ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶୋଇ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଷ୍ଟାଣ୍ଡ ଫର୍ ନିଡି ୟୂଥ କ୍ଲବ ପକ୍ଷରୁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହୁଇଲ ଚେୟାର ପ୍ରଦାନ

 ମୟୂରଭଞ୍ଜ ୮/୭/୮/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଟି ପିଏଚସି ମାନ୍ୟତା ପ୍ରାପ୍ତ ହେଇଥିଲେ ସୁଦ୍ଧା ବିଶୋଇ ବ୍ଲକ ର ୧୩ ଟି ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ଅଧିବାସୀ ଓ ଯାତାୟାତ କରୁଥିବା ଯାତ୍ରୀ ମାନଙ୍କ ପାଇଁ ଏକ ମାତ୍ର ନିର୍ଭରଶୀଳ ଏହି ବିଶୋଇ ଡାକ୍ତରଖାନା । ଆଦିବାସୀ ଅଞ୍ଚଳରେ ସ୍ଵାସ୍ଥ୍ୟସେବା ଯୋଗାଇବାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଏହି ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଅଦ୍ୟାବଧି କୌଣସି ଏକ ହୁଇଲ ଚେୟାର ନ ରହିବା ପରିତାପର ବିଷୟ। ତେବେ ବିଶୋଇ ମେଡିକାଲ ପରିସର ମଧ୍ୟରେ ରୋଗୀଙ୍କ ସାମୁହିକ ସୁବିଧା ଯୋଗାଇଦେବା ଲକ୍ଷ ନେଇ ଆଜି ରବିବାର ମଧ୍ୟାହ୍ନ ସମୟରେ ବିଶୋଇ ର ଯୁବ ସଂଗଠନ ଷ୍ଟାଣ୍ଡ ଫର୍ ନିଡି ୟୂଥ କ୍ଲବ ପକ୍ଷରୁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ହୁଇଲ ଚେୟାର ପ୍ରଦାନ କରାଯାଇଅଛି। କ୍ଲବର ସଭାପତି ଆଶିଷ କୁମାର ଦାସଙ୍କ ନେତୃତ୍ୱରେ ସମ୍ପାଦକ ସୁନିଲ କୁମାର ମହାପାତ୍ର, ରଞ୍ଜନ କବାଟ,କାଶୁ ମାଝୀ, ରବିନ୍ଦ୍ର ମହାନ୍ତ, ଅଭିଜିତ ମହାନ୍ତି ପ୍ରମୁଖ ଉପସ୍ଥିତିରେ ଏହି ହୁଇଲ ଚେୟାର କୁ ବିଶୋଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସକ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ରାଉତଙ୍କୁ ହସ୍ତାନ୍ତର କରିଛନ୍ତି। ସେହିପରି ଆଗାମୀ ଦିନରେ ବିଶୋଇ ମେଡ଼ିକାଲର ଉନ୍ନତି ସହିତ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ପାଇଁ ନିଡି ୟୂଥ କ୍ଲବ ଆଗକୁ ଆସିବ ବୋଲି ସଭାପତି ପ୍ରକାଶ କରିଛନ୍ତି। ୟୁଥ୍ କ୍ଳବ ର ଏ ପରି ଅଭିନବ କାର୍ଯ୍ୟ ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ଉତ୍କେଲା ରେ ଭାରତବନ୍ଧ ପାଳନ

ଖଡ଼ିଆଳ ପବ୍ଲିକ ସ୍କୁଲ ପରିସର ମଧ୍ୟରେ ଉଦଘାଟିତ ହେଲା ଅଟଳ ଟିଙ୍କରୀଙ୍ଗ ଲେବ

କାର୍ତ୍ତିକେଶ୍ଵର ଭଷାଣି ସମୟରେ ଅଘଟଣ, ବାଣ ଫୁଟି ୪୦ରୁ ଅଧିକ ଆହତ

Sunil Chandra Nayak

Leave a Comment

error: Content is protected !!