ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ରେ ସହଯୋଗ ତାଲିମ ଶିବିର 

କୋକସରା,୨୨/୬-(  ମ ନି ସ  ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମାରେ ଥିବା ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ/ସଭ୍ୟା ଙ୍କୁ ନେଇ ସହଯୋଗ-୨ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଅବସର ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସଭାପତିତ୍ବ ରେ ସ୍କୁଲ ପରିଚାଳନା କମିଟିର ସଦସ୍ୟ ତ୍ରିଭୁବନ ନାଏକ, ସନତ କୁମାର ପ୍ରଧାନୀ, ମନୋଜ ନାଏକ, ପ୍ରଦୀପ କିଶୋର ଦାସ ସମେତ ସ୍କୁଲ ର ଶିକ୍ଷୟିତ୍ରୀ ମଧୁସ୍ମିତା ନାଏକ, ବନିତାରାଣୀ ଦତ୍ତ, ସୀମାରାଣୀ ସିଂ,ରଶ୍ମିତା ନିଆଳ, ଶିକ୍ଷକ ହେମନ୍ତ ମାଝୀ, ଅମିତ କୁମାର ମହାନ୍ତି ଉପସ୍ଥିତ ରହିଥିଲେ। ସହଯୋଗ ତାଲିମ ଶିବିର ରେ କିପରି ସ୍କୁଲ ର ଭିତ୍ତିଭୂମି ଉନ୍ନତି ସହ ଶୈକ୍ଷିକ ପରିବେଶ ମଧ୍ୟରେ ଛାତ୍ରଛାତ୍ରୀ ଙ୍କୁ ଗୁଣାତ୍ମକ ଶିକ୍ଷା ଦିଗରେ ପରିଚାଳନା କମିଟିର ସଦସ୍ୟ ଙ୍କ ଭୂମିକା ରହିବ ସେ ନେଇ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଣ୍ଡା ନିଜର ମତ ଉପସ୍ଥାପନା କରିଥିଲେ। ଉପସ୍ଥିତ ସ୍କୁଲ କମିଟି ର ସଦସ୍ୟ ମାନେ ମଧ୍ୟ ନିଜର ମତାମତ ରଖିବା ସହ ସ୍କୁଲ ପ୍ରତି ଥିବା ତାଙ୍କର ଉତ୍ତରଦାୟିତ୍ୱ କୁ ସମ୍ମାନ ଦେଇ ସ୍କୁଲ ର ଉନ୍ନତି ଓ ବିକାଶ ଦିଗରେ ତତ୍ପର ରହିବା ନେଇ ମତ ରଖିଥିଲେ।

Related posts

ଶ୍ରୀନିବାସ ପଣ୍ଡା ଙ୍କ ଗଳ୍ପ ଝିଅ ନୁହେଁ ସେ ହୀରାଟିଏ

Sunil Chandra Nayak

ଶ୍ରୀ ଭ୍ରମର ବାଗ ଙ୍କ କବିତା ଦୁର୍ଗା

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ନୃସିଂହ ପ୍ରସାଦ ଷଡ଼ଙ୍ଗୀ , ଟାଙ୍କୁଆ, ଜୟପୁର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!