ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ବାଲେଶ୍ଵର,୨୮/୭/୨୨- ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ଜନଜାଗରଣ ମଞ୍ଚର ମାସିକ ବୈଠକ ମଞ୍ଚ କାର୍ଯ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଭ୍ୟ ରାମକୃଷ୍ଣ ଦାସମହାପାତ୍ର, କୈଳାସ ପୃଷ୍ଟି, ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ଅଭିରାମ ମହାପାତ୍ର, ଦେଵେନ୍ଦ୍ର କୁମାର ରାଉତ, ଚିନ୍ତାମଣି ସାହାଣୀ ଓ ସଭ୍ୟ ତଥା ବାଲେଶ୍ଵର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଉକ୍ତ ବୈଠକରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ନିଞ୍ଜନ ବେହେରା ମାସିକ ବିବରଣୀ ପାଠ କରିଥିଲେ । ପ୍ରଥମେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ଅମୃତବାଣୀ ଶୁଣାଇବା ପରେ ସଭ୍ୟ କୈଳାସ ପୃଷ୍ଟି ଅଖଣ୍ଡ ଜ୍ଯୋତି ପୁସ୍ତକରୁ କିଛି ଶିକ୍ଷଣୀୟ ବିଷୟବସ୍ତୁ ପଢି ସମସ୍ତଙ୍କୁ ଶୁଣାଇଥିଲେ । ଖଇରା ବ୍ଲକ ପରିସରରେ କୋର୍ଟ ପ୍ରତିଷ୍ଠା ନେଇ ବିଡ଼ିଓ ପର୍ଶୁରାମ ପଣ୍ଡା ଟାଳଟୁଳ ଅବଲମ୍ବନ କରୁଥିବା ବେଳେ ଖଇରା ବଜାର ମଝି ଓ ଆଳଦା ଛକରେ ଯାତ୍ରୀ ବିଶ୍ରାମଗାର ନିର୍ମାଣ ନିମନ୍ତେ ଜାଗା ଚିହ୍ନଟରେ ତହସିଲଦାରଙ୍କ ଅସହଯୋଗରେ ମଞ୍ଚ ଦୁଃଖ ପ୍ରକାଶ କରିଛି । ଶେଷରେ ବୁଦ୍ଧିରାମ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା। ଖରା

Sunil Chandra Nayak

କଙ୍କଡ଼ାହାଡ଼ ଅଂଚଳରେ ମରୁଡି ସମସ୍ୟା, କେନାଲରେ ପାଣି ଆସୁନାହିଁ ଚାଷୀ ହନ୍ତ ସନ୍ତ

Sunil Chandra Nayak

ଧବଳେଶ୍ଵର ନାଏକ ମେମୋରିଆଲ କ୍ରିକେଟ , ଉଦ୍ଘାଟନୀ ମ୍ୟାଚରେ ଚିଚିଆ ଦଳ ବିଜୟୀ

Sunil Chandra Nayak

Leave a Comment

error: Content is protected !!