ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ଧର୍ମଗଡ ବିଧାୟକ

କୋକସରା,୫/୮-( ମ ନି ସ ) ୫ଟି ମୋ ସ୍କୁଲ ଯୋଜନା ରେ ରାଜ୍ୟର ଅଧିକାଂଶ ଉଚ୍ଚ ବିଦ୍ୟାଳୟର ନବ କଳେବର ହୋଇଛି। ଏହି ଯୋଜନାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ଜବାହାର ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ରୂପାନ୍ତରିତ ହୋଇଛି।ଶୁକ୍ରବାର ଧର୍ମଗଡ ବିଧାୟକ ମୌଷଧି ବାଗ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ସ୍ମାର୍ଟ ଶ୍ରେଣୀ ଗୃହରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହ ଶୈକ୍ଷିକ ବାତାବରଣ ଓ ସ୍ମାର୍ଟ ସ୍କୁଲରେ ଶିକ୍ଷାଦାନକୁ ନେଇ ପଚାରି ବୁଝିଥିଲେ। ପରେ ସ୍ମାର୍ଟ ସ୍କୁଲ ଲାଇବ୍ରେରି, ବିଜ୍ଞାନଗାର, ଶୌଚାଳୟ ଓ ସ୍କୁଲ ପରିବେଶ ପରିଦର୍ଶନ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ସହ ସ୍କୁଲର ଅନ୍ୟ ବିଷୟରେ ଆଲୋଚନା କରିଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ ବିଧାୟକଙ୍କୁ ଖାଲି ଥିବା ପିଜିଟି ଶିକ୍ଷକ ପଦବୀ ପୂରଣ କରିବାକୁ ଅନୁରୋଧ କରିଥିବା ଜଣାପଡିଛି। ବିଧାୟକଙ୍କ ସହ କୋକସରା ବିଜେଡି ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଉପସ୍ଥିତ ରହିଥିଲେ।

Related posts

ସରୋଜିନୀ ପତି ଙ୍କ କବିତା ନାଭି କ୍ଷେତ୍ର ରଥଯାତ୍ରା 

Sunil Chandra Nayak

କଶ୍ରୁପଡା କନିଷ୍ଠ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ

Sunil Chandra Nayak

ରାଷ୍ଟ୍ରପତି ଙ୍କ ବିରୁଦ୍ଧ ରେ ଅଶାଳୀନ ଓ ଅଭଦ୍ର ଟିପଣି ବିରୁଦ୍ଧ ରେ ପଶ୍ଚିମ ବଙ୍ଗ ମନ୍ତ୍ରୀ ଙ୍କ ବିରୋଧ ରେ ଥାନା ରେ ଏତଲା ଦେଲା ଚନ୍ଦାହାଣ୍ଡି ବିଜେପି ଆଦିବାସୀ ମୋର୍ଚ୍ଚା

Sunil Chandra Nayak

Leave a Comment

error: Content is protected !!