ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ର ମାଡ଼ ସହି ନପାରି ଭାଙ୍ଗିଲା ମାଟି ଘର, ବେସାହାରା ବିଧବା ମା ଓ ଝିଅ

କୋକସରା,୧୧/୭- ( ମ ନି ସ ) ଲଗାଣ ବର୍ଷା ମାଡ଼କୁ ସହ୍ୟ କରିନପାରି ଦୁର୍ବଳ ଥିବା ମାଟିଘର ସମ୍ପର୍ଣ୍ଣ ଭାଙ୍ଗି ପଡିଛି। ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ର ତଲାଗାଁ ଠାରେ। ସୂଚନାମତେ ତଲାଗା ର ବିଧବା ସୁଶିଳା ରାଉତ ଜଣେ ଅତି ଗରିବ ଶ୍ରେଣୀ ର ମହିଳା, ସ୍ୱାମୀ ଙ୍କ ମୃତ୍ୟୁ ଅନ୍ତେ ଅତି କଷ୍ଟ ରେ ନିଜ ଝିଅ ଙ୍କ ସହ କୁଳି ମଜୁରୀ କରି ରହୁଛନ୍ତି। ହେଲେ ମୁଣ୍ଡ ଗୁଞ୍ଜିଥିବା ମାଟି ଘର ରବିବାର ରାତି ରେ ହଠାତ ବର୍ଷାରେ ସମ୍ପୂର୍ଣ୍ଣ ରୁପେ ଭାଙ୍ଗି ପଡିଛି। ଭାଗ୍ୟ ଭଲ ଘର ଭାଙ୍ଗିଥିଲେ ମଧ୍ୟ ସମସ୍ତେ ସୁରକ୍ଷିତ ଅଛନ୍ତି। ଘର ଭାଙ୍ଗିବା ପରେ ଏବେ ସେ ପର ଘର ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ଆହା କରିବାକୁ ମଧ୍ୟ କେହି ନାହିଁ। ୪ ଝିଅ ଙ୍କ ମଧ୍ୟରୁ ୩ ବିବାହ କରିଥିବା ବେଳେ ସାନ ଝିଅ ସହ ରହୁଥିଲେ। ଘର ଭାଙ୍ଗିବା ପରେ ଘରେ ଥିବା ଆସବାବପତ୍ର ସମେତ ଚାଉଳ ନଷ୍ଟ ହୋଇଯାଇଛି। ବାରମ୍ବାର ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପଞ୍ଚାୟତ ସରପଞ୍ଚ ପିଇଓ ଙ୍କୁ ଗୁହାରି କରିଛନ୍ତି, ହେଲେ ଗରିବ ଲୋକଙ୍କ କଥା କିଏ ଶୁଣୁଛି ବୋଳି କୋହରେ କହିଛନ୍ତି ସୁଶିଳା। ଏ ସମ୍ପର୍କରେ ଖବର ପାଇ କଳାହାଣ୍ଡି କଂଗ୍ରେସ ର ପ୍ରବକ୍ତା ବେନୁପାଣି ଦୁର୍ଗା, ସମେତ ଗଣେଶ ବାଗ ପହଞ୍ଚି ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ସରପଞ୍ଚ ଙ୍କୁ ଅବଗତ କଲାପରେ ପଲିଥିନ ଯୋଗାଇ ଦେବାକୁ ରାଜସ୍ୱ ନିରୀକ୍ଷକ କହିଥିବା ବେଳେ ସରପଞ୍ଚ ପ୍ରତିନିଧି ଧର୍ମା ନାଏକ ୧ ବସ୍ତା ପିଡ଼ିଏସ ଚାଉଳ ଓ କିଛି ଆର୍ଥିକ ସହାୟତା ସହ ଆବାସ ଯୋଜନାରେ ଲିଷ୍ଟରେ ନାଁ ରହିଛି ଓ ଆବାସ ଘର ଆଗାମୀ ଦିନରେ ଯୋଗାଇ ଦିଆଯିବ ବୋଳି କହିଛନ୍ତି। ତେବେ ଘର ମିକିବା ପର୍ଯ୍ୟନ୍ତ ବିଧବା ମା ଓ ଝିଅ କୋଉଠି ରହିବେ ସେମାନଙ୍କ ଥଇଥାନ କରିବାକୁ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Related posts

ଖଡ଼ିଆଲ ପୋଲିସ ଦ୍ବାରା ନିରୁଦିଷ୍ଠ  ଉଦ୍ଧାର

ମା’ ଚଣ୍ଡିମାତାଙ୍କ ସ୍ବାଗତ ଗେଟ୍ ର ଶୁଭ ପୂଜନ କଲେ ବିଧାୟକ

Sunil Chandra Nayak

ନିରୁପମା ପାଣି ଙ୍କ କବିତା ଅଜବ ଗଜବ

Leave a Comment

error: Content is protected !!