ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ଦାସ ଙ୍କର ପରଲୋକ

ରାଉରକେଲା,୨୦/୬: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ନାରାୟଣ ଦାସ ଙ୍କ ର ଆଜି ଭୁବନେଶ୍ୱର ରେ ପରଲୋକ ହୋଇଛି। ରାଉରକେଲା ର ନିବାସୀ ତଥା ଭୁବନେଶ୍ୱର ରେ ଚିକିତ୍ସତ ହେଉଥିଲେ ସେ। ତାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ୩ପୁଅ ଓ ୨ ଝିଅ ଉପସ୍ଥିତ ଥିଲେ। ତାଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାର ରେ କରାଯାଉଛି। ଜ୍ୟୋଷ୍ଠ ପୁତ୍ର ମୁଖାଗ୍ନି ଦେଇଛନ୍ତି। ସୂଚନାଯୋଗ୍ୟ,୧୯୨୮ ନଭେମ୍ବର ୧୩ ତାରିଖରେ ଦୁର୍ଯ୍ୟୋଧନ ଦାସ ଓ କମଳା ଦାସ ଙ୍କ କୋଳ ମଣ୍ଡନ କରିଥିଲେ। ୧୯୪୮ମସିହାରେ ସେ ଅଂଚଳରେ ୨ୟ ମାଟ୍ରିକୁଲେଟ ଭାବେ ଗୌରବ ଅର୍ଜନ କରିଥିଲେ। ୧୯୩୮ ମସିହାରେ ଗାନ୍ଧୀ ଡେଲାଙ୍ଗ ଗସ୍ତ ରେ ଆସିଥିବା ବେଳେ କିଶୋର ନାରାୟଣ ତାଙ୍କୁ ଦେଖିବାକୁ ଯାଇଥିଲେ ଏବଂ ସ୍କୁଲ ରୁ ତାଙ୍କୁ ଇଂରେଜ ଡର ରେ ଶିକ୍ଷକ ବାହାର କରିଦେଇଥିଲେ। ଗାନ୍ଧୀଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସେ ସ୍ବାଧୀନତା ସଂଗ୍ରାମ ଓ ସମାଜସେବା ରେ ମନନିବେଶ କରିଥିଲେ। ଜାତିପ୍ରଥା ବିଲୋପ ଓ ଦଳିତ ମାନଙ୍କୁ ସମାନ ଅଧିକାର ଦେବା ସପକ୍ଷରେ ଓଡିଶାରୁ ପଶ୍ଚିମବଙ୍ଗ,ମଧ୍ୟପ୍ରଦେଶ, ଛତିଶଗଡ଼ ଆଦିକୁ ପଦଯାତ୍ରା କରି ସଚେତନ କରିଥିଲେ। ରାଉରକେଲା ରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଗଠନ, ଗାନ୍ଧିବାଦୀ ନୀତି ଆଦର୍ଶ ର ପ୍ରଚାର ପାଇଁ ସେ ଶ୍ରୀଲଙ୍କା,ଇଣ୍ଡୋନେସିଆ,ଆମେରିକା,ସିଙ୍ଗାପୁର ଆଦି ଯାତ୍ରା କରିଥିଲେ। ସମାଜସେବାକୁ ମୂଳ ଆଧାର କରି ଥିବାରୁ ରାଜ୍ୟପାଳ ସମେତ ବିଭିନ୍ନ ଜିଲାର ଜିଲାପାଳ ସମ୍ମାନିତ କରିଛନ୍ତି। ପ୍ରଣବାନନ୍ଦ ସରସ୍ୱତୀ ଶାନ୍ତି ପୁରସ୍କାର ଦିଲୀ, ବରିଷ୍ଠ ନାଗରିକ ପୁରସ୍କାର ରାଉରକେଲା, ଆଚାର୍ଯ୍ୟ ହରିହର ଓ ଗୋପବନ୍ଧୁ ଚୌଧୁରୀ ସମ୍ମାନ,ମୁରଲୀଧର ପରିଜା ସ୍ମୃତି କମିଟି,କାନଭାସ ପକ୍ଷରୁ ରାଉରକେଲା ରତ୍ନ,ଉତ୍କଳମଣି ଗୋପବନ୍ଧୁ ସମ୍ମାନ,ଖଦି ଅନୁଷ୍ଠାନ ଜଳନ୍ଧର ,ଆହ୍ୱାନ ଫାଉଣ୍ଡେସନ,ରାଉରକେଲା ଜିଲା କଂଗ୍ରେସ କମିଟି ପକ୍ଷରୁ ସମ୍ମାନ, ସମ୍ବାଦ ସାହିତ୍ୟ ଘର,ରାଉରକେଲା ସମ୍ମାନ ସମେତ ଶତାଧିକ ସମ୍ମାନ ଲାଭ କରିଥିଲେ। ତାଙ୍କ ଅକାଳ ବିୟୋଗରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ,ପୁର୍ବତନ ବିଧାୟକ ଜର୍ଜ ତିର୍କୀ, ପୁର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ, ସିଟୁ ନେତା ବିଷ୍ଣୁ ମହାନ୍ତି,ଜଗଦା ସାଂସ୍କୃତିକ ପରିଷଦ ର ସଂଜୀବ ମହାନ୍ତି,ପ୍ରଭାତ ମହାନ୍ତି,ଲଷ୍ମୀଧର ନାୟକ,ପିତାମ୍ବର ଲେଙ୍କା,ପିତାମ୍ବର ନାୟକ ଓ ସମସ୍ତ ସଦସ୍ୟ, ଶ୍ରମିକ ନେତା ହିମାଂଶୁ ବଳ, ପ୍ରଶାନ୍ତ ବେହେରା, ବୈଦ୍ୟନାଥ ଦାସ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ,ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ,ଦିଲୀପ ଶର୍ମା, ସମ୍ପାଦିକା ସଂଗୀତା ଜେନା, ଗାନ୍ଦୁର ଓରାମ,ଶୈଳେନ୍ଦ୍ର ସାହୁ,ସୁନୀଲ ଝା, ବିବେକ ଦାସ,ଦିନେଶ ମିଶ୍ର,କମଳ ବିଶ୍ୱାସ,ମୁକେଶ ସିହ୍ନା ,ସୁବାଷ ଗୁପ୍ତା,ଇନ୍ଦ୍ର ମିସ୍ତ୍ରୀ,ସନ୍ତୋଷ ସ୍ବାଇଁ, ମହେନ୍ଦ୍ର ମାହାତୋ, ସଚେତନ ନାଗରିକ ମଞ୍ଚ ର ସଭାପତି ଡାକ୍ତର ଫକୀର ଚରଣ ହୋତା,ସଂପାଦକ ପି.ପି.ରାୟ, କାର୍ଯ୍ୟକାରୀ ସଭାପତି ଡଃ ପୀତବାସ ମିଶ୍ର, ଜଟାଧାରି ମାଝୀ, କୁଞ୍ଜବିହାରୀ ରାଉତ, ଉପେନ୍ଦ୍ର ନାୟକ,ଜଗବନ୍ଧୁ ଜେନା,ଡା ବସନ୍ତ ଦାସଙ୍କ ସମେତ ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରାଯାଇଛି।ସାମ୍ବାଦିକ ଅରବିନ୍ଦ ଦାସ ତାଙ୍କ କନିଷ୍ଠ ପୁତ୍ର ଅଟନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ରଞ୍ଜନ କୁମାର ପଣ୍ଡା ଙ୍କ ଛାଡିଯିବ ଦିନେ ତୋର ଏ ଘଟ

Sunil Chandra Nayak

ମୋ ସରକାର କାର୍ଯ୍ୟକ୍ରମ ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼, ଚକ ପିସ୍ ରେ ନିର୍ମାଣ କଲେ ୫୧ଟି ଐତିହାସିକ ସ୍ଥଳୀ

Leave a Comment

error: Content is protected !!