ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜକୋଟ୍ ର ମୁରବି ଠାରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା, ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀଙ୍କ ଦାବୀ

ରୁପ୍ରା, (ମନିସ) : ନିଜ ଅଞ୍ଚଳରେ କୌଣସି କାମଧନ୍ଦା ମିଲୁ ନଥିବା ସମୟରେ ଅଞ୍ଚଳର ଶ୍ରମିକ ମାନେ ଦାଦନ ଭାବରେ ଅନ୍ୟ ରାଜ୍ୟ ମାନଙ୍କୁ କାମ କରିବାକୁ ଯାଇ ଶବ ହୋଇ ଭିଟାମାଟିକୁ ଫେରୁଥିବା ବେଳେ ଅନେକ ଶ୍ରମିକଙ୍କ ଶବ ଗାଁକୁ ମଧ୍ୟ ଆସିପାରୁ ନାହିଁ। ସୂଚନାଯୋଗ୍ୟ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ କର୍ମେଗାଁ ଗ୍ରାମ ପଞ୍ଚାୟତ ଅଧିନ ଖମ୍ବପଡା ଗ୍ରାମର ସ୍ୱର୍ଗତ ଅରକ୍ଷିତ କରୁଆଁଙ୍କ ସାନପୁଅ ଘନଶ୍ୟାମ କରୁଆଁ ୪୦ବର୍ଷ ବୟସ ଦାଦନ ଶ୍ରମିକ ଭାବରେ ଗୁଜୁରାଟର ମୁରବି ଜିଲ୍ଲାରେ କାମ କରୁଥିବା ବେଳେ ବୁଧବାର ଦିନ ହଠାତ୍ ଅସୁସ୍ଥ ହେବାରୁ ସମ୍ପର୍କୀୟ ଶଳା ଖେତୁପଡା ଗ୍ରାମର ପୁରୁନ୍ଦର ଗୌଡ ସେଠାକାର ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ, ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ଭୋର୍ ସମୟରେ ଘନଶ୍ୟାମଙ୍କ ଦେହାନ୍ତ ହୋଇଥିବା ବାବଦରେ ତାଙ୍କ ସମ୍ପର୍କୀୟ ସୂଚନା ଦେଇଥିଲେ । ଏହି ଖବର ଜଣାପଡିବା ପରେ ପରିବାର ତଥା ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ସେଠାରୁ ଶବ ଆଣିବା ପାଇଁ ସମ୍ଭବ ହୋଇ ନପାରିବାରୁ କିଛି ଓଡ଼ିଆ ଦାଦନ ଶ୍ରମିକଙ୍କ ସହଯୋଗରେ ସମ୍ପର୍କୀୟ ଶଳା ଗୁରୁବାର (ଆଜି) ଶବ ସତ୍କାର କରିଥିଲେ। ତେବେ ଗାଁରେ ଥିବା ଘନଶ୍ୟାମଙ୍କ ରୋଗୀଣା ମା’ ଜେମାମଣି, ପତ୍ନୀ କାନ୍ତି କରୁଆଁ ତଥା ବଡଝିଅ ତ୍ରିବେଣୀ ଓ ଦୁଇପୁଅ ରାଜୁ ଓ ପ୍ରମୋଦ ବାପାଙ୍କ ଶେଷ ଦର୍ଶନ ମଧ୍ଯ କରିପାରିଲେ ନାହିଁ । ସୂଚନା ଥାଉକି ଏହି ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ଯକ୍ତି ଥିବା ବେଳେ ବର୍ତ୍ତମାନ ତାଙ୍କ ମୃତ୍ୟୁ ହୋଇଥିବାରୁ ପରିବାର ସମ୍ପୁର୍ଣ୍ଣ ଭାଙ୍ଗିପଡିଛନ୍ତି। ସରକାରୀ ସହାୟତା କହିଲେ ଉକ୍ତ ପରିବାର ମାସକୁ କେବଳ ୩୦ କିଲୋଗ୍ରାମ ଚାଉଳ ମିଲୁଥିବା ବେଳେ ଅନ୍ୟ କୌଣସି ସରକାରୀ ସହାୟତା ପାଉନଥିବା ଜଣାପଡିଛି, ଏପରିକି ଚାଳ ଛପର ଘରେ ରହୁଥିବା ବେଳେ ଆବାସ ଯୋଜନାରେ ପକ୍କା ଘରଟିଏ ମଧ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଣୁ ଉକ୍ତ ପରିବାରକୁ ଶୁଦ୍ଧିକ୍ରିୟା ନିମନ୍ତେ ରେଡ୍ କ୍ରସ୍ ତରଫରୁ ସହାୟତା ରାଶି ପ୍ରଦାନ ସହ ସରକାରଙ୍କ ତରଫରୁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରାଯିବା ପାଇଁ ଜିଲ୍ଲା ପ୍ରସାଶନକୁ ଗ୍ରାମବାସୀ ଦାବୀ କରିଛନ୍ତି।

ରୁପ୍ରା, ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ମହାବିଦ୍ୟାଳୟ ର ପଡିଆ ରେ ଉନ୍ମତ କାଣ୍ଡ – ଗେଲେରି ଗେଟ କୁ ଭାଙ୍ଗି ଦେଲେ , ପ୍ରଶାସନ ନୀରଦ୍ରଷ୍ଟା

Sunil Chandra Nayak

ରାସୋଳ କୁ “ ଏନ୍‌ଏସି ” ମାନ୍ୟତା ପ୍ରଦାନ କରିବା ଦାବିରେ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଆନ୍ଦୋଳନ

Sunil Chandra Nayak

ଧର୍ମଗଡ ରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ

Sunil Chandra Nayak

Leave a Comment

error: Content is protected !!