ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୃକ୍ଷରୋପଣ କାର୍ଯ୍ୟକ୍ରମ ….

ହମିରପୁର ଉନ୍ନୟନ ପରିଷଦର: ….

ରାଉରକେଲା/ ହମିରପୁର ଉନ୍ନୟନ ପରିଷଦ ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ ଉପଲକ୍ଷେ ହମିରପୁର ରାମକୃଷ୍ଣ ମନ୍ଦିର ରୋଡ ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରଯାଇଥିଲା।ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ହମିରପୁର ର ବରିଷ୍ଠ ନାଗରିକ ଲାଜରୁସ ତିର୍କୀ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁରଥ ବାଗ, ସୁଧାକର ମୁନୀ, ଅମନ ବାରା,ପ୍ରଫୁଲ୍ଲ ଦାସ,ଡାକ୍ତର ଗୋପାଳ ଚନ୍ଦ୍ର ରାୟ,ଅଗସ୍ତି ଦାସ,ବସନ୍ତ ଦେହୁରୀ,ଅମିତ ଚୌଧୁରୀ,ବିଷ୍ଣୁଚରଣ ନାୟକ,ଆଲବର୍ଟ ବାହାଲା,ନିରଞ୍ଜନ ନାୟକ, ଲାଲମା ତିର୍କୀ ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ ୫୦ଟି ବୃକ୍ଷରୋପଣ କରିଥିଲେ। ଶେଷରେ ଡଃ ଦତ୍ତ ବୃକ୍ଷରୋପଣ ର ଉପଯୋଗିତା ଓ ଉପକାରିତା ସଂପର୍କରେ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ଆଭା ଅନ୍ବେଷ:…..

 ଶିକ୍ଷାବିତ୍ ମାନଙ୍କ ଦ୍ଵାରା ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ଆଭା ଅନ୍ବେଷ ତରଫରୁ ସେକ୍ଟର ୨୧ ନୟାବଜାର ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ଆର୍ତ୍ତ ଜେନା, ପ୍ରଧାନ ଶିକ୍ଷକ ଏମଡି ଇମ୍ରାନ ଖାନ,ଶରତ ପତି,ଭାସ୍କର ନନ୍ଦ,ବଳରାମ ଶତପଥୀ,ବିଜୟ ସାମଲ, ବିଜୟ ସାହୁ,ହରିହର ବେହେରା, ଯଶୋବନ୍ତୀ ସାହୁ,ସୁଷମା ଜେନା,ମହେନ୍ଦ୍ର ସାହୁ,ନମିତା ମହାନ୍ତି,ସଂଜୟ ମଲ୍ଲିକ, ନଳିନୀପ୍ରଭା ସାହୁ,ସଂଯୁକ୍ତା ରାଉତ, ବୃନ୍ଦାବନ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ବିଜୟ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଛଉନୃତ୍ଯ ତାଲିମ ଅନୁଷ୍ଠାନରେ ନାମଲେଖା ସାମର୍ଥ୍ୟ ପରୀକ୍ଷା ଅନିୟମିତତା ନେଇ ବିଭିନ୍ନ ଛଉ ପ୍ରତିଷ୍ଠାନର ନୃତ୍ୟ କାର୍ଯ୍ୟକର୍ତ୍ତାଙ୍କ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର

Sunil Chandra Nayak

କେସିଙ୍ଗା ଟ୍ରାଫିକ ସମସ୍ୟା ସମାଧାନ ପାଇଁ ବୈଠକ

Sunil Chandra Nayak

ଶିକ୍ଷକ ଫେଡେରେସନ ତରଫରୁ ଷୋଡଶ ବାର୍ଷିକ ଉତ୍ସବ, ପତ୍ରିକା ଉନ୍ମୋଚନ ଓ ସମ୍ଵର୍ଦ୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!