ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ରୁ ପାଣି ପମ୍ପ ଚୋରି ଉଦ୍ୟମ

 ଜୁନାଗଡ଼ ୧୧/୭ (ମ. ନି. ସ) କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ରେ ଦିନ କୁ ଦିନ ଚୋରି ସଂଖ୍ୟା ବଢିବା ରେ ଲାଗିଚି l ଗତ ମାସ ୧୪ତାରିଖ ରେ ଜୁନାଗଡ଼ ହାଇସ୍କୁଲ ର ଇ ଲାଇବ୍ରେରୀ ରୁ କମ୍ପୁଟର ଚୋରି ହୋଇଥିଲା ଜୁନାଗଡ଼ ପୋଲିସ ଏହି ଘଟଣା ରେ ୩ ଜଣ ଅଭିଯୁକ୍ତ ଙ୍କୁ ୧୯ ତାରିଖ ରେ ଗିରଫ କରି କମ୍ପୁଟର ଜବତ କରିଥିଲା l ହେଲେ ସେହି ଘଟଣା ମନ ରୁ ନ ଲିଭୁ ଲିଭୁ ଗତକାଲି ରାତି ପୁଣି ଥରେ ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ବୋରୱେଲ ରେ ଲାଗିଥିବା ସମରସେବୁଲ ମୋଟର ପମ୍ପ ର ଇଲେକ୍ଟ୍ରି ତାର କୁ କାଟି ମୋଟର କୁ ବାହାର କରି ନେବାକୁ ଉଦ୍ୟମ କରିଥିଲେ ଦୃବୁର୍ତ୍ତ ହେଲେ ଏହି ମୋଟର ରେ ଲାଗିଥିବା ପାଇପ ବହୁତ ଲମ୍ବା ଥିବାରୁ ଏହା କୁ ଟେକି ନେବାରେ ଅସୁବିଧା ହୋଇଥିବା ରୁ ପାଖରେ ଛାଡି ପଳେଇଥିଲେ l ଆଜି ସକାଳୁ ଏହି ପଡିଆ ରେ ଫୂଟବଲ ଖେଳିବା ପାଇଁ କିଛି ଯୁବକ ଆସିବା ପରେ ଏହି ଘଟଣା ଟି ଜଣା ପଡିଥିଲା l ପରେ ଜୁନାଗଡ଼ ପୋଲିସ କୁ ଖବର ଦେବା ପରେ ଜୁନାଗଡ଼ ପୋଲିସ ଘଟଣା ସ୍ଥଳ କୁ ଆସି ନିରୀକ୍ଷଣ କରିବା ସହ ଚୋର ମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଚି l ଏହିଭଳି ଚୋରି ଘଟଣା ଗୁଡିକ ରେ ସହର ରେ ଥିବା କିଛି କାବାଡି ଵାଲା ସଂଶ୍ଲିଷ୍ଟ ଥିବା ଚର୍ଚ୍ଚା ହେଉଚି l ଏହିପରି ଦିନ କୁ ଦିନ ଚୋରି ସଂଖ୍ୟା ବଡିବା ରେ ଲାଗିବାରୁ ଜୁନାଗଡ଼ ବାସୀ ଏକପ୍ରକାର ଆତଙ୍କିତ ଅବସ୍ଥା ରେ ରହୁଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖୀତୀ ଙ୍କ ରିପୋର୍ଟ

Related posts

ନଗାରୀ ଗ୍ରାମ ରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ପ୍ରସୂତି ମହିଳାର ମୃତ୍ୟୁ

Sunil Chandra Nayak

ମା ସର୍ବମଙ୍ଗଳା ଘାଟି ମୁଣ୍ଡିଆଣି ଙ୍କ ଡୋଙ୍ଗର ଯାତ୍ରା ପାଳିତ

Sunil Chandra Nayak

Leave a Comment

error: Content is protected !!