୩୧ ଲକ୍ଷ ୪୫ ହଜାର ଟଙ୍କା ସହ ୪ ମୋଟର ସାଇକେଲ, ୬ ମୋବାଇଲ ଜବତ !
ଚାରି ଡ଼କାୟତ ଗିରଫ !
ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଗତ ୩୦ ତାରିଖ ରାତି ରେ ଧର୍ମଗଡ଼ ର ବ୍ୟବସାୟୀ ଦିନେସ ଅଗ୍ରୱାଲ ଙ୍କ ଘରୁ ମଧ୍ୟ ରାତ୍ରି ରେ ହୋଇଥିବା ଏକ ବଡ଼ ଧାରଣ ର ଡକାୟତି ଘଟଣା ର ପରଦା ଫାସ କରିଛି କଳାହାଣ୍ଡି ପୋଲିସ! ଆଜି ଧର୍ମଗଡ଼ ଏସଡ଼ିପିଓ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ପ୍ରେସମିଟ ରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି ! ପୁଲିସ ଏନେଇ ଟିଟିଲାଗଡ଼ ଅଞ୍ଚଳ ର ବାସୁ ପୁଟେଲ, ନେପାଳ ଆଡ଼ ଜୁଆଡ଼, ଯୁଗେନ ପଟେଲ, କୈଳାସ ହାତୀ ନାମକ ୪ ଜଣ ବ୍ୟକ୍ତି କୁ ଗିରଫ କରି ସେମାନଙ୍କ ଠାରୁ ୩୧ ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ ଭରି ସୁନା ,୪ ମୋଟର ସାଇକେଲ,୬ ମୋବାଇଲ ଫୋନ ,୨ଟି ଫିଙ୍ଗର ଗ୍ଲୋବ ଓ ଗୋଟିଏ ଚୋରି ରେ ବ୍ୟବହୃତ କେମିକାଲ ବୋତଲ କୁ ପୁଲିସ ଜବତ କରିଛି । ଏହି ଚୋରି ରେ ସମ୍ପୃକ୍ତ ଥିବା ୨ ଜଣ ଫେରାର ଅଛନ୍ତି । ଗତ ୩୦ ତାରିଖକ ମଧ୍ୟ ରାତ୍ରି ରେ ଶ୍ରୀ ଅଗ୍ରୱାଲଙ୍କ ଘର କୁ ପଶି କେମିକାଲ ପ୍ରୟୋଗ କରିବା ସହ ବ୍ୟବସାୟୀ ଙ୍କ ମାଁ ଓ ଭଉଣୀ ସୋଇଥିବା କୋଠରୀ ରେ ପଶି ପ୍ରାୟ ୫୦ ଲକ୍ଷ ଟଙ୍କା ଭର୍ତି ୨ ଟି ବ୍ୟାଗ ଧରି ଚମ୍ପଟ ମାରିଥିଲେ । ବର୍ତ୍ତମାନ ଫେରାର ଥିବା ୨ ଅଭିଯୁକ୍ତ ଗିରଫ ହେବା ପରେ ଆହୁରି ଚୋରି ସାମଗ୍ରୀ ମିଳିବାର ଆଶା ଥିବା କହିଛନ୍ତି କଳାହାଣ୍ଡି ଏସପି ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।