ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖିଳ ଉତ୍କଳ ସି .ଟି ପ୍ରାଥମିକ ଶିକ୍ଷକ ଫେଡେରେସନର ସାଙ୍ଗଠନିକ ନିର୍ବାଚନରେ ପ୍ରଦୀପ କୁମାର ସାହୁ ହେଲେ ସଭାପତି

ଭୁବନେଶ୍ୱର,( ମ  ନି ସ) ଅଖିଳ ଉତ୍କଳ ସି .ଟି ପ୍ରାଥମିକ ଶିକ୍ଷକ ଫେଡେରେସନର ସାଙ୍ଗଠନିକ ବୈଠକ ତା ୩୧.୦୭.୨୦୨୨ ରିଖରେ ନାଥସାହି ନଖରା,ଭୁବନେଶ୍ୱରଠାରେ ସଙ୍ଘର ପୂର୍ବତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ବିଶୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ଯୋଗ ଦେଇଥିବା ଶିକ୍ଷକ ପ୍ରତିନିଧିମାନେ ସମସ୍ତ ବର୍ଗର ପ୍ରାଥମିକ ସି.ଟି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମୂଖ୍ୟ ସମସ୍ୟା RACP RS,4200 ର ସମାଧାନ ଓ ନାଯ୍ୟ ଦାବି ଗୁଡିକୁ ହାସଲ କରିବା ପାଇଁ ମାନ୍ୟବର ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ସି.ଟି ଫେଡେରେସନର ପୁର୍ନ ବିନ୍ୟାସ କରିବା ପାଇଁ ଆଜିର ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଗୃହୀତ ପ୍ରସ୍ତାବ ଓ ନିଷ୍ପତିକ୍ରମେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସହିତ ନିଖିଳ ଉତ୍କଳ ସି.ଟି ପ୍ରାଥମିକ ଶିକ୍ଷକ ଫେଡେରେସନର ପୂର୍ବରୁ ହୋଇଥିବା ମିଶ୍ରଣ ଓ ସମର୍ଥନକୁ ସାମୁହିକ ଭାବରେ ପ୍ରତ୍ୟାହାର କରାଗଲା।ସି .ଟି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସମସ୍ୟା ସବୁକୁ ବ୍ଲକ୍ ରୁ ଜିଲ୍ଲା ଏବଂ ଜିଲ୍ଲା ରୁ ରାଜ୍ୟ ପର୍ଯ୍ୟନ୍ତ ସମାଧାନ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା।ଏହାପରେ ନିଖିଳ ଉତ୍କଳ ସି .ଟି ପ୍ରାଥମିକ ଶିକ୍ଷକ ଫେଡେରେସନର ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇ,ସଭାପତି-ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ, ଉପସଭାପତି-ଆଶିଷ ପାଢ଼ୀ, ନରେନ୍ଦ୍ର କୁମାର ପାତ୍ର, ସନ୍ତୋଷ ପଣ୍ଡା, ରତ୍ନାକର ସ୍ବାଇଁ, ଓ ପୁରୁନ୍ଦର ନାୟକ ସାଧାରଣ ସମ୍ପାଦକ-ଅକ୍ଷୟ କୁମାର ଖୁଣ୍ଟିଆ,ଆଞ୍ଚଳିକ ସମ୍ପାଦକ-ଦେବରାଜ ଯେନା,ଭୃକୁଟି ଗୌଡ,କମଳାକାନ୍ତ ପାଣିଗ୍ରାହୀ,ମାନସ ପଣ୍ଡା, ଓ ସୁରେନ୍ଦ୍ର ମହାପାତ୍ର ,ରାଜ୍ୟ ସଯୋଜକ-ବିସ୍ମୟ କୁମାର ମଲ୍ଲ ଏବଂ କୋଷାଧ୍ୟକ୍ଷ ଭାବରେ ଅମରେନ୍ଦ୍ର ଦାଶ ନିର୍ବାଚିତ ହୋଇଥିବା ସ୍ଥଳେ ରାଜ୍ୟ ସଙ୍ଘର ଉପଦେଷ୍ଟା ଭାବେ ସର୍ବଶ୍ରୀ ବିଜୟ କୁମାର ବିଶୋଇ, ଡି ରାମାରାଓ,ମନୋଜ କୁମାର ସ୍ବାଇଁ, ବଳଭଦ୍ର ପ୍ରସାଦ ରାଉତ,ପ୍ରଦୀପ ଆଚାର୍ଯ୍ ଏବଂ ଭଞ୍ଜ କିଶୋର ସ୍ବାଇଁ ଙ୍କୁ ମନୋନୀତ କରାଯାଇଥିଲା।ସର୍ବ ଶେଷରେ ସୁଧାଂଶୁ କୁମାର ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।

 

Related posts

ଓବିସି ଏସ୍ସି,ଏସ୍ଟି ମିଳିତ ମଞ୍ଚ ବୈଠକ

ବାଲେଶ୍ବର – ମାଗୁଣି ଚରଣ ବାଳାଶ୍ରମର ବାର୍ଷିକ ଉତ୍ସବରେ କୃତି ଛାତ୍ରଙ୍କୁ ସାଟିଫିକେଟ ପ୍ରଦାନ

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ ଭବିତବ୍ୟ

Sunil Chandra Nayak

Leave a Comment

error: Content is protected !!