ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୋକାନ କାନ୍ଥ ଭାଙ୍ଗି ମୋବାଇଲ ଚୋରୀ ଘଟଣା, ଦୁଇ ଗିରଫ, ମୋବାଇଲ ଓ ଟଙ୍କା ଜବତ

ତେନ୍ତୁଳିଖୁଣ୍ଟି :07/8/22 ଦୋକାନ କାନ୍ଥ ଭାଙ୍ଗି ମୋବାଇଲ ଚୋରୀ ଘଟଣାରେ ତେନ୍ତୁଳିଖୁଣ୍ଟି ପୁଲିସ କୁ ମିଳିଛି ସଫଳତା ! ଘଟଣା ର 10 ମାସ ପରେ ପୁଲିସ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି,ଗିରଫ ହୋଇଥୁବା ଦୁଇଜଣ ଅଭିଯୁକ୍ତ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମର ଲକ୍ଷ୍ମଣ ହରିଜନ 42 ଏବଂ କାମତା ଗ୍ରାମର ଆଶିଷ କୁମାର ନାୟକ (23) ବୋଲି ଜଣାପଡିଛି ! ସେହିପରି ଗିରଫ ଦୁଇଜଣ ଅଭିଯୁକ୍ତ ଙ୍କ ଠାରୁ ତିନୋଟି ମୋବାଇଲ ଏବଂ 5 ହଜାର ଟଙ୍କା ଜବତ ହୋଇଥୁବା ତେନ୍ତୁଳିଖୁଣ୍ଟି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ କୁମାର ସେନ ସୂଚନା ଦେଇଛନ୍ତି ! ସୂଚନା ଅନୁଯାୟୀ ଗତ ବର୍ଷ ନଭେମ୍ବର ମାସ 26 ତାରିଖ ରାତ୍ରରେ କୁର୍ମାକୋଟ ମୁଖ୍ୟ ଛକରେ ଥିବା ପାତ୍ର ମୋବାଇଲ ଦୋକାନ କାନ୍ଥ ଭାଙ୍ଗି ଚୋରୀ ହୋଇଥିଲା ! ଏଥିରେ 8 ଟି ମୋବାଇଲ ଫୋନ ଏବଂ 8 ହଜାର ଟଙ୍କା ଚୋରୀ ହୋଇଥୁବା ନେଇ ନଭେମ୍ବର 27 ତାରିଖ ରେ ଦୋକାନ ମାଲିକ ପ୍ରବୀଣ କୁମାର ପାତ୍ର ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ଏ ନେଇ ତେନ୍ତୁଳିଖୁଣ୍ଟି ଥାନା କେଶ ନଂ 130/21 ଅନୁଯାୟୀ ଏକ ମାମଲା ରୁଜୁ କରି ପୁଲିସ ତାର ତଦନ୍ତ ଚଳେଇଥିଲା ! ମୋବାଇଲ ଆଇ ଏମ ଆଇ ନମ୍ବର କୁ ଟ୍ରେସ କରି ପୁଲିସ ତଦନ୍ତ କରୁଥୁବା ବେଳେ ଘଟଣା ର 10 ମାସ ପରେ ସଫଳତା ମିଳିଛି ! ଗତକାଲି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ 3 ଟି ମୋବାଇଲ ଫୋନ ଏବଂ ପାଞ୍ଚ ହଜାର ଟଙ୍କା ଜବତ କରିଛି ! ଆଜି ଉଭୟ ଙ୍କ ଡାକ୍ତରୀ ମାଇନା ପରେ ବିଚାର ବିଭାଗୀୟ ହାଜତ କୁ ପଠେଇଥୁବା ଏସଡ଼ିପିଓ ଶ୍ରୀ ଆଦିତ୍ୟ ସେନ ସୂଚନା ଦେଇଛନ୍ତି ! ଆଜିର ସାମ୍ବାଦିକ ସମ୍ମିଳନୀ ରେ ଏସଡିପିଓ ଶ୍ରୀ ଆଦିତ୍ୟ ସେନ ଙ୍କ ସମେତ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ, ଏଏସଆଇ ତୁଳସୀରାମ ପୂଜାରୀ ଉପସ୍ଥିତ ଥିଲେ ! ଏଏସଆଇ ତୁଳସୀ ରାମ ପୂଜାରୀ କେଶର ତଦନ୍ତ କରୁଥିଲେ !

         ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ରାଜସ୍ୱ ଫାଙ୍କି ଇଟା ବେପାରୀ ମାଲେମାଲ,,, ବର୍ଦ୍ଧିତ ଦର ଯୋଗୁଁ ଗ୍ରାହକଙ୍କ ହାଲ ବେହାଲ,,

Sunil Chandra Nayak

ବ୍ଲକ କୃଷକ ପରାମର୍ଶ କମିଟି ବୈଠକ

Sunil Chandra Nayak

କନ୍ଧମାଳ ରେ ପ୍ରସିଦ୍ଧ ଚୈତ୍ର ମାସର ଦଣ୍ଡ ନାଚ ପର୍ବ ପାଳନ

Sunil Chandra Nayak

Leave a Comment

error: Content is protected !!