ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯନ୍ତ୍ରଣାରେ ଜଙ୍ଗଲୀ ଜୀବନ , ପାଞ୍ଚ କିଲୋମିଟର ଖଟିଆ ରେ ବୁହା ହେଲେ ରୋଗୀ

ଚନ୍ଦାହାଣ୍ଡି (ମନିସ) ପୁଣି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରୋଗୀ ଯନ୍ତ୍ରଣା ର କରୁଣ ଚିତ୍ର ସାମନାକୁ ଆସିଛି ।ପ୍ରକାଶ ଥାଉକି ଗତ କିଛି ଦିନ ତଳେ ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ପଂଚାୟତ ଗୌରଝରିଆ ଗାଁ ଓ ଏମ୍ପି ଓ ବିଧାୟକ ଙ୍କ ନିଜ ପଞ୍ଚାୟତର ପ୍ରସୂତି ଖଟିଆ ରେ ବୋହି ଆଣିବା ଘଟଣା ପରେ ଓ ରାସ୍ତା ମଝିରେ ପ୍ରସବ କରିବା ଘଟଣା ବିଭିନ୍ନ ଗଣମାଧ୍ୟମ ର ଶିରୋନାମା ପାଲଟିଥିବା ବେଳେ , ତାହା ମନରୁ ନ ଲିଭୁଣୁ ଆଜି ପୁଣି ପାଟଖଲିଆ ଗ୍ରାମପଞ୍ଚାୟତ ଥୀପା ଗାଁରୁ ବଇଦପଡା ପର୍ଜନ୍ତ ଦୀର୍ଘ ପାଞ୍ଚ କିଲୋମିଟର କାଦୁଅ ପଚ୍ ପଚ୍ ରାସ୍ତାରେ ବୋହି ଆଣିବା ଘଟଣା ପୁଣି ଆସିଛି ରୋଗୀ ଯନ୍ତ୍ରଣା ର କରୁଣ ଚିତ୍ର । ରାଜ୍ୟ ସରକାରଙ୍କ ଫାଇପ -ଟି ସରକାରରେ ଜନନୀ ଯନ୍ତ୍ରଣା , ମାଁ କୁ ସମ୍ମାନ ଗାଁ କୁ କାମରେ ଫେଲ୍ ମାରିଛି ସରକାରଙ୍କ ସମସ୍ତ ପ୍ରକାର ର ଯୋଜନା । ନା ଗାଁକୁ ରହିଛି ଭଲ ରାସ୍ତା ଖଣ୍ଡେ ,ନା ପହଞ୍ଚି ପାରୁଛି ସରକାରଙ୍କ ଶହେଦୁଇ ଓ ଶହେଆଠ ସେବା । ଶହେଦୁଇ ବଦଳରେ ଖଟିଆ ରେ ବୁହା ହେଉଛି ଗର୍ଭବତୀ । ନା ମିଳି ପାରୁଛି ଗାଁକୁ ଭଲ ରାସ୍ତା ଖଣ୍ଡେ ଯାହା ଫଳରେ କି ଏବେ ଭୋଗିବାକୁ ମିଳୁଛି ରୋଗୀ ମାନଙ୍କୁ ଯମ ଯନ୍ତ୍ରଣା ।ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାଟଖଲିଆ ଗ୍ରାମପଞ୍ଚାୟତ ଥିପା ଗାଁ ରେ । ଗାଁ କୁ ଯିବାକୁ ହେଲେ ପାରି କରିବାକୁ ପଡ଼ିଥାଏ ଜଙ୍ଗଲ ସହ ନଇନାଳ । ହେଲେ ଆଜି ଗାଁ ର ରାଏମତି ସାନ୍ତା 45 ଙ୍କ ହୋଇଥିଲା କିଛି ଦିନରୁ ଜର l ତେବେ ଆଜି ସେ ଅଧିକ ଜର ହେବାରୁ ଗୁରୁତର ହୋଇଯାଇଥିଲେ l ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଉକ୍ତ ଗାଁ କୁ ଭଲ ରାସ୍ତା ଖଣ୍ଡେ ନ ଥିବା ଯୋଗୁଁ ମଟର ସାଇକେଲ କିମ୍ବା ଆମ୍ବୁଲାନ୍ସ ଆସିବା କଷ୍ଟକର ହୋଇଥିବା ରୁ ଗ୍ରାମବାସୀ ଙ୍କ ସହଯୋଗରେ ଉକ୍ତମହିଳା ଙ୍କୁ ଏକ ଖଟିଆରେ ବୋହି ଦିର୍ଘ ପାଞ୍ଚ କିଲୋମିଟର ନେଇ ଆଗରୁ ଆସି ବଇଦ ପଡ଼ା ଗ୍ରାମ ଆଗରେ ରଖିଥିବା ଆମ୍ବୁଲାନ୍ସ ପାଖକୁ ଆଣି ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇ ଥିବା ଦେଖିବାକୁ ମିଳିଛି । ଡାକ୍ତର ଙ୍କ ଚିକିତ୍ସା ପରେ ରୋଗୀ ଭଲ ଥିବା ଜଣାପଡିଛି lତେବେ ସରକାର୍ କେବଳ ବିଭିନ୍ନ ଯୋଜନା ର ନାରା ଦେଇ କାର୍ଯ୍ୟକାରୀ ନ କରୁଥିବା ରୁ ନିରୀହ ଜନସାଧାରଣ ଅସୁବିଧା ଭୋଗୁ ଥିବା ବେଳେ ଥିପା ଗ୍ରାମଭଳି ଅପହଞ୍ଚ ଇଲାକା ଆଜି ପର୍ଯ୍ଯନ୍ତ ଅବହେଳିତ ହୋଇ ରହିଛି । ଉକ୍ତ ପଞ୍ଚା ୟତ୍ ରେ ଶାସକଦଳ ର ପୂର୍ବତନ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ ରହି ଗମନାଗମନ ଠୁ ଆରମ୍ଭ କରି ଅନେକ ସମସ୍ୟା ରହିଥିବା ବେଳେ ,କେବେ ପରିବର୍ତ୍ତନ ହେବ ଥିପl ଗ୍ରାମର ଭାଗ୍ଯ , ପୁଣି କେବେ ଚେତିବ ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଭବାନୀପାଟଣା ର ଉଲ୍ଲେଖନୀୟ ସଫଳତା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ନନ୍ଦିଘୋଷ

Sunil Chandra Nayak

ଅପରାଜିତା ଷଡଙ୍ଗୀଙ୍କ ଖଡ଼ିଆଳ ଗସ୍ତ

Sunil Chandra Nayak

Leave a Comment

error: Content is protected !!