ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ ଅନୁଷ୍ଠାନ ଵିକାଶ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

ନେହେରୁ ଯୁଵ କେନ୍ଦ୍ର କଳାହାଣ୍ଡି , ଜିଳ୍ଲା ଯୁବ ସଂଯୋଜକ ପ୍ରସନ୍ନ ମେହେର ଓ ଲେଖାପାଲ ଦୁତିଆ ବନଚ୍ଛୋର ଙ୍କ ନେତୃତ୍ୱ ରେ ହୋଇଥିବା ଧର୍ମଗଡ ବ୍ଲକ ର ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ ଅଭିଯାନ ଆଜି ଶେଷ ହୋଇଛି । ଆଜି ଗ୍ରାମ୍ୟ ପରିବେଶ ସୁରକ୍ଷା କିମିଟି ଛିଲିପା ର ନେତୃତ୍ୱ ରେ ଛିଲିପା ପଞ୍ଚାୟତ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଯୁବ ଅନୁଷ୍ଠାନ ବିକାଶ କାର୍ଯ୍ୟକ୍ରମ ଅଭିଯାନ ଶେଷ ହୋଇଥିବା ବେଲେ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି ସ୍ୱଚ୍ଛତା ପଖୱାଡା ମିସନ ଜରିଆରେ ବର୍ଷ କୁ ଶହେ ଘଣ୍ଟା ଓ ସପ୍ତାହକୁ ମାତ୍ର ଦୁଇ ଘଣ୍ଟା ସ୍ୱଚ୍ଛତା ପାଇଁ ଶ୍ରମଦାନ ଦେବାକୁ ଉପସ୍ଥିତ ସମସ୍ତ ଯୁବ ଅନୁଷ୍ଠାନ ସମସ୍ତ ଅତିଥି ତଥା ଉପସ୍ଥିତ ଥିବା ସମସ୍ତ ସ୍ୱେଚ୍ଛାସେଵୀ ସପଥ ପାଠ ଗ୍ରହଣ କରିଥିଲେ ।ଏବଂ ଉକ୍ତ ବୈଠକ ରେ ନେହେରୁ ଯୁଵ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ସଂଯୋଜକ ଶୀ ପ୍ରସନ୍ନ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂତନ ବର୍ଷ ର ବାର୍ଷିକ କାର୍ଯ୍ୟକ୍ରମ ବୀବରଣୀ ସମସ୍ତ ଯୁବ ଅନୁଷ୍ଠାନ ପାଖରେ ଉପସ୍ଥାପନା କରିଥିଲେ ତଥା ସମାଜ କୁ ବା ଯୁବ ଗୋଷ୍ଠି କୁ ଆଗକୁ ନେବା ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବରେ ଛିଲିପା ଗ୍ରାମ ପଞ୍ଚାୟତ ସରପଞ୍ଚ୍ ଶ୍ରୀ ଭିବୁଦତ୍ତ ପ୍ରଧାନୀ ଓ ଛିଲିପା ପ୍ରାଥମିକ ବିଦ୍ୟାଲୟ ପ୍ରଧାନ ଶିକ୍ଷକ ଶୀ ଗଗନ ବିହାରୀ ସା ଉପସ୍ଥିତ ରହି ଯୁବ ଅନୁଷ୍ଠାନ ମାନଙ୍କୁ ଉତ୍ସାହିତ କରିବା ସହ ବିକାଶ ର ମାର୍ଗଦର୍ଶନ ଦେଇଥିଲେ । ଏହି ବୈଠକରେ ଧର୍ମଗଡ ବ୍ଲକ ର ପ୍ରାୟ ୭୫ ଟି ଯୁବ ଅନୁଷ୍ଠାନ ଭାଗନେଇଥିବା ବେଲେ ଜାତୀୟ ସ୍ୱଚ୍ଛାସେବୀ ସମ୍ଭୁଭିସି , କୋପନେଶ୍ୱର ବେମାଲ , ରୁଦ୍ର ମହାରଣା ,ରଶ୍ମି ମାଝି ,ଦିନେଶ ପ୍ରଧାନ, ଚିନ୍ମୟ ବାଗ, ସାହାର୍ଯ୍ୟ ସହଯୋଗ କରିଥିବା ବେଲେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଧର୍ମଗଡ ବ୍ଲକ ଜାତୀୟ ସ୍ୱେଚ୍ଛାସେବୀ ମହେଶ୍ୱର ସୁନାନୀ ସମ୍ପାଦନ କରିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ୟଙ୍ଗ ଷ୍ଟାର ଫୁଟବଲ ଟୁର୍ଣ୍ଣାମେଣ୍ଟରେ ନର୍ଲା ଚାମ୍ପିଅନ

Sunil Chandra Nayak

ସଦାନନ୍ଦ ସାହୁ ଙ୍କ କବିତା ପଶ୍ଚିମର ଗଣପର୍ବ ନୂଆଖାଇ 

Sunil Chandra Nayak

ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପ ସମ୍ୱନ୍ଧରେ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!