ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଡ଼କ ସୁରକ୍ଷା ପାଇଁ ବିଶ୍ବବ୍ୟାଙ୍କ ଦେବ ୨୫ କୋଟି ଡଲାର, ଓଡ଼ିଶା ସମେତ ୭ ରାଜ୍ୟରେ କାର୍ଯ୍ୟକାରୀ ହେବ

 ସଡ଼କ ଦୁର୍ଘଟଣା ଜନିତ ଉଚ୍ଚ ମୃତ୍ୟୁ ହାର ହ୍ରାସ କରିବା ଲାଗି ଭାରତ ସରକାରଙ୍କ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ବିଶ୍ବବ୍ୟାଙ୍କ ୨୫ କୋଟି ଡଲାର ମଞ୍ଜୁର କରିଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସମେତ ସାତଟି ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ଆନ୍ଧ୍ରପ୍ରଦେଶ, ଗୁଜରାଟ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ପଶ୍ଚିମବଙ୍ଗ। ଏହି କାର୍ଯ୍ୟକ୍ରମରେ ସଡ଼କ ସୁରକ୍ଷା ଉପରେ ନଜର ରଖୁଥିବା ଏଜେନ୍ସିଗୁଡ଼ିକର ପରିଚାଳନା ଦକ୍ଷତାକୁ ଦୃଢ଼ କରାଯିବ। ସଡ଼କ ଦୁର୍ଘଟଣା ଉପରେ ନଜର ରଖିବା ଏକ ଜାତୀୟ ସ୍ତରର ଡାଟାବେସ୍ ପ୍ରସ୍ତୁତ କରାଯିବ, ଯାହାର ତଥ୍ୟକୁ ବ୍ୟବହାର କରି ଉତ୍ତମ ଓ ସୁରକ୍ଷିତ ସଡ଼କ ନିର୍ମାଣ କରାଯିବ। ଘରୋଇ ସରକାରୀ ସହଭାଗିତା ଯେଉଁ ରାଜ୍ୟ ଘରୋଇ ନିବେଶ ହାତେଇ ପାରିବ ତାହାକୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯିବ। ବିଶ୍ବର ମାତ୍ର ୧% ଗାଡ଼ି ଭାରତରେ ଚାଲୁଥିଲେ ମଧ୍ୟ ୧୦% ସଡ଼କ ଦୁର୍ଘଟଣା ଆମ ଦେଶରେ ହେଉଛି। ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ୭୦% ପୀଡ଼ିତ ହେଉଛନ୍ତି ଗରିବ ଶ୍ରେଣୀର ଲୋକ। ‌ସେମାନଙ୍କ ମୃତ୍ୟୁ ପରେ ଆୟ ବନ୍ଦ ହୋଇଯିବା କାରଣରୁ ସେହି ଗରିବ ପରିବାରକୁ ଅଧିକ ସାମାଜିକ ଓ ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ୁଛି। ବିଶ୍ବବ୍ୟାଙ୍କର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସଡ଼କ ଦୁର୍ଘଟଣାର ମୂଲ୍ୟ ହେଉଛି ଭାରତର ଜିଡିପିର ୫-୭% ସହ ସମାନ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ୩ ଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

କବିତା – ହଜିଲା ବସନ୍ତ ରୂପ

Sunil Chandra Nayak

କେନାଲ ପରିଦର୍ଶନ କଲେ ଜଳସେଚନ ବିଭାଗ ଅତିରିକ୍ତ ସଚିବ

Sunil Chandra Nayak

Leave a Comment

error: Content is protected !!