Uncategorizedପ୍ରତାପ କିଶୋର ରାଉତ ଙ୍କ କବିତା ମିଛ ଦୁନିଆ ରେ ସେ ଏକା ସତ by Sunil Chandra NayakJuly 21, 20220119 Share0 ମିଛ ଦୁନିଆ ରେ ସେ ଏକା ସତ ପ୍ରତାପ କିଶୋର ରାଉତ ଜୀବନ ର ପଥେ ରେ ଆଶା ର ସୁମନ ନିଶାନ୍ତେ ନିୟତ ପଡୁଛି ଝରି ଭାଗ୍ୟ ଆକାଶ ରେ ପୁନେଇଁ ଚାନ୍ଦ କୁ କଳା ମେଘ ସତେ ଯାଉଛି ଘେରି ପ୍ରୀତି ପ୍ରତ୍ୟାଶା ଯେ ହଜି ଯାଇଛି ଆପଣା ର ଲୋକ ସାତ ପର ହୋଇ ସେନେହ ମମତା ଭୁଲି ଯାଉଛି । ଜୀବନ ବେଦୀ ର ରାଜ ରାଜେଶ୍ୱରୀ ଅପନ୍ତରା ପରେ ପଡି ରହିଛି ହାତ ଧରି ଯିଏ ଚାଲି ଶିଖାଇଲା ତା ହାତରେ ଆଜି ବେଡି ପଡିଛି ଜନମ ଦେଇ ଯେ ମଣିଷ କଲା ପରାନ୍ତ ସମୟେ ଆଖି ଲୁହ ପିଇ ବଞ୍ଚିବା ତା ଭାଗ୍ୟେ ଲେଖା କି ଥିଲା । ବିପଦ ରେ ଟିକେ ଆହା କହିବାକୁ କାହା ପାଖେ ଆଜି ସମୟ ନାହିଁ ସୁଖ ବେଳେ ଖାଲି ସ୍ୱାର୍ଥ ପାଇଁ ସତେ ମଣିଷ ପାଖକୁ ଆସଇ ଧାଇଁ ସ୍ୱାର୍ଥ ପୁରି ଗଲେ ନିଜ ବାଟ ରେ ମଣିଷ ପଣିଆ ନିଲାମ ହୁଅଇ ସ୍ୱାର୍ଥବାଦ ଏଇ ଦୁନିଆ ପରେ । ଜୀବନ ର ଶେଷେ କେହି ନଥିଲେ ବି ତୋ ଜୀବନେଶ୍ୱର ଥିବେ ପାଖରେ ବେଳ ଥାଉଁ ସେହି ଆହୁଲା କୁ ଧର ପାରି ହେବୁ ଯଦି ଭବ ସଂସାରେ ସେହି ତୋର ସଖା ବନ୍ଧୁ ସୋଦର ମିଛ ଦୁନିଆ ରେ ସେହି ଏକା ସତ ସେହି ନାମ କୁ ତୁ କର ରେ ସାର । ତେନ୍ତୁଳିପଦୀ ,ହାଟଡ଼ିହି , କେନ୍ଦୁଝର