ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୱାଇଏମଏଫଆଇ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରେକଲା/ ୟୁଥ୍ ମୁଭେମେଣ୍ଟ ଫେଡେରସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ଅମୃତ ମେହୋତ୍ସବ ପାଳନ ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ରବିବାର ଦିନ ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ଅନ୍ତନିର୍ହିତ କଳା ପ୍ରତିଭାର ପରିଚୟ ଦେଇଥିଲେ । ଜ୍ଞାନଜ୍ୟୋତିି ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥରୁ ତୃତୀୟ ଶ୍ରେଣୀଙ୍କ ପାଇଁ ଜାତୀୟ ପତାକା ଓ ଚତୁଥର୍ରୁ ଷଷ୍ଠ ଶ୍ରେଣୀ ବର୍ଗଙ୍କ ପାଇଁ ସ୍ୱାଧୀନତା ଦିବସ ପାଳନ ବିଷୟ ରଖାଯାଇଥିଲା । ସେହିପରି ସପ୍ତମରୁ ନବମ ଶ୍ରେଣୀ ବର୍ଗଙ୍କ ପାଇଁ ସ୍ୱଧୀନତାର ୭୫ ବର୍ଷର ସ୍ଥିତି ରଖାଯାଇଥିବା ବେଳେ ଦଶମରୁ ଦ୍ୱାଦଶ ଶ୍ରେଣୀ ବର୍ଗଙ୍କ ପାଇଁ ସ୍ୱାଧୀନତା ପୂର୍ବ ସମୟର ଚିତ୍ର ଅଙ୍କନ ବିଷୟ ରଖାଯାଇଥିଲା । ସୁପରିଚିତ ଚିତ୍ର ଶିଳ୍ପୀ ଦେବେନ୍ଦ୍ର ମହାରଣା, ରଶ୍ମିରେଖା ଧଳ ଓ ସୁନିତା ମାହାତୋ ବିଚାରକ ଭାବେ ଯୋଗ ଦେଇ ଚିତ୍ରାଙ୍କନ ଗୁଡିକର ମୂଲ୍ୟାଙ୍କନ କରିଥିଲେ । ୱାଇଏମଏଫଆଇର ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଶର୍ମିଳା ରାଜଗୁରୁ, ଅନିତା ମହାନ୍ତି, ନିତାଞ୍ଜଳି ପରିଡା, ନନ୍ଦିନୀ ମିଶ୍ର, ମୋନାଲିସା ଗୌଡ, ତ୍ରିଷ୍ଣା ବଂଶଲ, ଶର୍ମିଷ୍ଠା ମହାପାତ୍ର, ସବିତା ରାଣୀ ପାଣିଗ୍ରାହୀ, ସସ୍ମିତା ରାଉତ, ମୀରା ଦାସଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

 

Related posts

ନର୍ଲା ଠାରେ ଛାତ୍ର କଂଗ୍ରେସ ର 52  ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା। ଖରା

Sunil Chandra Nayak

ପାୟଲ ର ରଥ ସଜାସଜି ପ୍ରତିଯୋଗିତା ସଂପନ୍ନ

Sunil Chandra Nayak

Leave a Comment

error: Content is protected !!