ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ମିଛ ଦୁନିଆ ରେ ସେ ଏକା ସତ

ମିଛ ଦୁନିଆ ରେ ସେ ଏକା ସତ

     ପ୍ରତାପ କିଶୋର ରାଉତ

ଜୀବନ ର ପଥେ ରେ ଆଶା ର ସୁମନ
      ନିଶାନ୍ତେ ନିୟତ ପଡୁଛି ଝରି
ଭାଗ୍ୟ ଆକାଶ ରେ ପୁନେଇଁ ଚାନ୍ଦ କୁ
    କଳା ମେଘ ସତେ ଯାଉଛି ଘେରି
     ପ୍ରୀତି ପ୍ରତ୍ୟାଶା ଯେ ହଜି ଯାଇଛି
ଆପଣା ର ଲୋକ ସାତ ପର ହୋଇ
          ସେନେହ ମମତା ଭୁଲି ଯାଉଛି ।
ଜୀବନ ବେଦୀ ର ରାଜ ରାଜେଶ୍ୱରୀ
      ଅପନ୍ତରା ପରେ ପଡି ରହିଛି
ହାତ ଧରି ଯିଏ ଚାଲି ଶିଖାଇଲା
     ତା ହାତରେ ଆଜି ବେଡି ପଡିଛି
   ଜନମ ଦେଇ ଯେ ମଣିଷ କଲା
ପରାନ୍ତ ସମୟେ ଆଖି ଲୁହ ପିଇ
   ବଞ୍ଚିବା ତା ଭାଗ୍ୟେ ଲେଖା କି ଥିଲା ।
ବିପଦ ରେ ଟିକେ ଆହା କହିବାକୁ
        କାହା ପାଖେ ଆଜି ସମୟ ନାହିଁ
ସୁଖ ବେଳେ ଖାଲି ସ୍ୱାର୍ଥ ପାଇଁ ସତେ
         ମଣିଷ ପାଖକୁ ଆସଇ ଧାଇଁ
    ସ୍ୱାର୍ଥ ପୁରି ଗଲେ ନିଜ ବାଟ ରେ
ମଣିଷ ପଣିଆ ନିଲାମ ହୁଅଇ
           ସ୍ୱାର୍ଥବାଦ ଏଇ ଦୁନିଆ ପରେ ।
ଜୀବନ ର ଶେଷେ କେହି ନଥିଲେ ବି
     ତୋ ଜୀବନେଶ୍ୱର ଥିବେ ପାଖରେ
ବେଳ ଥାଉଁ ସେହି ଆହୁଲା କୁ ଧର
     ପାରି ହେବୁ ଯଦି ଭବ ସଂସାରେ
    ସେହି ତୋର ସଖା ବନ୍ଧୁ ସୋଦର
ମିଛ ଦୁନିଆ ରେ ସେହି ଏକା ସତ
      ସେହି ନାମ କୁ ତୁ କର ରେ ସାର ।

ତେନ୍ତୁଳିପଦୀ ,ହାଟଡ଼ିହି , କେନ୍ଦୁଝର

 
   

Related posts

ଶ୍ରୀନିବାସ ପଣ୍ଡା ଙ୍କ କବିତା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

Sunil Chandra Nayak

ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଦାବି ନେଇ ରାଜ ରାସ୍ତାରେ କର୍ମଚାରୀ ସଂଘ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବରଷା ରାଣୀ

Sunil Chandra Nayak

Leave a Comment

error: Content is protected !!