ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଇରାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

ବାଲେଶ୍ବର,୦୪/୭/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ମିଳିତ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଓ ଏସପିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ସମସ୍ୟା ବିଷୟରେ ଜନସାଧାରଣ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସେଥିମଧ୍ୟରୁ ଖଇରା ଜନଜାଗରଣ ମଞ୍ଚ ଖଇରା ଅଞ୍ଚଳର ସମସ୍ୟା ବିଷୟରେ ଲିଖିତ ଭାବେ ଜିଲ୍ଲାପାଳଙ୍କୁ ଦାବି ଜଣାଇଥିଲା । ଦାବି ଗୁଡିକ ମଧ୍ୟରେ ଖଇରା ବସଷ୍ଟାଣ୍ଡ ଠାରେ ଯାତ୍ରୀ ବିଶ୍ରାମଗାର ପ୍ରତିଷ୍ଠା, ଖଇରା ବଜାର ଜଳନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା, ସାରକୋଣା କେନାଲ ବନ୍ଧ ୨୦୨୧ ମସିହା ବନ୍ଯା ଦ୍ବାରା କଟାଯାଇଥିବା ଘାଇର ମରାମତି କରଣ, ଖଇରାକୁ ଏନ.ଏ.ସି. ମାନ୍ଯତା, ଖଇରା ଠାରେ ତୁରନ୍ତ କୋର୍ଟ କାର୍ଯ୍ୟକାରୀ କରାଯାଉ । ଜନଜାଗରଣ ମଞ୍ଚ ତରଫରୁ ବାରମ୍ବାର ଉପରୋକ୍ତ ଦାବି ଜିଲ୍ଲାପାଳ ଦତ୍ତାତ୍ରେୟ ବାହୁସାହେବ ସିନ୍ଧେ, ବିଡ଼ିଓ ପର୍ଶୁରାମ ପଣ୍ଡା, ତହସିଲଦାର ମହେନ୍ଦ୍ର କୁମାର ବେହେରା ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ନହେବା ଦୁଃଖ ଓ ପରିତାପର ବିଷୟ । ତୁରନ୍ତ ଉପରୋକ୍ତ ବିଷୟ ପ୍ରତି ଧ୍ଯାନ ଦେବାକୁ ଜିଲ୍ଲା ବାଲେଶ୍ଵରଙ୍କୁ ଜଣାଇଛି ଜନଜାଗରଣ ମଞ୍ଚ । ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ ଓ ସମ୍ପାଦକ ନିରଞ୍ଜନ ବେହେରାଙ୍କ ସମେତ ଅଭିରାମ ମହାପାତ୍ର, ବୁଦ୍ଧିରାମ ପାଣିଗ୍ରାହୀ, ଅରୁଣ କୁମାର ଦାସ, କୃଷ୍ଣଚନ୍ଦ୍ର ପତ୍ରୀ, କୈଳାସ ଚନ୍ଦ୍ର ପୃଷ୍ଟି, ଦେବେନ୍ଦ୍ର କୁମାର ରାଉତ, ସୃଷ୍ଟିଧର ରାଉଳ ଓ ଚିନ୍ତାମଣି ସାହାଣୀ ପ୍ରମୁଖ ମଞ୍ଚର ସଭ୍ୟମାନେ ଦାବି ପତ୍ର ଦେବା ସମୟରେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇସ ଅନୁଷ୍ଠାନ ତରଫରୁ ନାରାୟଣ ସେବା ଓ ଭଜନ ସମାରୋହ

Sunil Chandra Nayak

ଚକ୍ରାନ୍ତକାରୀଙ୍କ ବଲୟରେ ପ୍ରସିଦ୍ଧ ହାବସପୁରୀ ଶାଢୀର ଏନ୍ତୁଡିଶାଳ ଆଜି ବିପର୍ଯ୍ୟସ୍ତ

Sunil Chandra Nayak

ଢେ଼ଙ୍କାନାଳ ଥିଙ୍କର୍ସ ଫୋରମ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!