ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭର୍ଚୁଆଳ ମୋଡ ରେ କୋକସରା ବ୍ଲକର ୭ ସ୍ମାର୍ଟ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କୋକସରା,୬ା୬- (ମ ନି ସ)   ୫ଟି ମୋ ସରକାର ଯୋଜନାରେ ବଦଳିଛି ସ୍କୁଲ ର ରୂପରେଖ। ମୋ ସ୍କୁଲ ରୁପାନ୍ତରଣ ଅଭିଯାନରେ ସାମିଲ ହୋଇ ଅତ୍ୟାଧୁନିକ ହୋଇଛି ସରକାରୀ ସ୍କୁଲ ନବ କଳେବର । ସ୍ମାର୍ଟ ଶ୍ରେଣୀଗୃହ, ଇ ଲାଇବ୍ରେରୀ, ଵିଜ୍ଞାନଗାର, ବିଶୁଦ୍ଧ ପାନୀୟ ଜଳ, ଛାତ୍ରଛାତ୍ରୀ ଙ୍କ ପାଇଁ ଶୌଚାଳୟ, ଉନ୍ନତ ମାନର କ୍ରୀଡ଼ା ଉପକରଣ ଖେଳ ପଡିଆ ସହ ସ୍କୁଲ ପରିବେଶ ର ନୂତନତ୍ଵ ଆକର୍ଷଣ ର କେନ୍ଦ୍ର ସାଜିଛି। ଏହି କ୍ରମରେ ସୋମବାର କଳାହାଣ୍ଡି ଜିଲ୍ଲାର ୧୦୦ ଟି ସ୍ମାର୍ଟ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିବା ବେଳେ କୋକସରା ବ୍ଲକର ଡହଗାଁ ଉଚ୍ଚ ବିଦ୍ୟାଳୟ, କେନ୍ଦୁଡୋଙ୍ଗରୀ ଉଚ୍ଚ ବିଦ୍ୟାଳୟ, ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ଆମପାଣି, ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ ଡଙ୍ଗରୀଗୁଡା, ନେଗୀଗୁଡା ଉଚ୍ଚ ବିଦ୍ୟାଳୟ , ଖୁଣ୍ଟିଆ ଉଚ୍ଚ ବିଦ୍ୟାଳୟ ସମେତ ଓଡିଶା ଆଦର୍ଶ ବିଦ୍ୟାଳୟ ବଙ୍ଗେମୁଣ୍ଡା କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଳ ମୋଡ଼ ରେ ଭିଡ଼ିଓ କନ୍ଫରେନ୍ସ ଯୋଗେ ଲୋକାର୍ପଣ କରିଛନ୍ତି । ସ୍ମାର୍ଟ ସ୍କୁଲ ଲୋକର୍ପଣ ପରେ ଶିକ୍ଷକ, ଛାତ୍ରଛାତ୍ରୀ , ଅଭିଭାବକ, ସ୍କୁଲ ପରିଚାଳନା କମିଟିର ସଦସ୍ୟ ସମେତ ଜନ ପ୍ରତିନିଧି ମାନେ ମୂଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Related posts

ଢେଙ୍କାନାଳ – ସଦରବ୍ଲକ ରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

Sunil Chandra Nayak

ଏକଲ୍ ର ରାଜ୍ୟ ସ୍ତରୀୟ ଖେଳକୁଦ , ହାଇଜମ୍ପରେ ସୁରୁଜୁଲିର ହରିପ୍ରୀୟା ରଣା ପ୍ରଥମ

Sunil Chandra Nayak

ମମତା ଶତପଥୀ ଙ୍କ କବିତା ଭୀତି ତୋର ଭାଷା ପ୍ରୀତିକି

Sunil Chandra Nayak

Leave a Comment

error: Content is protected !!