ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟିକରନ୍ତୁ – ଜିଲ୍ଲାପାଳ 

ନବରଙ୍ଗପୁର ୦୬/୦୮ (ମନିସ) ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବା ନିମନ୍ତେ ଆଉ ପାଦେ ଆଗକୁ ଗଲା ଜିଲ୍ଲା ପ୍ରଶାସନ । ,ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀ ମାନଙ୍କୁ ବିଦ୍ୟାଳୟ କୁ ଫେରାଇବା ସହିତ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷାରେ ସେମାନଙ୍କୁ ସାମିଲ କରିବାର ଅଭିଯାନ ଆରମ୍ଭ କରାଯାଇଛି । ଏହି ମର୍ମରେ ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାର ୫୦ ଜଣ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡଃ ମିଶ୍ର କହିଲେ ଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ବାଲ୍ୟବିବାହ ସମସ୍ଯା ଟି ସମାଜରେ ଅତିପୁରାତନ । ଶିକ୍ଷା ଓ ସଚେତନ ଅଭାବରୁ ପ୍ରଥା ପରମ୍ପରା ନାମରେ କିଶୋରୀ ବାଳିକା ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଯାଉଛନ୍ତି । ଏଥି ପାଇଁ ଶିକ୍ଷକ ସମାଜ କୁ ଏକ ଗୁରୁ ଦାୟିତ୍ଵ ପ୍ରଦାନ କରାଯାଇଛି । ଶିକ୍ଷକ ସମାଜ ସାମାଜିକ ପରିବର୍ତ୍ତନ ପାଇଁ ସୁଯୋଗ୍ୟ ଛାତ୍ର ସୃଷ୍ଟିକରନ୍ତୁ । ଯେଉଁ ଛାତ୍ର ଛାତ୍ରୀ ମାନେ ଆଗାମୀ ଦିନରେ ଏକ ସୁସ୍ଥ ସମାଜ ଗଠନର ବାହକ ସାଜି ସମାଜରୁ ବାଲ୍ୟବିବାହ ପରି କୁସଂସ୍କାର କୁ ଦୂରେଇବାରେ ସହାୟକ ହୋଇପାରିବେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦେଶ୍ୟ ଜ୍ଞାପନ କରିବା ସହିତ ଜିଲ୍ଲାରେ ବାଲ୍ୟବିବାହ କୁ ରୋକିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେଇଥିଲେ । ଏଥି ସହିତ ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀ ମାନଙ୍କୁ ବିଦ୍ୟାଳୟ କୁ ଫେରାଇବା ସହିତ ବିଭିନ୍ନ ପ୍ରକାର ଧନ୍ଦାମୂଳକ ଶିକ୍ଷାରେ ସେମାନଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାଗ ପ୍ରତ୍ଯେକ ଶନିବାର ଦିନ ସମସ୍ତ ବିଦ୍ୟାଳୟ ରେ ବାଲ୍ୟବିବାହ ଓ ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଦାନ କରିବା ସହିତ, ପ୍ରତି ମାସରେ ଗ୍ରାମ ପଞ୍ଚାୟତ ସ୍ତରରେ ଶିକ୍ଷା ଦାନ ପାଇଁ ଗଠନ କରାଯାଇ ଥିବା କାଉନସିଲର ବୈଠକ କରାଇ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ର ଗୁରୁତ୍ଵ ତଥା ବାଲ୍ୟବିବାହର କୁପରିଣାମ ଉପରେ ସଚେତନ କରାଇବା ପାଇଁ ସମସ୍ତ ଶିକ୍ଷକ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ପରେ ପରେ ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ଶିଶୁ ମାନଙ୍କର ସୁରକ୍ଷା ଓ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲାରେ ନିଆଯାଇ ଥିବା ବିଭିନ୍ନ ପଦକ୍ଷେପ ଓ ଆଗାମୀ ଦିନର କାର୍ଯ୍ୟ କ୍ରମ ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟ।ଳୟର କାଉନସିଲର ଆଲୋକ ମହାପାତ୍ର , ଓରମାସ ର କାଉନସିଲର ଅମ୍ବିକା ରଥ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଲିଗାଲ ପ୍ରୋବେଶନ ଅଫିସର କିଶୋର ମାର୍ଥା , ବ୍ଲକ ସଂଯୋଜକ ଉତ୍ତମ କୁମାର ବିଶ୍ଵାଳ ,ସ୍ଵେଚ୍ଛାସେବୀ ଜଗନ କୁମାର ପାତ୍ର ,ମନୋରଞ୍ଜନ ବିଶୋଇ ଓ ପ୍ରଧାନ ଶିକ୍ଷକ ମାନେ ଆଲୋଚନାରେ ଭାଗନେଇ ବାଲ୍ୟବବାହକୁ ରୋକିବା ଓ ଅଧାରୁ ପାଠ ଛାଡିଥିବା ସମସ୍ତ କିଶୋର କିଶୋରୀ ମାନଙ୍କୁ ବିଦ୍ୟାଳୟ କୁ ଫେରାଇବା ଉପରେ ନିଜର ମତା ମତ ପ୍ରଦାନ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା

ନିୟୁଜ୍।

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଜୀବନ

Sunil Chandra Nayak

ସରଧାପୁର ରେ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣରେ ମଦ ଓ ପଚ ଜବତ

Sunil Chandra Nayak

Leave a Comment

error: Content is protected !!