ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶପୁର ଭଣ୍ଡାର ଘରଣୀ ଉଚ୍ଚ ବିଦ୍ୟାଳୟ ରେ ସ୍ମାର୍ଟ ସ୍କୁଲ ଶୁଭ ଉଦଘାଟନ ମହୋତ୍ସବ 

ଟେମରି(ମ ନି ସ) :-ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଣ୍ଡାର ଘରଣୀ ଉଚ୍ଚ ବିଦ୍ୟାଳୟ,ଦଶପୁର, ନୋଡାଲ ଉଚ୍ଚ ବିଦ୍ୟାଳୟ, ବୃନ୍ଦାବାହାଲ, ଦ୍ୱାରିକା ନାଥ ଉଚ୍ଚ ବିଦ୍ୟାଳୟ, ଶୋଷିଆ, ନୋଡାଲ ଉଚ୍ଚ ବିଦ୍ୟାଳୟ, ମହାଲିଙ୍ଗ, ଉଚ୍ଚ ବିଦ୍ୟାଳୟ, ଚହକା, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୋଲାମୁଣ୍ଡା ତଥା ବଡଚେର ଗାଁ ଉଚ୍ଚ ବିଦ୍ୟାଳୟ, ଆଦି ବିଦ୍ୟାଳୟଗୁଡିକରେ ସ୍ମାର୍ଟ ସ୍କୁଲ ଭିଡ଼ିଓ କନ୍ ଫର୍ ରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଅଭିଭାଷଣ ଦେଇଥିଲେ l ଏଥିରେ କଳାହାଣ୍ଡିର 100 ଟି ସ୍ମାର୍ଟ ସ୍କୁଲରେ ଶୁଭ ଉଦଘାଟନ କରାଯାଇଛି l ଦଶପୁର ଭଣ୍ଡାର ଘରଣୀ ଉଚ୍ଚ ବିଦ୍ୟାଳୟ ଗତ 1987 ମସିହାଠାରୁ ଏହି ଅଂଚଳର ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷାଦାନ କରି ମହତ କାର୍ଯ୍ୟ କରି ଆସୁଛି l ଅନେକ ଛାତ୍ର ଛାତ୍ରୀ ପାଠ ପଢି ବିଭିନ୍ନ ସରକାରୀ କ୍ଷେତ୍ରରେ ଅବା ବେସରକାରୀ କ୍ଷେତ୍ରରେ,ରାଜନୀତି, ଅର୍ଥନୀତି ତଥା ଅନ୍ୟାନ୍ୟ କ୍ଷେତ୍ରରେ ଚାକିରୀ କରି ସମାଜର ଜନ ମଙ୍ଗଳ କାର୍ଯ୍ୟ କରି ଆସୁଛନ୍ତି l ଆଜି ସ୍ମାର୍ଟ ସ୍କୁଲରେ ପରିଣତ ହୋଇ ଥିବାବେଳେ ଏହି ଅଂଚଳ ବାସୀ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏହି ଶୁଭ ଉଦଘାଟନ ଉତ୍ସବରେ ଦଶପୁର ସରପଞ୍ଚ ରଞ୍ଜନ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ଗୁରୁଭା ପୂର୍ଣ୍ଣି, ଦଶପୁର ଇ.ଓ.ଭୀଷ୍ମ ମେହେର,ପ୍ରଧାନ ଶିକ୍ଷକ ମୟୁର ଭୋଇ, ନିରଂଜନ ନାଏକ, ଗୋବର୍ଦ୍ଧନ ପଣ୍ଡା, ପ୍ରଦୀପ ସରାପ, ଚତୁର୍ଭୁଜ ମେହେର, ଫକୀର ମୋହନ ମେହେର, ନାଏବ ସରପଞ୍ଚ ବିନୋଦିନୀ ସାହୁ, ସମିତି ସଭ୍ୟ ଦୁର୍ଗେଶ୍ୱର ସାହୁ, ସ୍କୁଲ କମିଟିର ଅକ୍ଷୟ କୁମାର ସାହୁ, କୁମୁଦ ସେଠି, ଜିପସେନ ସେଠି, ପ୍ରମାନନ୍ଦ ପୟାସିଙ୍ଗ,ଲିମସେର ଏସଏସଜିଏମ ଶିକ୍ଷକ ଲକ୍ଷ୍ମଣ ସା,ସମାଜସେବୀ ଟିକଚନ୍ଦ୍ର ସା ତଥା ଉକ୍ତ ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀ ଓ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ l

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ଆନ୍ତଜିଲ୍ଲା କ୍ରିକେଟ ଟୁର୍ନାମେଣ୍ଟ : ସେମି ଫାଇନାଲ ରେ ଜୁନାଗଡ଼

Sunil Chandra Nayak

ଆଇଟିଡ଼ିଏ ଯୋଗାଉଛି ପ୍ରୋତ୍ସାହନ – ୫୦ ଏକର ଜମିରେ ମକା ଚାଷ କରି ରୋଜଗାରକ୍ଷମ ହେଉଛନ୍ତି ଜାମଦା ଚାଷୀ

Sunil Chandra Nayak

ଇଣ୍ଡୋ ନେପାଲ ଖୋଖୋ ଟ୍ରଫି ଜିତିଲେ ଖଡ଼ିଆଳ ଛାତ୍ର

Sunil Chandra Nayak

Leave a Comment

error: Content is protected !!