ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଓଡ଼ିଶା ଫୁଡ୍‌ପ୍ରୋ-୨୦୨୨ ଉଦଘାଟିତ

ରାଜ୍ୟରେ ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଓଡ଼ିଶା ଫୁଡ୍‌ପ୍ରୋ-୨୦୨୨ ଉଦଘାଟିତ ହୋଇଯାଇଛି।ଜାତୀୟ ଓ ଆନ୍ତର୍ଜାତିକ ମାନଚିତ୍ରରେ ଏହା ଏକ ବାର୍ଷିକ ଇଭେଣ୍ଟ ଭାବେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀ ଅତ୍ୟାଧୁନିକ ସପ୍ଲାଏ ଚେନରେ ଭାଗୀଦାର ହେବେ। ଦେଶ ଓ ବିଦେଶର କମ୍ପାନୀମାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏହା ଆକୃଷ୍ଟ କରିବ। ସେଥିପାଇଁ ଏକାଠି ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିଲେ। ଅମଳ ପରବର୍ତ୍ତୀ ଫସଲ କ୍ଷତିକୁ ଏହା ଭରଣା କରିବ। ଯାହାଦ୍ବାରା ଚାଷୀମାନେ ଲାଭବାନ ହୋଇପାରିବେ।

ଉଦଘାଟନ ଉତ୍ସବରେ ଶକ୍ତି ଓ ଏମସଏମଇ ମନ୍ତ୍ରୀ ପ୍ରତାବ ଦେବ ଯୋଗ ଦେଇ ଛୋଟ ନିବେଶକ ଏବଂ ଉଦ୍ୟୋଗ ପାଇଁ ପରିବେଶ ଅନୁକୂଳ ଖାଦ୍ୟ ପ୍ରକ୍ରିୟାକରଣ ନୂଆ ସୁଯୋଗ ସୃଷ୍ଟି କରିବ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ପ୍ରମୁଖ ସଚିବ ରଞ୍ଜନ ଚୋପ୍ରା ବକ୍ତବ୍ୟ ରଖିଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କାଜାକିସ୍ଥାନର କାଜାକ୍ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ବିରୋଡି ଆକ୍ରମଣରେ ମହିଳା ଗୁରୁତର ଡାକ୍ତରଖାନାରେ ଚିକିତ୍ସାଧିନ

Sunil Chandra Nayak

ପଦ୍ମିନୀ ନାଏକ ଙ୍କ କବିତା ବିଶ୍ବ ମାତୃ ଦିବସ

Leave a Comment

error: Content is protected !!