ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ଆସିଛି ବରଷା ରାଣୀ

ଆସିଛି ବରଷା ରାଣୀ

ଆଦ୍ୟ ଆଷାଢ଼ ଆଗମନେ ଆଜି

ଆସିଛି ବରଷା ରାଣୀ

ଧରା ଓଠେ ହସ ଭରିଦେଇ ଅଛି

ଶୀତଳ ପରଷ ବୁଣୀ।।

ବର୍ଷାର ଝଙ୍କାର ଝଙ୍କୃତର ସ୍ବର

ଶୁଭେ ଝରା ତାନକାନେ

ଶାନ୍ତ ସଞ୍ଜିବନୀ ସିଞ୍ଚନ କରିଚି

ରୌଦ୍ର ତନୁ ମନ ପ୍ରାଣେ।।

ଚଞ୍ଚଳ ମଲ୍ଲାର ଦିଶେ ଢଳ ଢଳ

ଦିଶେ ବିଜୁଳି ରୋଷଣୀ

ଘଡ ଘଡି ଶବ୍ଦ ଧରଣୀ ବକ୍ଷରେ

ପୁଲକିତ ସର୍ବ ପ୍ରାଣୀ।।

ନିଦାଘ ଯାତନା ହୋଇଅଛି ଅନ୍ତ

ସବୁଜୀମା ହେବ ଧରା

ପ୍ରୀତି ମନ୍ଦାକିନୀ ବହିବ ସଧିରେ

ପରିପୂର୍ଣ୍ଣ ଜଳ ଧାରା।।

ମଲ୍ଲାର ଦୃଶ୍ୟରେ ବିଭୋର ନୃତ୍ୟରେ

ମୟୂରୀ ଗାଇ ରାଗିଣୀ

ମଧୁ ପ୍ରଣୟର ମଧୁ ପରଷରେ

ପ୍ରଣୟେ ପିୟୁଷ ବନୀ।।

ଭଲି ଭଲି ରଙ୍ଗ ମାଖି କେତେ ପୁଷ୍ପ

ଧରା ଗର୍ଭେ ଅଛି ଫୁଟି

ଥିରି ଥିରି ଚାଲେ ସାଧବ ବୋହୁ ଯେ

ପିନ୍ଧି ନାଲି ପାଟ ଶାଢୀ।।

ଫୁଲେ ଗୁଞ୍ଜିହୁଏ ପ୍ରଦତ୍ତ ମଧୁପ

ନିଏ ପ୍ରିତି ମଧୁ ଟାଣୀ

ଆକାଶ ଆଙ୍କିବ ଇନ୍ଦ୍ରିଧନୁ ଟିଏ

ସପ୍ତରଙ୍ଗ ର ତୋରଣୀ।।

ପଲ୍ଲବୀତ ହୁଏ କାନନ କୁଞ୍ଜନ

ପାଇ ବାରି ଧାରା ତୃଷ୍ଣା

ନିଷ୍ପ୍ରାଣ ଦେହରେ ପ୍ରାଣ ସେ ଲଭନ୍ତି

ତୃପ୍ତି କରି ମନ ବାସ୍ନା।।

ସବୁଜ ଶ୍ୟାମଳ ଦିଶେ ଶୋଭାବନ

ଭାବନା ରେ ଶିହରିତ

ଲାସ୍ୟମୟୀ ତୁମେ ବରଷା ରାଣୀ ଗୋ

କର ଧରା ହରଷିତ।।

ମାଟିର ମହକେ ଚଷା ମନ ହସେ

କ୍ଷେତରେ ବିହନ ବୁଣୀ

ଆଲିଙ୍ଗନ କରି ଅଙ୍କୁରିତ ବୀଜ

ନବ ତନୁ ପ୍ରାଣ ଘେନି।।

         

          ମମତା ସାହୁ

         ଗାଈଗାଁ,କଳାହାଣ୍ତି

Related posts

ଜଣା ଅଜଣା _ ଚାଉଳ ରେ ସୁନ୍ଦରାକାଣ୍ଡ ଲେଖି ରେକର୍ଡ

Sunil Chandra Nayak

ବିଦ୍ୟାରାଣ’ ର‌ ଅଡିଓ ଲୋକାର୍ପିତ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!