ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶରେ ନିଯୁକ୍ତି – ୨୨ କୋଟି ଆବେଦନ… ମାତ୍ର ୭ ଲକ୍ଷ ଙ୍କୁ ଚାକିରି

ଆଠ ବର୍ଷରେ କେନ୍ଦ୍ରର ନିଯୁକ୍ତି….

ଦେଶରେ ବେକାରୀ ସମସ୍ୟା ହାର ବଢ଼ି ଚାଲିଛି।ଗତ ଆଠ ବର୍ଷରେ ସରକାରୀ ଚାକିରି ପାଇଁ ୨୨.୦୫ କୋଟି ଆବେଦନ ହୋଇଥିବା ବେଳେ ମାତ୍ର ୭.୨୨ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଏହି ସୂଚନା ଦିଆଯାଇଛି। ବେକାରୀ ପ୍ରସଙ୍ଗରେ ଏନେଇ ବିରୋଧୀ ସଂସଦରେ ହଙ୍ଗାମା ଜାରି ରଖିଛନ୍ତି। ଏହାକୁ ଏଡ଼ାଇବା ପାଇଁ ବିରୋଧୀଙ୍କୁ ସଂସଦରୁ ନିଲମ୍ବନ କରାଯାଉ ଥିବା ଅଭିଯୋଗ ହୋଇଛି। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି ଯେ,୨୦୧୪-୧୫ ରୁ ୨୦୨୧-୨୨ ମଧ୍ୟରେ ୨୨.୦୫.୯୯.୨୩୮ ଆଶାୟୀ ପ୍ରାର୍ଥୀ କେନ୍ଦ୍ର ସରକାରରେ ଚାକିରି ପାଇଁ ଆବେଦନ କରିଥିଲେ। ଏମାନଙ୍କ ମଧ୍ୟରୁ ମାତ୍ର ୭.୨୨.୩୧୧ ଜଣଙ୍କୁ ସରକାରୀ ଚାକିରି ମିଳିଥିବା ସୂଚନା ଦେଇଛନ୍ତି।

ସୂଚନା ଅନଯାୟୀ,୨୦୨୧-୨୨ ମସିହାରେ ୧.୮୬.୭୧.୧୨୧ ଜଣ ଆଶାୟୀ ଆବେଦନ କରିଥିବା ବେଳେ ମାତ୍ର ୩୮.୮୫୦ ଜଣ ଚାକିରି ପାଇଥିଲେ। ସେହିପରି ୨୦୨୦-୨୧ ରେ ୧.୮୦.୦୧.୪୬୯ ଆବେଦନ ଏବଂ ୭୮.୫୫୫ ଙ୍କୁ ନିଯୁକ୍ତି,୨୦୧୯-୨୦ ରେ ୧.୭୮.୩୯.୭୫୨ ଆବେଦନ ଓ ୧.୪୭.୦୯୬ ନିଯୁକ୍ତି,୨୦୧୮-୧୯ ରେ ୫.୦୯.୩୬.୪୭୯.ଆବେଦନ ଓ ୩୮.୧୦୦ ନିଯୁକ୍ତି,୨୦୧୭-୧୮ ରେ ୩.୯୪.୭୬.୮୭୮ ଆବେଦନ ଓ ୭୬.୧୪୭ ନିଯୁକ୍ତି,୨୦୧୬-୧୭ ରେ୨.୨୮.୯୯.୬୧୨ ଆବେଦନ ଓ ୧.୦୧.୩୩୩ ନିଯୁକ୍ତି,୨୦୧୫-୧୬ରେ ୨.୯୫.୫୧.୮୪୪ ଆବେଦନ ଓ ୧.୧୧.୮୦୭ ନିଯୁକ୍ତି,୨୦୧୪-୧୫ ରେ ୨.୩୨.୨୨.୦୮୩ ଆବେଦନ କରିଥିବା ବେଳେ ୧.୩୦.୪୨୩ ଜଣ ଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ଦିଆ ଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଉଛନ୍ତି ଓ ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ଉଲ୍ଲେଖ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ନର୍ଲା ବ୍ଲକ୍ ର ଚାରୋଟି ସ୍ଥାନରେ ଲାଗିଥିବା ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

ଅଶାକର୍ମୀ କ୍ଷ୍ୟମାସିଲାଙ୍କୁ ସ୍ୱାସ୍ଥ୍ୟ ସେବା ସମ୍ମାନ

Sunil Chandra Nayak

କୋକସରା ବ୍ଲକ ରେ ରଥଯାତ୍ରା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!