ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର କୁ ସ୍ଵେଛାକୃତ ସଂଯଗୀକରଣ ପାଇଁ ଭୋଟ ଦାତାଙ୍କୁ ନିବେଦନ

ମୟୂରଭଞ୍ଜ : ତା 04 -08-2022 :(ମସିହା)  ବାମନଘାଟି ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଶ୍ରୀ ସରୋଜ କୁମାର ଦାଶ, ଓ. ପ୍ର. ସେ.ଙ୍କ ଅଧ୍ୟକ୍ଷତା ରେ ନିଜ ଭୋଟର ପରିଚୟ ପତ୍ର ସହିତ ନିଜ ଆଧାର ନମ୍ବର କୁ ସଂଯୋଗୀକରଣ ନିମନ୍ତେ ଭାରତ ସରକାର ଙ୍କ ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟ ଦ୍ୱାରା ଭାରତୀୟ ଜନପ୍ରତିନିଧି ନିୟମ -1950/1951 ର କେତେକ ସଂଶୋଧନ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ,ବିଭିନ୍ନ ବିଭଗୀୟ ଅଧିକାରୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଏବଂ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ l ପ୍ରାରମ୍ଭ ରେ ଉପଜିଲ୍ଲାପାଳ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିଥିଲେ l ଏହାପରେ ଭୋଟର ତାଲିକା ରେ ଭୋଟର ମାନଙ୍କ ନାମ ପଞ୍ଜିକରଣ ପାଇଁ ଉଦ୍ଦିଷ୍ଟ କେତେକ ଆବେଦନ ଫର୍ମ ର ନୂତନ ରୂପାନ୍ତରିତ ପ୍ରାବଧାନ (ବ୍ୟବସ୍ଥା )ବିଷୟରେ ଉଲ୍ଲେଖ କରିଥିଲେ l ଯେପରିକି ପୂର୍ବରୁ ଫର୍ମ 6 (ଛଅ )ରେ ଜଣେ ନାଗରିକ ଭୋଟର ତାଲିକା ରେ ନିଜ ନାମ ପଞ୍ଜିକରଣ ତଥା ଗୋଟିଏ ନିର୍ବାଚନ ମଣ୍ଡଳୀ ରୁ ଅନ୍ୟ ଏକ ନିର୍ବାଚନ ମଣ୍ଡଳୀ କୁ ପରିବର୍ତ୍ତନ ପାଇଁ ଆବେଦନ କରୁଥଲେ ମାତ୍ର ପରିବର୍ତ୍ତିତ ନିୟମନୁସାରେ ଫର୍ମ 6(ଛଅ )ରେ କେବଳ ନୂତନ ଭୋଟର ଭାବେ ନାମ ପଞ୍ଜିକରଣ ପାଇଁ ଆବେଦନ କରିବେ l ଫର୍ମ 6 (ଛଅ )-କ ରେ ପ୍ରାବଧାନ ଅପରିବର୍ତ୍ତୀତ ରହିଛି.ପୂର୍ବ ପରି ଉକ୍ତ ଫର୍ମ ଜରିଆରେ ଭାରତ ବାହାରେ ରହୁଥିବା ନାଗରିକ ମାନେ ଭୋଟର ତାଲିକା ରେ ସେମାନଙ୍କ ନାମ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ l ସେହିପରି ଫର୍ମ 7 (ସାତ )ରେ ପୂର୍ଵରୁ ନାମ ବାଦ କରିବା ପାଇଁ ଆବେଦନ କରାଯାଉଥିବା ବେଳେ ବର୍ତମାନ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇ ନାମ ଉଛେଦ ପାଇଁ ମୃତ୍ୟୁ ପ୍ରମାଣ ପତ୍ର ସଂଲଗ୍ନ ର ବ୍ୟବସ୍ଥା କରାଯାଇଛି.ସେହିପରି ପୂର୍ବରୁ ଫର୍ମ 8 (ଆଠ )ରେ ଭୋଟର ପରିଚୟ ପତ୍ର କେବଳ ଗୋଟିଏ ଭୁଲ ର ସଂଶୋଧନ ପାଇଁ ଆବେଦନ କରାଯାଉଥିବା ବେଳେ ବର୍ତମାନ ଫର୍ମ 8 (ଆଠ )ରେ ସମାନ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିମ୍ବା ଅନ୍ୟ ଏକ ନିର୍ବାଚନ ମଣ୍ଡଳୀ କୁ ତଥ୍ୟ ପରିବର୍ତ୍ତନ ଯଥା ନିଜ ସ୍ଥାନାନ୍ତରିତ ଘର, ବର୍ତମାନର ଭୋଟର ତାଲିକା ରେ ଥିବା ତଥ୍ୟର ପରିବର୍ତ୍ତନ, ପୁରୁଣା ଭୋଟର ପରିଚୟ ପତ୍ର ସ୍ଥାନରେ ନୂତନ ଭୋଟର ପରିଚୟ ପତ୍ର ଏବଂ ଭିନ୍ନକ୍ଷମ ଚିହ୍ନିତ ଭୋଟର ପରିଚୟ ପାଇଁ ଆବେଦନ କରିପାରିବେ l ସେହିପରି ଫର୍ମ 8(ଆଠ )କ ଏବଂ ଫର୍ମ 001 ର ବ୍ୟବହାର କୁ ବନ୍ଦ କରାଯାଇଛି l ସେହିପରି ନୂତନ ଭାବେ ଫର୍ମ 6(ଛଅ )ଖ କୁ ପରିଚୟ (introduce )କରାଯାଇଛି. ଏହି ଫର୍ମ ଜରିଆରେ ପ୍ରତ୍ୟେକ ଭୋଟଦାତା ସେମାନଙ୍କ ଆଧାର ନମ୍ବର କୁ ନିଜ ନିଜର ଭୋଟର ପରିଚୟ ପତ୍ର ସହିତ ସଂଯୋଗ କରିପାରିବେ. ଏହି ଆଧାର ନମ୍ବର ସଂଯୋଗୀକରଣ କାର୍ଯ୍ୟ ପ୍ରତ୍ୟେକ ଭୋଟ ଦାତା ସ୍ୱୟଂ ନିଜେ ଅନଲାଇନ ରେ କରିପାରିବେ ଏବଂ ସଂଯୋଗୀକରଣ ର ଅଧିପ୍ରମାଣ (Authentication )ନିଜ ମୋବାଇଲ ଫୋନ Voter help line app କିମ୍ବା www.nvsp.in ଜରିଆରେ କରିପାରିବେ. ଯଦି କୌଣସି କାରଣ ରୁ ଜଣେ ଭୋଟ ଦାତା ସ୍ୱୟଂ ଏହି କାର୍ଯ୍ୟ କରିବାରେ ଅସଫଳ ହୁଅନ୍ତି ତେଵେ ସେ ଚାହିଁଲେ ଅଫଲାଇନ (offline )form ସହିତ ଆବଶ୍ୟକୀୟ କାଗଜ ପତ୍ର ସଂଲଗ୍ନ କରି ଏଥିପାଇଁ ବୁଥ ଲେବେଲ ଅଧିକାରୀ ଙ୍କ ଆବେଦନ କରିପାରିବେ.ପରବର୍ତୀ ସମୟ ରେ ଏହା ସାପୃକ୍ତ ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ରିଟର୍ନିଙ୍ଗ ଅଧିକାରୀ ଙ୍କ ସ୍ତରରେ ଉକ୍ତ ଆଧାର ସଂଯୋଗୀକରଣ ପ୍ରକ୍ରିୟା ଅଧିପ୍ରମାଣ (Authentication)କରାଯିବ l ଏତଦ ବ୍ୟତୀତ ବାର୍ଷିକ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମୟ ରେ ବୁଥ ଲେବେଲ ଅଧିକାରୀ ମାନେ ଘରକୁ ଘର ଯାଇ ଭୋଟଦାତା ମାନଙ୍କ ଠାରୁ ଫର୍ମ 6(ଛଅ )-କ ଆଧାର ନମ୍ବର ସଂଗ୍ରହ କରିବେ l ଏହି ଆଧାର ନମ୍ବର ଦେବା ପାଇଁ କୌଣସି ଭୋଟ ଦାତା ଙ୍କୁ ବାଧ୍ୟ କରାଯିବ ନାହିଁ. ମାତ୍ର ନିର୍ବାଚନ ରେ ସ୍ୱଛତା ତଥା ନକଲି ଭୋଟଦାତା କୁ ରୋକିବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜିକୃତ ସମସ୍ତ ଭୋଟଦାତା ଙ୍କୁ ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର କୁ ସ୍ଵେଛା କୃତ ଭାବେ ତା.31-03-2023 ସୁଦ୍ଧା ସଂଯୋଗ କରିବା ପାଇଁ ନିବେଦନ କରାଯାଇଛି l ସେହିପରି ପୂର୍ବରୁ ବାର୍ଷିକ ଭୋଟର ତାଲିକା ସଂଶୋଧନ ସମୟ ରେ ଧାର୍ଯ୍ୟ ତାରିଖ ସୁଦ୍ଧା 18 ବର୍ଷ ବୟସ ର ନୂତନ ଭୋଟ ଦାତା ମାନେ ବର୍ଷରେ ଗୋଟିଏ ଥର ନାମ ପଞ୍ଜିକରଣ ପାଇଁ ଆବେଦନ କରିପାରୁଥିବା ବେଳେ ବର୍ତମାନ ଯୁବ ବର୍ଗର ଭୋଟର ମାନଙ୍କୁ ଉତ୍ସାହିତ କରିବା ପାଇଁ ବର୍ଷରେ ଭୋଟର ତାଲିକା ରେ ନାମ ପଞ୍ଜିକରଣ ପାଇଁ ଜାନୁଆରୀ 1, ଏପ୍ରିଲ 1, ଜୁଲାଇ 1 ଏବଂ ଅକ୍ଟୋବର 1 ତାରିଖ କୁ ଧାର୍ଯ୍ୟ ତାରିଖ ଭାବେ ନିଆଯାଇଛି. ଏହାଦ୍ୱାରା ଜଣେ ନୂତନ ଭୋଟର ଚାହିଁଲେ ଭୋଟର ତାଲିକା ରେ ନାମ ପଞ୍ଜିକୃତ କରିବାପାଇଁ ଆଗୁଆ ଆବେଦନ କରିପାରିବେ ଏବଂ ପରବର୍ତୀ ସମୟରେ ବାର୍ଷିକ ଭୋଟର ତାଲିକା ପ୍ରକାଶନ ସମୟରେ ତାଙ୍କ ନାମ ଭୋଟର ତାଲିକା ରେ ପଞ୍ଜିକୃତ ହୋଇ ଭୋଟର ଲିଷ୍ଟ ରେ ଯୋଗ ହୋଇଯିବ.ଉପଜିଲ୍ଲାପାଳ ଶ୍ରୀ ଦାଶ ଉପରୋକ୍ତ ବିଷୟ ଗୁଡିକୁ ପୁଙ୍ଖାନୁପୁଙ୍ଖ ଅବଗତ କରାଇ ଏହାର ବହୁଳ ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ସନ୍ୟାସୀ କୁଣ୍ଡାମାଲ-ଛୋରିଆଗଡ଼ ରାସ୍ତା ସୁଧୁରିବ କେବେ,,?

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ ଜଣାଣ ହେ ଗଜ ବଦନ

Sunil Chandra Nayak

ଶ୍ୟାମସୁନ୍ଦର ହେଲେ ରୋଗୀ କଲ୍ୟାଣ ସମିତି ର ସାଂସଦ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!