ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଭୋଗ ସେବା ସମବାୟ ସମିତିର ନୂତନ ସଦସ୍ୟଙ୍କୁ ସମ୍ବନ୍ଧନା

ବାଲେଶ୍ବର,୨୪/୬/୨୨ – ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଦେଭୋଗ ସେବା ସମବାୟ ସମିତିର କଂଗ୍ରେସ ଦଳର ବିପୁଳ ବିଜୟୀ ପରେ ନୂତନ ସଦସ୍ୟଙ୍କୁ କଂଗ୍ରେସ ଦଳ ତରଫରୁ ସମିତି କାର୍ଯ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି । ଦେଭୋଗ ସେବା ସମବାୟ ସମିତିର ୧୫ ଟି ଜୋନରୁ ୧୩ ଜୋନ ହାସଲ କରିଛି କଂଗ୍ରେସ । ତେବେ ଆଜିର ବୈଠକରେ ରାମଚୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ, ସମ୍ମାନିତ ଅତିଥି ଭାବ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ, ୨୪ ନଂ ଜୋନର ଜିଲ୍ଲା ପରିଷଦ ସଦସ୍ୟ ବାବାଜୀ ଦେହୁରୀ, ନିଖିରା ପଞ୍ଚାୟତର ପୂର୍ବତନ ସରପଞ୍ଚ ସପନ ଦାସ, ଦେଭୋଗର ପୂର୍ବତନ ସରପଞ୍ଚ ନରହରି ଜେନା ପ୍ରମୁଖ ଯୋଗଦେଇ ନୂତନ ସଦସ୍ୟ ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସମିତିର ନୂତନ ସଦସ୍ୟ ଭାବେ ବୀର କିଶୋର ଭୁୟାଁ, ଶ୍ରୀମନ୍ତ ନାୟକ, ଅଶୋକ ଜେନା, ଶିବ ପ୍ରସାଦ ଗିରି, ମୃତ୍ୟୁଂଜୟ ଗିରି, ଗଣେଶ ମାସନ୍ତ, ଦିବାକର ନନ୍ଦୀ, ରଂଜିତା ମାଣିକ, ଧନଂଜୟ ମାଝି, ଅନ୍ନପୂର୍ଣ୍ଣା ପ୍ରଧାନ, ହରେନ୍ଦ୍ର ନାଥ ଦାସ, ଗୋପାଳ କୃଷ୍ଣ ଦାସ ଓ ବିମଳ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ହରେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ ।।ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଆଇନ ବାଲି ଚୋରା ଚାଲାଣ କରୁଥିବା ୧୦ଟି ଟ୍ରାକ୍ଟରକୁ ଜବତ କଲେ ରାୟଗଡା ତହସିଲଦାର

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ତ୍ରୟୋଦଶ ଅଧ୍ଯାୟର ସାରକଥା-୧୩

ଘୁମୁରା ୨୦୨୩ , କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞପ୍ତି ଉପ କମିଟି ର ବୈଠକ

Sunil Chandra Nayak

Leave a Comment

error: Content is protected !!