ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

କାଳିଆ ମୋ ଭାଇ ବଳିଆ ମୋ ଭାଇ

    ମୋ ଭଉଣୀ ଶୁଭ୍ରା ରାଣୀ

ତିନି ମୂର୍ତ୍ତି ଦୃଶ୍ୟ ବଡ଼ଦାଣ୍ଡେ ଉଭା

    ବାଣ୍ଟୁଛି ପ୍ରେମ କାହାଣୀ।

ମମତା ରଜୁରେ ଭକତ ଆସୁଛି

     କରି ତା ଭକ୍ତ ଦର୍ଶନ

ଚାହିଁଲେ ହସୁଛି ଦେଖିଲ ନାଚୁଛି

    ଆହା କି ତୃପ୍ତି ମିଳନ।

ଚାହିଁ ଦେଲେତାକୁ ହସିକହେ ମୋତେ

    ଭଲ ଅଛ ଏ ଜଗତେ

ବରଷକୁ ଥରେ ବଡ଼ଦାଣ୍ଡ ଶୋଭା

   ଭକତ ଆସନ୍ତି କେତେ।

ନଅ ଦିନ ପାଇଁ ମାଉସୀ ଘରକୁ

    ହେଉଥାଉ ଯେ କୁଣିଆ

ଭକତ ଡାକୁଛି ଜପ କରି ସବୁ

   ମୋର ଗୁହାରୀ ଶୁଣିମା ।

କ୍ଷିରି ପୁରି ଖାଇ ମଜା କରୁକେତେ

   ଦେଉ ଭକ୍ତ ଦରଶନ

ଚାହିଁ ଦେଲେ ନେତ୍ରେ ଦୁଃଖ ଦୂର ହୁଏ

    ପାପ ହୁଏ ଅବସାନ।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ରାଜସ୍ୱ ଫାଙ୍କି ଇଟା ବେପାରୀ ମାଲେମାଲ,,, ବର୍ଦ୍ଧିତ ଦର ଯୋଗୁଁ ଗ୍ରାହକଙ୍କ ହାଲ ବେହାଲ,,

Sunil Chandra Nayak

ବ୍ଲକ ସାମ୍ନାରେ ଜାତୀୟ କଂଗ୍ରେସର ବିକ୍ଷୋଭ ଓ ପ୍ରତିବାଦ ସଭା

Sunil Chandra Nayak

ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲା ଜନଜାଗରଣ ମଞ୍ଚ

Sunil Chandra Nayak

Leave a Comment

error: Content is protected !!