ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

ପାପଡାହାଣ୍ଡି,5/12, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଲାଲବାହାଦୁର ହାଇସ୍କୁଲ ଠାରେ ସୋମବାର ଜିଲ୍ଲା ପ୍ରଶାସନ ଓ ୯ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ରୀଛାତ୍ର ଙ୍କୁ ନେଇ ଉତ୍ସାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ସମ୍ମାନିତ ଅତିଥିଭାବେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୁରେଶ ପଟନାୟକ, ବିଡ଼ିଓ ରଞ୍ଜିତା ମଲିକ, ସିଡିପିଓ ଏସ୍ ଗୀତା , ଶିଶୁ ମଙ୍ଗଳ କମିଟି ଚେୟାରମ୍ୟାନ ଦିବାକର ବାହୁକ, ଡ଼ିଏସ୍ ଏସ୍ଓ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲାର ୯ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ମୋଟ ୧୪୫ ଜଣ ଅନାଥ ଛାତ୍ରୀଛାତ୍ର ଙ୍କୁ ନେଇ ୧୦୦,୨୦୦ମିଟର ଦୌଡ଼, ଫୁଟବଲ,ଉଚ୍ଚ ଡିଆଁ,ଲମ୍ବ ଡିଆଁ ,କ୍ୟାରେମ,ଚେସ୍ ଖେଳ ପ୍ରତିଯୋଗିତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପିଓ କିଶୋର ମାର୍ଥ ମଞ୍ଚ ପରିଚାଳନା କରିଥିବାବେଳେ ଖେଳ ଶିକ୍ଷକ ଜାହୁଲ ହୁସେନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଖେଳରେ ବିଜୟୀ ହୋଇଥିବା ଛାତ୍ରୀଛାତ୍ରଙ୍କୁ ଉଦଯାପନୀ ସମାରୋହ ରେ ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଜୟୀ ଛାତ୍ରୀ ଛାତ୍ର ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ , ୫ଜଣଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ବହିଷ୍କାର ଓ ୨ ଜଣଙ୍କ ପେନ୍‌ସନ୍‌ ବନ୍ଦ

Sunil Chandra Nayak

ବାବା ତାରକେଶ୍ୱର ଯଜ୍ଞ ମହୋତ୍ସବ ନିମନ୍ତେ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ପୌରପରିଷଦ ଦ୍ଵାରା ” ଭାରତୀୟ ସ୍ୱଚ୍ଛତା ଲିଗ୍” ୨୦୨୨ର ପ୍ରଥମ ସଂସ୍କରଣ ପାଳିତ

Sunil Chandra Nayak

Leave a Comment

error: Content is protected !!