ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକତା ଗୃପର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବଂଧୁମିଳନ

ରାଉରକେଲା/ ସାମାଜିକ ଅନୁଷ୍ଠାନ ଏକତା ଗୃପର ସାଂସ୍କୃତିକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଝିରପାଣି ସ୍ଥିତ ସାଇନିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବସୁମତୀ ମହାନ୍ତି ଙ୍କ ସଭପତିତ୍ବ ଓ ସଂପାଦକ ଗୌରୀ କୁମ୍ଭାର ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ଏକତା ଗୃପ ଅଳ୍ପ ଦିନ ମଧ୍ୟରେ ନିଜର ସାମାଜିକ ଓ ସାଂସ୍କୃତିକ ପ୍ରତିବଦ୍ଧତା ପାଇଁ ତଥା ମହିଳାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣକୁ ବିକଶିତ କରି ସହରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଅବସରରେ ଗୃପର ସଭାପତି ବସୁମତୀ ମହାନ୍ତି ଓ ମୋହନ କୁମାର ମହାନ୍ତିଙ୍କ ବିବାହ ବାର୍ଷିକୀ ଉପଲକ୍ଷେ ଅତିଥିଙ୍କ ତରଫରୁ ଉପଢୌକନ ଓ ପୁଷ୍ପଗୁଛ ଦିଆଯାଇଥିଲା। ଏହି ଅବସରରେ ଗୃପର ସଦସ୍ୟ ମାନେ ନୃତ୍ୟ ଗୀତ ରେ ସାମିଲ୍ ହେବା ସହ ସ୍ଵାଦିଷ୍ଟ ଭୋଜନରେ ଅପ୍ୟାୟିତ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଉପଦେଷ୍ଟା ଶର୍ମିଲା ରାଜଗୁରୁ, ରୀତା ସାମଲ,ନମିତା ରାଉତ,ସୁରେନ୍ଦ୍ର ପତ୍ରୀ , ଶାନ୍ତିଲତା ବେହେରା,ଅସ୍ମିତା ମହାନ୍ତି, ସ୍ବର୍ଣ୍ଣ ବିଶୋଇ, କନିଷ୍ଠ ବିଭାଗର ସଭାପତି ସୁଶ୍ରୀ ବିଶାଖା ମହାନ୍ତି,ରାହୁଲ ମହାନ୍ତି,ଅନୀତା, ସୁଷମା, ସୁଚିସ୍ମିତା, ବାସୁଦେବ, ନିତାଞ୍ଜଳୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ବିଷୁବ ମିଳନ

Sunil Chandra Nayak

ରାଇଘର ଠାରେ ଧୁମଧାମରେ ପାଳିତ ହେଲା ମହମ୍ମଦ ଜୟନ୍ତୀ 

Sunil Chandra Nayak

ଘରେ ପଡିଲା ନିମ୍ବ ଗଛ ଅଳ୍ପକେ ବର୍ତିଲେ ପରିବାର ଲୋକେ

Sunil Chandra Nayak

Leave a Comment

error: Content is protected !!