ସମୂହ ଇସ୍ତଫା ଦେବାକୁ ବାଧ୍ୟ ହେବେ ବୋଲି ନିଷ୍ପତ୍ତି ହୋଇଥିଲା ।ବୈଠକରେ କଲ୍ୟାଣ ବିଭାଗ ସଂଘର ମୟୂରଭଞ୍ଜ ଜିଲ୍ଲା ସଂପାଦକ ଦିପ୍ତୀକାନ୍ତ ଜେନା,ସଲମାନ୍ ମାର୍ଣ୍ଡୀ,ପଦ୍ମାଳୟା ସୋରେନ,ପାନେଶ୍ବରୀ ମୁର୍ମୁ, ପୁଷ୍ପାଞ୍ଜଳି ତ୍ରିପାଠୀଙ୍କ ସମେତ ବହୁ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ରାଇରଙ୍ଗପୁର ଉପଖଣ୍ଡ ସଭାପତି ବଳରାମ ବାରିକ ସଂଯୋଜନା କରିଥିବା ବେଳେ ଭବତୋଷ ଦାସ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ବାଳଙ୍କ ରିପୋର୍ଟ

Related posts

ଆଜି ଷ୍ଟକ ବଜାରରେ ତାଲିକାଭୁକ୍ତ ହେବ ଏଲ୍‌ଆଇସି ସେୟାର

କଣ୍ଡୁରୀ ଚରଣ ନାୟକ  ଙ୍କ କବିତା ଏଇ ସାଗରର ନୀଳ ଉର୍ମି ମାଳାରେ 

Sunil Chandra Nayak

କୁଟେନ ଗ୍ରାମରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଲେ କଳାହାଣ୍ଡି ସାଂସଦ 

Sunil Chandra Nayak

Leave a Comment

error: Content is protected !!