ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ – ଦୁବୁଲାବେଡା ବାଇକ/ପିକଅପ ଦୁର୍ଘଟଣାର ଚିକିତ୍ସାଧୀନ ମହିଳା ଆଖି ବୁଜିଲେ

ମୟୂରଭଞ୍ଜ- ୬/୬/୨୨(ମସିହା)  ଗତ ୨୦ ମଇ ଦିନ ଅପରାହ୍ନରେ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ରାଇରଙ୍ଗପୁର -ଗୋରୁମହିଷାଣୀ ର ସ୍ତା ଦୁବୁଲାବୈଡା ଛକରେ ବାଇକ /ଟିକଟ ଧକ୍କା ରେ ବାଇକ ଚାଳକ ତିରିଂ ଥାନା ଅନ୍ତର୍ଗତ ମଝିଗାଁର ଶିକ୍ଷକ କାଞ୍ଚନ ବାରିକ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀ ବାରିକ ଦୁର୍ଘଟଣା ର ଶିକାର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।ପରେ ଗୁରୁତର ହେବାରୁ ସେମାନଙ୍କୁ ଯାମସେଦପୁରର ଟାଟା ମେମୋରିଆଲ ହସପିଟାଲରେ ସେହିଦିନ ଭର୍ତ୍ତି କରାଯାଇଥିଲା । ଲକ୍ଷ୍ମୀ ବାରିକଙ୍କର ଗତକାଲି ‌ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ।ଗତ ୨୦ ତାରିଖ ଦିନ ବାପଘର ସାନପାଖଣା ଗ୍ରାମକୁ ସ୍ବାମୀଙ୍କ ସହ ବାଇକରେ ଆସି ନିଜ ଶ୍ଵଶୁର ଘରକୁ ଫେରୁଥିବାବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇଁ ଚୟନ

Sunil Chandra Nayak

ଜଗଜ୍ଜିବନ ସା ଙ୍କ କବିତା – ପୋଡା ଜଙ୍ଗଲ 

Sunil Chandra Nayak

କଙ୍ଗ୍ରା ଠାରୁ ଆଦର୍ଶ ବିଦ୍ୟାଳୟ ରାସ୍ତା ଶୋଚନୀୟ , ନିର୍ମାଣ ଦାବୀ

Sunil Chandra Nayak

Leave a Comment

error: Content is protected !!