ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରିଲା ସମବାୟ ସମିତିର ସଭାପତି ଓ ଉପ-ସଭାପତି ନିର୍ବାଚନ 

ବାଲେଶ୍ଵର,୨୯/୭/୨୨– ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପାଉଁଶକୁଲି ସମବାୟ ସମିତିର ସଭାପତି ଓ ଉପ- ସଭାପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ମେଣ୍ଟ ପ୍ରାର୍ଥୀ ସଂଜୀବ ମହାନ୍ତି ଓ ଉପ-ସଭାପତି ଭାବେ ରାଜସ୍ମିତା ପରିଡା ନିର୍ବାଚିତ ହୋଇଛନ୍ତି । ସଂଜୀବ ମହାନ୍ତିଙ୍କୁ ୧୫ରୁ ୯ ଟି ଭୋଟ ମିଳିଥିବା ବେଳେ ରାଜସ୍ମିତା ପରିଡା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିରେ ପାଉଁଶକୁଲି ସରପଞ୍ଚ ବିନ୍ଦୁବାଳା ସେନାପତି, ତାଡାଦା ସରପଞ୍ଚ ପ୍ରଭାତ କୁମାର ଦାସ, ସିଂଲା ସରପଞ୍ଚ ବିପିନ କୁମାର ବିଶ୍ଵାଳ, ସଂଗଠକ ଶିଶିର କୁମାର ସେନାପତି, ପଞ୍ଚାନନ ଦାସ, ନାରାୟଣ ଉପାଧ୍ୟାୟ ପ୍ରମୁଖ ନେତୃତ୍ୱ ନେଇଥିଲେ ।ଚାଷୀଙ୍କ ହକ ପାଇଁ ସଦା ସର୍ବଦା କାର୍ଯ୍ୟ କରିବେ ବୋଲି ନବ ନିର୍ବାଚିତ ସଭାପତି ଓ ଉପ-ସଭାପତି ପ୍ରତିଶ୍ରୁତି ଦେଇଛନ୍ତି ।।ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମଧୁମିତା ମିଶ୍ର ଙ୍କ କବିତା ସେତିକି ଥାଉ…(ଅଦିନିଆ ବର୍ଷା )

Sunil Chandra Nayak

ଭବାନୀପାଟଣା ପୌର ସଫେଇ କର୍ମଚାରୀଙ୍କର ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ

ନୂତନ ଭାବରେ ନିୟମିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!