ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୟୂରଭଞ୍ଜ କୁମ୍ଭାର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଓ ମେଧାବୀ ଅଭିନନ୍ଦନ

ମୟୂରଭଞ୍ଜ ୭/୮/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ମୟୂରଭଂଜ କୁମ୍ଭାର ଉନ୍ନୟନ ପରିଷଦ’ ଆନୁକୂଲ୍ୟରେ କୁସୁମି ବ୍ଳକର ହାଟବାଦଡା କାର୍ଗିଲ ଛକ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଓ ମେଧାବୀ ଅଭିନନ୍ଦନ -୨୦୨୨ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ,ସମ୍ମାନୀତ ଅତିଥି ରାଇରଙ୍ଗପୁର ପୌର କାଉନସିଲର ସୁକଦେବ ବେହେରା,ଅନ୍ୟତମ ଅତିଥି ହାଟବାଦଡା ପଞ୍ଚାୟତ ସମିତି ସଭ୍ୟା ଅନିତା ବେହେରା,ସଭାପତି ଭୀମ ଚରଣ ରାମ,ସଂପାଦକ ମହେନ୍ଦ୍ର ନାଥ ବେହେରା, ଦ୍ରୌପଦୀ ବେହେରା,କୁନି ବେହେରା,ହୀରାଲାଲ ନାଏକ,,ଅମୂଲ୍ୟ କୁମ୍ଭାକାର, କାର୍ତ୍ତିକ ଚନ୍ଦ୍ର ବେହେରା,ବକ୍ସି ଜଗବନ୍ଧୁ ପାଲ,ସଂଜୟ ରାମ,ନରେଶ ଚନ୍ଦ୍ର ବେହେରା,କନ୍ଦର୍ପ ବେହେରା, ଭୀମସେନ ବେହେରା ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ସଭାପତି ଭୀମ ରାମ କହିଥିଲେ ମଣିଷ ସମାଜର ବିକାଶରେ କୁମ୍ଭାର ସମାଜର ଅବଦାନ ଅନନ୍ୟ । ସେମାନେ ଥିଲେ ବିଶ୍ଵକର୍ମା । କିନ୍ତୁ ସାଂପ୍ରତିକ ପରିସ୍ଥିତିରେ ସ ସେମାନଙ୍କୁ ଅନୁସୂଚିତ ଜାତିରୁ ବାଦ କରି ଦିଆଯାଇଛି ।ମାଟି ନିର୍ମାଣ ଜିନିଷ ସ୍ଥାନରେ ଷ୍ଟିଲ ସେହି ସ୍ଥାନ ଦାଖଲ କରିଛି ।ଯାହାଫଳରେ ଭାରତରେ ଅଢେଇ କୋଟି ଲୋକ ତଥା ଓଡ଼ିଶାରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ କୁମ୍ଭାର ସମାଜ କାମଧନ୍ଦା ନ ପାଇ ନାନା ହଇରାଣ ହରକତ ହେଉଛନ୍ତି ।ଜୀବିକା ହରାଇ ବସିଛନ୍ତି ।ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ତେଣୁ ସେମାନଙ୍କୁ ସରକାର ପୁନଃ ଅନୁସୂଚିତ ଜାତିର ମାନ୍ୟତା ପ୍ରଦାନ କରାଯିବା ପାଇଁ କହିଥିଲେ । ମୁଖ୍ୟ ଅତିଥି ବିଧାୟକ ନବ ଚରଣ ମାଝୀ ଆସନ୍ତା ବିଧାନସଭାରେ କୁମ୍ଭାର ସମାଜର ସମସ୍ୟାକୁ ବିଧାନସଭାରେ ଉପସ୍ଥାପନା କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ କୁମ୍ଭାର ସମାଜର ଶତକଡା ଅଶୀ ଭାଗ ମାର୍କ ଉର୍ଦ୍ଧ୍ବ ରଖିଥିବା ୧୦ ଜଣ ବିଦ୍ଯାର୍ଥିଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା ।ତଦସହ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ବାଲ୍ୟ ଶିକ୍ଷକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାସୁଦେବ ବେହେରାଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୁମ୍ଭାର ସମାଜର ଲୋକେ ଯୋଗ ଦେଇଥିଲେ ।ସଂପାଦକ ମହୃନ୍ଦ୍ର ନାଥ ବେହେରା ସମସ୍ତ କୁମ୍ଭାର ସମାଜକୁ ନିଜର ଅଧିକାର ହାସଲ ପାଇଁ ଏକଜୁଟ ହେବାପାଇଁ ନିବେଦନ କରିବା ସହ ଯୋଗଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଓଡ଼ିଶା କୃଷକ ସଭା ର ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ଅବରୋଧ

Sunil Chandra Nayak

ଲଡୁଗାଁ ଶାରଦୀୟ ଦୁର୍ଗାପୂଜା ତୃତୀୟ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ସଂସଦର ନୂଆଖାଇ ଭେଟଘାଟ ଓ କବିତା ଆସର

Sunil Chandra Nayak

Leave a Comment

error: Content is protected !!