ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ଅଞ୍ଚଳରେ ଚୋରଭୟ ଓ ଗୁଜବ ପ୍ରଚାରକୁ ରୋକିବା ପାଇଁ କଂଗ୍ରେସ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲପାଳଙ୍କୁ ଭେଟି ଦାବୀପତ୍ର ପ୍ରଦାନ

ରାତ୍ରୀ କାଳୀନ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବାକୁ ଦାବି….?

କଳାହାଣ୍ଡିରେ ଗତ କିଛିଦିନ ହେଲା କେତେକ ସ୍ଥାନରେ ଚୋରି ଓ ଡକାୟତି ଘଟଣା ଘଟିଛି। ତେବେ ଏହାକୁ ନେଇ ସାମାଜିକ ଗଣ ମାଧ୍ୟମରେ ଅନେକ ପ୍ରକାରର ଗୁଜବ ପ୍ରଚାରିତ ହେଉଛି ଫଳରେ ସମାଜରେ ଅଯଥା କୋକୁଆ ଭୟ ସୃଷ୍ଟି ହେଉଛି। ଅନେକ ସ୍ଥାନରେ ଲୋକେ ଆଇନକୁ ହାତକୁ ନେଇଥିବା ଦେଖାଯାଇଛି।ଏନେଇ ଆଜି ଧର୍ମଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ଧର୍ମଗଡ଼ ଉପଜିଲ୍ଲପାଳଙ୍କୁ ଭେଟି ଆଜି ଏକ ଦାବିପତ୍ର ଦିଆଯାଇଛି।ଅଞ୍ଚଳରେ ପୋଲିସ ପକ୍ଷରୁ ହେଉଥିବା ରାତ୍ରୀ କାଳୀନ ପେଟ୍ରୋଲିଂ ବ୍ୟବସ୍ଥା ଆଦୌ ସନ୍ତୋଷ ଜନକ ନୁହେଁ ବୋଲି କଂଗ୍ରେସ ନେତା ମାନେ ପ୍ରକାଶ କରିଛନ୍ତି। ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ପୋଲିସ ମୁତୟନ କରାଯାଇ ଗାଁ ମାନଙ୍କରେ ରାତ୍ରୀ କାଳୀନ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବା, ଲୋକଙ୍କ ଭିତରେ ହେଉଥିବା ଗୁଜବକୁ ରୋକିବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଇବା ସକାଶେ ତହସିଲଦାର, ବିଡ଼ିଓ ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ଗାଁ ମାନଙ୍କୁ ପଠାଇ ଲୋକ ମାନଙ୍କ ମନ ଭିତରୁ ଭୟ ଦୂର ପାଇଁ ସଚେତନ କରାଇବା, ବିଗତ ଦିନରେ ହୋଇଥିବା ଚୋରି ଘଟଣାର ଚୋର ମାନଙ୍କୁ ଶୀଘ୍ର ଗିରଫ କରାଯିବା, ସୋସିଆଲ ମିଡିଆରେ ହେଉଥିବା ଗୁଜବକୁ ରୋକିବା ପାଇଁ ପଦକ୍ଷେପ ନେବା ଓ ପ୍ରତ୍ୟେକ ଥାନାରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଏକ ଟୋଲ୍ ଫ୍ରି ନମ୍ବର ଜାରି କରି ଲୋକଙ୍କୁ ଠାରୁ ଆସୁଥିବା ଏଭଳି ଅଭିଯୋଗକୁ ଗ୍ରହଣ କରି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି। ଭାରତୀୟ ଜାତୀୟ କଂଗ୍ରେସ ଧର୍ମଗଡ଼ ଶାଖାର ସର୍ବଶ୍ରୀ ତୁଷାର ରଞ୍ଜନ ପଟ୍ଟଯୋଷି, ଦିଗାମ୍ବର ଦୁରିଆ, ପ୍ରେମଲାଲ ସାଗର, ସନ୍ତୋଷ କୁମାର ପାଢ଼ୀ, କୃଷ୍ଣ ମୋହନ ସତନାମୀ, ରବି ନାଏକ, ଡ଼ାକେଶ୍ୱର ଲହଜଲ୍ ପ୍ରମୁଖ ଉପଜିଲ୍ଲପାଳ ପାୱାର ସଚିନ ପ୍ରକାଶ ଙ୍କୁ ଭେଟି ଉକ୍ତ ଦାବିପତ୍ର ଦେଇ ଏହାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମହାବିଦ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳନ

Sunil Chandra Nayak

ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ନର୍ଲାରେ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!