ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେନ୍ତୁଳିଖୁଣ୍ଟି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଅଭିଭାବକ ଓ ଶିକ୍ଷକ ବୈଠକ

ତେନ୍ତୁଳିଖୁଣ୍ଟି -05/08/22 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲକଡ଼ିପାଲା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଅଧ୍ୟକ୍ଷ ଅବିନାଶ ସାହୁ ଙ୍କ ପୌରହିତ୍ୟ ରେ ହୋଇଥିବା ବେଳେ ପବିତ୍ର ମୋହନ ନାୟକ ସଂଯୋଜନା କରିଥିଲେ। ବିଦ୍ୟାଳୟ ରେ ପଢୁଥିବା ଛାତ୍ରୀ ଛାତ୍ର ଙ୍କ ଅଭିଭାବକ ଙ୍କ ଠାରୁ ବର୍ତ୍ତମାନ କଣ ଆଉ କରାଗଲେ ବିଦ୍ୟାଳୟ ରେ ଶିକ୍ଷା ଛାତ୍ର ଛାତ୍ରୀ ଙ୍କ ପାଇଁ ଉତ୍ତମ ହୋଇପାରିବ ଏ ସମ୍ପର୍କରେ ମତାମତ ଲୋଡିଥିଲେ। ଛାତ୍ର ଛାତ୍ରୀ ଙ୍କୁ ସଫାସୁତୁରା କରି ଛାଡିବା ଓ ରହିବାକୁ ଉପଦେଶ ଦେବା ସହ ବିଦ୍ୟାଳୟ ର ୟୁନିଫର୍ମ ପିନ୍ଧି ସର୍ବଦା ଆସିବାକୁ କୁହାଯାଇଥିଲା। ବିଦ୍ୟାଳୟରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନାହାଁନ୍ତି। ଏଥିପାଇଁ ସରକାରଙ୍କୁ ଲେଖାଯାଇଛି ବୋଲି କହିଥିଲେ। ବିଦ୍ୟାଳୟ କୁ ଠିକ ସମୟରେ ପହଞ୍ଚି ବାକୁ ତାଗିଦ କରିଥିଲେ। ବିଦ୍ୟାଳୟ ରେ କଂଫେରେନ୍ସ ହଲ ଅଵଶ୍ୟକତା ରହିଥିବା ସୁଚାଇଥିଲେ। ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ସହଯୋଗ ମିଳିଲେ ଏହି ବିଦ୍ୟାଳୟ ଶିକ୍ଷା ଓ କ୍ରୀଡା ରେ ଏକ ନମ୍ବର ହୋଇପାରିବ ଏନେଇ ସମସ୍ତଙ୍କ ସହଯୋଗ ଲୋଡିଥିଲେ। ବୈଠକ ରେ ପ୍ରାୟ ଅଧିକାଂଶ ଅଭିଭାବକ ଯୋଗ ଦେଇଥିଲେ ଅଶ୍ବିନୀ ଆଚାର୍ଯ୍ୟ ଅଭିଭାବକ ଙ୍କ ମତ ଉପସ୍ଥାପନ କରିଥିଲେ। ଶିକ୍ଷକ ଯଶବନ୍ତ ପାଇକରାୟ,ଜ୍ୟୋତ୍ସା ରାଣୀ , ରଣା, ସୁମିତ ସୁନା,ସୁବ୍ରତ ପଟେଲ,ଶ୍ରୀରାମ ସାହୁ,ପ୍ରମୁଖ ଉପସ୍ଥିତଥିଲେ। ଏହି ବୈଠକ ରେ ଛାତ୍ର ଛାତ୍ରୀଙ୍କ ମାସିକ ପରୀକ୍ଷା ର ଫଳାଫଳ ଘୋଷଣା କରାଯାଇଥିଲା। ଶେଷରେ ପବିତ୍ର ମୋହନ ନାୟକ ଧନ୍ୟବାଦ ଦେଇଥିଲେ।

ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ 

 

 

Related posts

ଭାରତୀୟ ବେରୋଜଗାର ମୋର୍ଚ୍ଚାର ଥାଳି ପିଟ ଆନ୍ଦୋଳନ

Sunil Chandra Nayak

ବୁଢ଼ାରଜା ଦଶରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗୋଡମୋଡା ଯନ୍ତ୍ର

Leave a Comment

error: Content is protected !!