ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସିହା ପ୍ରଭାବ- ୧୦ ମାସର ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ବୃଦ୍ଧା ପାଇଲେ ଭତ୍ତା

ତେନ୍ତୁଳିଖୁଣ୍ଟି 02/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଁଳାଭଟ୍ଟା ଗ୍ରାମର ସମାରୀ ଗୌଡ଼ 10ମାସ ର ବ।ର୍ଦ୍ଧକ୍ୟ ଭତ୍ତା ପାଇନଥିବା ଅଭିଯୋଗ ନେଇ ମସିହା ରେ ଖବର ପ୍ରକାଶ ପରେ ଆଜି ବି ଏସ ଓ ଦାୟିତ୍ୱରେ ଥିବା ରବିନ୍ଦ୍ର କୁମାର ସାହୁ ନିଜେ ଅଁଳା ଭଟ୍ଟା ଯାଇ ସମାରି ଗୌଡ଼ ଙ୍କୁ ତାଙ୍କ ଅକ୍ଟୋବର ରୁ ମଇ ମାସ ପର୍ଯ୍ୟନ୍ତ ପ୍ରାପ୍ୟ ପ୍ରଦାନ କରିଛନ୍ତି। ବୃଦ୍ଧା ସମାରୀଙ୍କୁ ଭତ୍ତା ଦେବା ବେଳେ ସରପଞ୍ଚ କାର୍ତିକ ମୁଦୁଲି ପିଇଓ ଜଗନ୍ନାଥ ମେଲକା ଉପସ୍ଥିତ ଥିଲେ।  ଏବେ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ର ବୃନ୍ଦାବତୀ ଙ୍କୁ ପାଞ୍ଚ ମାସ ହେବ ଭତ୍ତା କିଏ କେମିତି ଦେବେ ଜାଣିବାକୁ ବାକି ରହିଲା।। ବ୍ୟାଙ୍କ ଖାତାରେ ଭତ୍ତା ଜମା ହେବା ପରଠାରୁ ଭତ୍ତା ଆସିନଥିବା ଅଭିଯୋଗ ପ୍ରାୟତଃ ସବୁ ପଂଚାୟତ ରେ ହେଉଛି। କେଉଁଠି ତୃଟି ରହୁଛି ଅନୁସନ୍ଧାନ କରିବାର ଅଵଶ୍ୟକତା ରହିଛି। କେଉଁ ସ୍ତର ରେ ତ୍ରୁଟି ଯୋଗୁଁ କିଛି ହିତାଧିକାରୀ ଭତ୍ତା ଠିକ ଭାବେ ଜମାଖାତା ରେ ପାଉ ନାହାଁନ୍ତି ତଦନ୍ତ ସାପେକ୍ଷ। ହିତାଧିକାରିମାନେ ଏଥିପାଇଁଗ୍ରାମପଞ୍ଚାୟତ ରୁ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଥକିଗଲେଣି ।ସରକାର ଏଥିପ୍ରତି ଦୃଷ୍ଟି ଦେଇ ଭତା ପ୍ରଦାନ ର ବ୍ୟବସ୍ଥା କରିବା ପାଇଁ ସାଧାରଣ ରେ ଦାବି ହେଉଛି।

           ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ 

 

Related posts

ତେରେସିଂହା କୁରାଳ ପଞ୍ଚମୀ ଉଦଯାପିତ

Sunil Chandra Nayak

ଜୁନାଗଡ ଏନ୍ ଏ ସି କାଉନ୍ସିଲ୍ ଦ୍ଵିତୀୟ ବୈଠକ , ଉନ୍ନୟନ୍ନ ମୂଳକ କାର୍ଯ୍ୟକୁ ଅଗ୍ରାଧିକାର

ମିଶନ ଶକ୍ତି ନାରୀ ଶକ୍ତି

Sunil Chandra Nayak

Leave a Comment

error: Content is protected !!