ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମାଠିଆ ବିଜୟୀ ନଡିଆ ଗଛ ଧରାଶାୟୀ

ରାଉରକେଲା/ ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମାଠିଆ ଚିହ୍ନ ନଡିଆ ଗଛ ଚିହ୍ନ କୁ ୧୩ – ୨ ରେ ହରାଇ ଦେଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲିପ ରାୟଙ୍କ ରାଜେଶ ମହାପାତ୍ର ପ୍ୟାନେଲର ମାଠିଆ ଚିହ୍ନରେ ୧୩ଜଣ ନିର୍ଦ୍ଦେଶକ ପଦ ହାତେଇ ଥିବା ବେଳେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଆଦିତ୍ଯ ମହାପାତ୍ର ପ୍ୟାନେଲର ୨ଜଣ ନିର୍ଦ୍ଦେଶକ ପ୍ରାର୍ଥୀ ଜିତିଛନ୍ତି। ସୂଚନା ଯୋଗ୍ୟ ଯେ ପୂର୍ବରୁ ମାଠିଆ ଚିହ୍ନରୁ ୩ଜଣ ନିଃଦ୍ବନ୍ଦରେ ବିଜୟୀ ହୋଇସାରିଥିଲେ। ପରେ ୧୨ଟି ଆସନରୁ ୧୦ଟି ନିର୍ଦ୍ଦେଶକ ପଦ ହାତେଇ ଥିଲେ। ତେବେ ଦିଲିପ ରାୟଙ୍କ ସମର୍ଥିତ ଦିଲିପ ମହାପାତ୍ରଙ୍କ ପ୍ୟାନେଲ ଜିତିଥିବା ରୁ ସଚେତନ ନାଗରିକ ମଞ୍ଚ ତରଫରୁ ସାଧୁବାଦ ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ମଂଚର ସାଧାରଣ ସଂପାଦକ ପି.ପି.ରାୟ କହିଛନ୍ତି ଯେ ଏହି ବିଜୟ ଫଳରେ ଜନସାଧାରଣଙ୍କ ଆସ୍ଥା ଦିଲିପ ରାୟଙ୍କ ପ୍ରତି ଅଛି ବୋଲି ପ୍ରମାଣିତ ହୋଇଛି। ଆଗାମୀ ଦିନରେ ହେବାକୁ ଥିବା ପୌର ନିର୍ବାଚନ ଓ ୨୦୨୪ରେ ବିଧାନସଭା ନିର୍ବାଚନରେ ଏହାର ପ୍ରଭାବ ପଡିବ। ରାଉରକେଲା ଜନସାଧାରଣଙ୍କ ସୁଖଦୁଃଖରେ ଶ୍ରୀ ରାୟ ଭାଗୀଦାର ହେଉଥିବାରୁ ସାଧାରଣଙ୍କ ବିଶ୍ବାସ ଓ ସମର୍ଥନ ତାଙ୍କ ପ୍ରତି ରହିବା ସ୍ବଭାବିକ। ଏହି ବିଜୟ ବ୍ୟାଙ୍କ ଅଂଶୀଦାରଙ୍କ ବିଜୟ ବୋଲି ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଯାଇଥିଲି ଦିନେ ଯାତରା‌ ଦେଖି 

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

Sunil Chandra Nayak

ଅର୍ଦ୍ଧେନ୍ଦୁଙ୍କୁ ନିସର୍ତ୍ତ ଖଲାସ ଦାବିରେ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ଦାବିପତ୍ର

Leave a Comment

error: Content is protected !!