ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଅରବିନ୍ଦ ଙ୍କ ୧୫୦ତମ ଜନ୍ମବାର୍ଷିକ ଓ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଉପଲକ୍ଷେ ବିଭିନ୍ନ ଉତ୍ସବ ଆୟୋଜନ

ରାଉରକେଲା/ ମହଯୋଗୀ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜନ୍ମବାର୍ଷିକୀ ତଥା ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ସେକ୍ଟର-୫ ସ୍ଥିତ ଶ୍ରୀଅରବିନ୍ଦ ଯୋଗମନ୍ଦିର ଓ ବିଦ୍ୟାଳୟ ଆନୁକୂଲ୍ୟରେ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଓ ଉତ୍ସବ ଏଠାକାର ସ୍କୁଲ ମାନଙ୍କରେ ଆୟୋଜିତ ହୋଇ ଯାଇଛି । ଏହି ଉତ୍ସବ ମାନଙ୍କରେ ରାଉରକେଲାର ବିଭିନ୍ନ ସ୍କୁଲର ଉଭୟ ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀ ମାନେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ଉତ୍ସବ ଗୁଡିକ ହେଲା.. ଓଡ଼ିଆ ରଚନା ଲିଖନ, ଇଂରାଜୀ ରଚନା, ଓଡ଼ିଆ ବକ୍ତୃତା, ଇଂରାଜୀ ବକୃତା ସଂଗୀତୋତ୍ସବ ଓ କ୍ଵିଜ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି।ଏହି ପ୍ରତିଯୋଗିତା ଗୁଡିକୁ ଶ୍ରୀ ଅରବିନ୍ଦ ସ୍କୁଲର ଅଧ୍ୟକ୍ଷ ଗୋଦାବରୀଶ ପଢ଼ିଆରୀ, ଗୀତାରାଣୀ ବେହେରା, ସ୍ୱପ୍ନା ଘୋଷ,ରସରାଜ ନାୟକ, ଅଞ୍ଜଳି ମହାନ୍ତି, ରଂଜିତ ଦାଶ, ତପସ୍ୱିନୀ କର, ଶ୍ରୀଧର ସାହୁ, ଜୟଶ୍ରୀ ମାନକି, ବନ୍ଦନା ଦାଶ, ସୌମ୍ୟ ପାଣିଗ୍ରାହୀ, ଅନ୍ଵେଷା ରାଉତ, ପାମେଲୀ ଘୋଷ, ସଭାପତି ଡକ୍ଟର ଜ୍ୟୋତ୍ସ୍ନା ପଟ୍ଟନାୟକ, ସଂପାଦକ ଡାକ୍ତର ପ୍ରଶାନ୍ତ ପାତ୍ର, ଡକ୍ଟର କିଶୋରୀ ଦାଶ, ନିବେଦିତା ପଟ୍ଟନାୟକ, ଚିତ୍ତରଞ୍ଜନ ନନ୍ଦୀ ପ୍ରମୁଖ ଆନ୍ତରିକତା ସହ ଆୟୋଜନ କରିଥିଲେ। ପ୍ରକାଶ ଥାଉକି ଏହି ବର୍ଷବ୍ୟାପୀ କାର୍ଯ୍ୟକ୍ରମ ର ଉଦଯାପନ ଆସନ୍ତା ଅଗଷ୍ଟ ୭ତାରିଖ ରବିବାର ଦିନ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ସକାଳ ୧୦ ଟା ରୁ ୧ ଟା ଓ ସନ୍ଧ୍ୟା ୬ଟାରୁ ରାତି ୯ ଯାଏ ଅନୁଷ୍ଠିତ ହେବ। ଏହି ଅବସରରେ ଅଗଷ୍ଟ ୪ ତାରିଖ ଗୁରୁବାର ଦିନ ସକାଳ ୧୦ଟା ୩୦ ମିନିଟ୍ ସମୟ ରେ ଶ୍ରୀଅରବିନ୍ଦ ଯୋଗ ମନ୍ଦିର ସ୍ଥିତ ଏନେକ୍ସ ହଲରେ ଏକ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କ ପାଇଁ ସମ୍ମିଳନୀ ର ଆୟୋଜନ କରା ଯାଇଛିି । ବିଭିନ୍ନ ଗଣ ମାଧ୍ୟମର ସମ୍ବାଦପତ୍ରକୁ ପ୍ରତିନିଧିତ୍ବ କରୁଥିବା ବନ୍ଧୁ ମାନେ ଏଥୀରେ ସକ୍ରିୟ ଅଂଶଗ୍ରହଣ କରି ଏହି ମହାନ କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗ୍ରାମ ବିକାଶ ଶିକ୍ଷା ନିକେତନ ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ଖଣ୍ଡିଆଗୁଡା ଗ୍ରାମରେ 13 ଦିନରେ 6 ଜଣ ଙ୍କ ମୃତ୍ୟୁ : ଗ୍ରାମରେ ଚିନ୍ତାର ମହୋଲ ,ଚିକତ୍ସା ର ଅଭାବ ନା ମଦ୍ୟପାନ ଜନିତ ତଦନ୍ତ ନହେଲେ ଅନ୍ଧ ବିଶ୍ୱାସରେ ପେଶୀ ହେବେ ଗ୍ରାମବାସୀ

Sunil Chandra Nayak

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ନୃସିଂହ ପ୍ରସାଦ ଷଡ଼ଙ୍ଗୀ , ଟାଙ୍କୁଆ, ଜୟପୁର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

Leave a Comment

error: Content is protected !!