ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ଓ କିକିଆ ରେ ବାହୁଡା ଯାତ୍ରା ସମ୍ପନ୍ନ

ଉତ୍କେଲା,୦୯/୦୭,(ମ ନି ସ  ) ବାହୁଡ଼ା ଯାତ୍ରା ଅବସରରେ ଶନିବାର ସକାଳୁ ମହାପ୍ରଭୁଙ୍କ ନୀତିକାନ୍ତି ପୂଜା ମୁଖ୍ୟ ପୂଜକ ଧବଲେଶ୍ଵର ପୁରୋହିତ ଏବଂ ଅନ୍ୟ ପୂଜକଙ୍କ ଦ୍ୱାରା ସଂପନ୍ନ ହୋଇଥିଲା । ସେହିପରି କିକିଆ ରେ ମଧ୍ୟ ବିରଞ୍ଚି ନାରାୟଣ ପ୍ରଧାନ ଛେରାଁ ପହରା କରିବା ପରେ ରଥଟଣା ୪ଟା ବେଳକୁ ମହାପ୍ରଭୁଙ୍କ ପହଣ୍ଡି କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯାଇଥିଲା । ଘଣ୍ଟ, କିର୍ତ୍ତିନ ହୁଳହୁଳି , ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଓ ଭାବମୟ ହୋଇଥିଲା ଉତ୍କେଲା ଓ କିକିଆ ମାଉସୀ ମା’ମନ୍ଦିର ପ୍ରାଙ୍ଗଣ । ହଜାର ହଜାର ଶ୍ରଦ୍ଧାଳୁ ଉତ୍କେଲା ରେ ଆଖପାଖ ସମେତ କାଦୋପଡ଼ା, କଣ୍ଟାମାଳ,ଠେମେରା, କୋକୋଡମାଲ, ସିଆଲ ଝୁଡୁଙ୍ଗି, ଭେଜାପଦର, କୋକୋ ମୁଣ୍ଡା, ଚାଞ୍ଚେର ଆଡୁ ଛୁଟି ଆସିଥିଲେ ମହିପ୍ରଭୁଙ୍କ ପହଣ୍ଡି ବିଜେ ଓ ବାହୁଡା଼ ଯାତ୍ରା ଦେଖିବାକୁ, ରଥରେ ଦଉଡ଼ି ଟାଣିବାକୁ ଏବଂ ପ୍ରଭୁଙ୍କ ଆଶୀର୍ବାଦ ନେବାକୁ । ଶନିବାର ସନ୍ଧ୍ୟାରେ ଝୀପିଝିପି ବର୍ଷାରେ ମଧ୍ୟ ବେହେରାପଡ଼ା ଓ ଜଗନ୍ନାଥ ପଡ଼ା କିର୍ତ୍ତନ ଦଳ ନାଚ ଗିତ ରେ ମସଗୁଲ ହୋଇ ଲୋକାରଣ୍ୟ ହୋଇ ଉଠିଥିଲା । ବାହୁଡା ଯାତ୍ରାରେ ଉତ୍କେଲା ର ଟଙ୍କଧର ନାଏକ, ରୁପ ଚାନ୍ଧ ଜୈନ, ବସନ୍ତ ପୁରୋହିତ, ବଲଦେବ ପୁରୋହିତ , ବିକାଶ ଶଡଙ୍ଗି ଉତ୍କେଲା ଏସ୍‌ଆଇ ପ୍ରେମ ରାଜ କଅଁର ଙ୍କ ସହଯୋଗ କ୍ରମେ ଶାନ୍ତିଶୃଙ୍ଖଳାରେ ସମାପନ ହୋଇଥିଲା l

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

 

 

Related posts

ବଞ୍ଚି ରହିଛି ଚାଷୀର ସ୍ମୃତି ଅସ୍ମିତା 

Sunil Chandra Nayak

ତଦାରଖ କରୁନି ପୂର୍ତ୍ତ ବିଭାଗ , ଛତିଶଗଡ ସୀମାନ୍ତ ୪୦ ନମ୍ବର ରାଜ୍ୟ ରାଜପଥ ବିପର୍ଯ୍ୟସ୍ତ , ବାରମ୍ବାର ମରାମତି ପରେ ବି ସମାନ ସ୍ଥିତି ରାଇଘର -କୁନ୍ଦେଇ ମୁଖ୍ୟ ରାସ୍ତା 

Sunil Chandra Nayak

ମହାନଦୀ ଉପରେ ଧଳପୁର – ଆଠମଲ୍ଲିକ ସେତୁ ନିର୍ମାଣ ଶେଷ, ଲୋକାର୍ପଣକୁ ଅପେକ୍ଷା

Sunil Chandra Nayak

Leave a Comment

error: Content is protected !!