ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମେତ କାଉଡିଆଙ୍କ ପ୍ରବଳ ଭିଡ଼ 

ରୁପ୍ରା, ୧୮/୭ (ମନିସ ) : ଶ୍ରାବଣର ପ୍ରଥମ ସୋମବାରରେ ଚଳଚଞ୍ଚଳ ବିଭିନ୍ନ ଶୈବପୀଠ। ମହାଦେବଙ୍କ ଲିଙ୍ଗରେ ଜଳଲାଗି କରିଛନ୍ତି ଭକ୍ତ, ଶ୍ରଦ୍ଧାଳୁ ଓ କାଉଡିଆ । ଏଥିପାଇଁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ଜଳଲାଗି କରିବା ପାଇଁ ବିଭିନ୍ନ ନଦୀ ଘାଟରୁ ଜଳ ଆଣି ଶୈବପୀଠରେ ପହଞ୍ଚିଥିଲେ କାଉଡିଆ। ଜଳଲାଗି କରିବାକୁ ଲମ୍ବା ଲାଇନରେ ଛିଡା ହୋଇଥିଲେ ଶ୍ରଦ୍ଧାଳୁ। ନର୍ଲା ବ୍ଲକ୍ ଅଧିନ ରୁପ୍ରା (ଖମ୍ୱପଡା) ଶିବ ମନ୍ଦିର ସମେତ କର୍ମେ, ଥୁଆପଦର, ମୁସ୍କୁଟି, ଦେବଗିରି ମଠ, କେରାଣ୍ଡିଖୁଣ୍ଟି, ସରିଆଁ, ନର୍ଲା, ବିଲାଟ, ନର୍ଲାରୋଡ, ବଲବସପୁର ଓ ଭୀମକେଲା ସ୍ଥିତ ଶିବ ମନ୍ଦିର ଠାରେ ଆଜି ଭୋରରୁ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । କାଉଡିଆ ତଥା ଭକ୍ତମାନଙ୍କ ପାଇଁ ମନ୍ଦିର ମାନଙ୍କରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଆଜି ସକାଳୁ ପାଗ ଅନୁକୂଳ ଥିବାରୁ ମନ୍ଦିର ମାନଙ୍କରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

Related posts

ଉଛୁଲା ଗାଁର ସୀମାନ ଶବର ବିଦ୍ଯୁତ ଆଘାତ ଘଟଣା ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୂଖ୍ଯ ସଚ୍ଚିବଙ୍କୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବ ଅଧିକାର କମିଶନ

Sunil Chandra Nayak

ବାଲେଶ୍ବର – ଆକସ୍ମିକ ଅଗ୍ନିକାଣ୍ଡରେ ପୋଡିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଲକ୍ଷ୍ମୀ ପୂଜାରେ ଖେଚୁଡି ବଣ୍ଟନ

Sunil Chandra Nayak

Leave a Comment

error: Content is protected !!