ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜାଦିର ଅମୃତ ମହୋତ୍ସବ ଉପଲକ୍ଷେ କାରାଗାର ଅନ୍ତେବାସୀଙ୍କ ସହ ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ଆଧାରିତ କାର୍ଯ୍ୟକ୍ରମ ପରିବର୍ତ୍ତନ

ରାଉରକେଲା / ଆଜି ପବିତ୍ର ବାହୁଡା଼ ଯାତ୍ରା ଚାଲିଥିବା ବେଳେ ରାଉରକେଲା ସ୍ୱତନ୍ତ୍ର କାରାଗାର ପରିସରରେ ସ୍ୱାଧୀନତାର ୭୫ ବର୍ଷ ତଥା ଅମୃତ ମହୋତ୍ସବ ପାଳନ ଉପଲକ୍ଷେ “ପରିବର୍ତ୍ତନ” ଆଧାରିତ ଏକ ସଙ୍ଗୀତ କାର୍ଯ୍ୟକ୍ରମ କାରାଗାର ଅନ୍ତେବାସୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶଭକ୍ତି ସଙ୍ଗୀତ ଏବଂ ଭଜନ ପରିବେଷଣ କରାଯାଇଥିଲା। ରାଉରକେଲାର ମ୍ୟୁଜିକ ସେଲିବ୍ରେସନ ନାମକ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହାର ସଦସ୍ୟମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ପରିବେଷଣ କରିଥିଲେ। ସମସ୍ତ କଳାକାରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜେଲ ଅଧିକ୍ଷକ ଜୀବନ ସିଂ ମୁଣ୍ଡା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଇନ୍ଦରଜିତ ସିଂ ଯୋଗ ଦେଇଥିଲେ। ଝୁନୁ ନାୟକଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୋନାଲିସା ଗୌଡ଼ ମଞ୍ଚ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ କାଉନସିଲର ଗୌରୀ ପଣ୍ଡା, ପ୍ରୋବେସନ ଅଫିସର ପ୍ରଭଞ୍ଜନ ମଣ୍ଡଳ, ଜେଲର ରତିକାନ୍ତ ଶୁକ୍ଲା ଏବଂ କାରାଗାରର କର୍ମଚାରୀଙ୍କ ମଧ୍ୟରେ ସହକାରୀ ଜେଲର କମଳ ଲୋଚନ ଓ ସଂଗୀତା, ହିସାବରକ୍ଷକ ଶୁଭ୍ରଜିତ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ. ମ୍ୟୁଜିକ ସେଲିବ୍ରେସନ ପକ୍ଷରୁ ଭଜନ ଓ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିଲେ ଝୁନୁ ନାୟକ, ପିଙ୍କି ପ୍ରିୟଦର୍ଶିନୀ, ଅଞ୍ଜଳି ପୃଷ୍ଟି, ରୀନା କଦମାୱାଲା, ବସନ୍ତ ତାଣ୍ଡି, ରଜତ କୁମାର ସାହୁ, ତପନ ଷଡ଼ଙ୍ଗୀ, କିଶୋର ନାଗ, ତରୁଣ କୁମାର, ଏମଡି ଅଫରୋଜ ପ୍ରମୁଖ। ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ମନୋଜ କୁମାର ନାୟକ ଓ ଅମିତ ସିଂ ରାଣା ଏବଂ ସାଥୀ। କାରାଗାରର ଅନ୍ତେବାସୀ ମାନେ ଏହି କାର୍ଯ୍ୟକ୍ରମର ଭରପୁର ଆନନ୍ଦ ନେବା ସହ ବେଶ ଝୁମି ଉଠିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବୟତ୍ରି ବାସନ୍ତୀ ଲତା ଜେନା, ଗାନ୍ଧୀ ନଗର, ନବରଙ୍ଗପୁର, ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ଓଡ଼ିଶାରେ ସର୍ବାଧିକ ଜରାଶ୍ରମ – ଭାରତରେ ୫୩୪, ଓଡ଼ିଶାରେ ୮୫

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶେଷ ଚିଠି

Sunil Chandra Nayak

Leave a Comment

error: Content is protected !!