ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାମାକ୍ଷାନଗର ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ ପାଳିତ

 କାମାକ୍ଷାନଗର,୦୩.୦୮.୨୦୨୨- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜନ୍ତାରିବୋଲ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀଯୁକ୍ତା ପ୍ରଜ୍ଞାପରମିତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ପାଳିତ ହୋଇଯାଇଛିି।    ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗରର ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ବନବିହାରୀ ସର୍ଦ୍ଦାର ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତା ହିରଣ୍ୟମୟୀ ପ୍ରଧାନ, ସହାୟକ ନିର୍ଦ୍ଦେଶିକା ଉଦ୍ୟାନ ବିଭାଗ, କାମାକ୍ଷାନଗର ଯୋଗ ଦେଇଥିଲେ । ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ବେହେରା ସଭା ପରିଚାଳନା କରିଥିବାବେଳେ, ଓଡିଆ ଶିକ୍ଷକ ରଂଜିତ୍ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।ଏତଦ୍‌ବ୍ୟତୀତ କୋଭିଡ୍ ନିୟମକୁ ପାଳନ କରି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇ ସହଯୋଗ କରିଥିଲେ । ବର୍ତ୍ତମାନର ଦୂଷିତ ପରିବେଶରେ ବୃକ୍ଷରୋପଣର ଆବଶ୍ୟକତାକୁ ଗୁରୁତ୍ୱାରୋପ କରି ବିଦ୍ୟାଳୟକୁ ଏକ ସବୁଜ ସୁନ୍ଦର ପରିବେଶରେ ରୂପାନ୍ତରିତ କରିବା ପାଇଁ ଏଭଳି ପ୍ରୟାସ କରଯାଇଛି ବୋଲି ଅଧ୍ୟକ୍ଷା ମହାଶୟା କହିଛନ୍ତି ।କେବଳ ଗଛ ଲଗାଇ ଦେଲେ ହେବନାହିଁ, ପ୍ରତ୍ୟେକଟି ଗଛ କିପରି ବଞ୍ଚିବ ସେ ନେଇ ମଧ୍ୟ ଦୃଷ୍ଟି ଦେବାକୁ ବନାଧିକାରୀ ତାଙ୍କ ବକ୍ତବ୍ୟରେ କହିଥିଲେ । ସବୁଜ ସୁନ୍ଦର ପରିବେଶ ଛାତ୍ରଛାତ୍ରୀଙ୍କ ପାଇଁ ତଥା ବିଦ୍ୟାଳୟର ଆବଶ୍ୟକତାକୁ ଉପଲବ୍ଧି କରି ସମସ୍ତେ ସହଯୋଗ କରିବାକୁ ଶପଥ ନେଇଥିଲେ।

କାମାକ୍ଷନଗରର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

 

Related posts

ଶ୍ରୀନିବାସ ପଣ୍ଡା ଙ୍କ ଜଗନ୍ନାଥ ଜଣାଣ

Sunil Chandra Nayak

କବିତା – ଡର

Sunil Chandra Nayak

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ -୨୦୨୨ ପାଳନ  

Sunil Chandra Nayak

Leave a Comment

error: Content is protected !!