ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷାଦାନ ଅସୁବିଧା ହେଉଥିବାରୁ ବିଦ୍ୟାଳୟ ରେ ତାଲା ପକାଇଲେ ଛାତ୍ରୀ ଛାତ୍ର 

ତିନି ଶ୍ରେଣୀ ଗୃହରେ ୧୯୨ ଛାତ୍ରୀ ଛାତ୍ର ଙ୍କୁ ୪ ଶିକ୍ଷକ

ରାଇଘର ବ୍ଲକ ଦେବାଗଁ। ପଂଚାୟତ କୁରୁବେଲା ଗ୍ରାମରେ ଶିକ୍ଷାଦାନ ଅସୁବିଧା ହେଉଥିବାରୁ ଗୁରବାର  ବିଦ୍ୟାଳୟ ରେ ତାଲା ପକାଇଲେ ଛାତ୍ରୀ ଛାତ୍ର  । ୧୯୭୨ ମସିହରେ ସ୍ଥାପିତ ଏହି ବିଦ୍ୟାଳୟରେ ୧ମ ରୁ ୮ମ ଶ୍ରେଣୀ  ପର୍ଯ୍ୟନ୍ତ ରହିଥିବା ବେଳେ ବିଦ୍ୟାଳୟ ରେ ଦୀର୍ଘ ଦିନ ଧରି ୪ ଜଣ ଶିକ୍ଷକ ଙ୍କୁ ୩ ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷାଦାନ ଏ ନେଇ  ବିଦ୍ୟାଳୟ ଚାଲି ଥିବାରୁ  ଗ୍ରାମବାସୀ ଅନେକ ଥର ବ୍ଲକ୍ ଓ ଜିଲା ଶିକ୍ଷା ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ  l ଶେଷରେ ବାଧ୍ୟ ହୋଇ ଗୁରୁବାର ଛାତ୍ରୀ ଛାତ୍ର  ବିଦ୍ୟାଳୟ ରେ ତାଲା ପକାଇଥିଲେ। ଖବର ପାଇ ଗ୍ରାମବାସୀ ବିଦ୍ୟାଳୟ ରେ ପହଂଚି ଧାରଣାରେ ସାମିଲ ହୋଇଥିଲେ l ଖବର ପାଇ  ରାଇଘର ବ୍ଲକ କଂଗ୍ରେସ କର୍ମୀ ସନରାଜ ଗଣ୍ଡ ଙ୍କ ସମେତ କିଛି କର୍ମୀ ବିଦ୍ୟାଳୟ ରେ ପହଂଚି ଅଧିକାରୀ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପରେ ଧାରଣା ରେ ରହିଥିଲେ, ଖବର ପାଇ ରାଇଘର ଏବିଓ ସୋନା ମାଝୀ ବିଦ୍ୟାଳୟ ରେ ପହଂଚି ଅଲୋଚନା କରିଥିଲେ ୨୫ ତାରିଖ ମଧ୍ୟରେ   ଶିକ୍ଷକ ନିଯୁକ୍ତି ପ୍ରତିଶୃତି ପାଇବା ପରେ ଧାରଣା ରୁ ଉଠିଥିବା ଜଣାପଡିଛି l ଏହା ସହ ବର୍ଷା ହେଲେ  ଶ୍ରେଣୀ ଗୃହରେ ପାଣି ପଡିବା ଓ ରୋଷେଇ ଘର ନ ଥିବାରୁ ଅସୁବିଧା ର ସମୁଖୀନ ହେଉଥିବା ଅଭିଯୋଗ କରିଥିଲେ l ଏ ନେଇ ରାଇଘର ବ୍ଲକ ଶିକ୍ଷ। ଅଧିକାରୀ ଙ୍କ ସହ ଯୋଗାଯୋଗ ହୋଇପାରି ନଥିବାରୁ ଏବିଓ ସୋନା ମାଝୀ ଙ୍କୁ ପଚାରିବାରୁ ବୀଇଓ ତାଲିମ କାର୍ଯ୍ୟକ୍ରମ  ରେ ରହିଥିବାରୁ ମୁ କୁରୁବେଲl ଗ୍ରାମକୁ ଯାଇ ସମସ୍ୟା ବିଷୟରେ ବୁଝି ଅଧିକାରୀଙ୍କୁ ଜଣାଇବି ଓ ୨୫ ତାରିଖ ମଧ୍ୟରେ ଶିକ୍ଷକ ନିଯୁକ୍ତି ପ୍ରତିଶୃତି ଦେବା ପରେ ଧାରଣା ରୁ ଉଠିଥିବା ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ

 

Related posts

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ ମୁନିଗୁଡ଼ା ସାହିତ୍ୟ ସମ୍ମାନ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ବୟସ ନଦୀର ତୀରେ

Sunil Chandra Nayak

ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳା ସ୍ତରୀୟ ଯୁବ ମହୋତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!