ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶୋଇ ପ୍ରେସ କ୍ଳବ ତରଫରୁ ନୂତନ ଓ ବଦଳି ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

 ମୟୂରଭଞ୍ଜ ୦୭।୦୮/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନାର ଭାରପ୍ରାପ୍ତ ଅଧିକାରୀ ଫଣିନ୍ଦ୍ର ଭୂଷଣ ନାଏକ ଓ.ଆଇ.ସି ରୁ ଆଇ.ଆଇ.ସି କୁ ପଦୋନ୍ନତି ପାଇବା ପରେ ଆଜି ଝାରପଖରିଆ ଥାନାକୁ ବଦଳି ହୋଇଛନ୍ତି।ଶ୍ରୀ ନାଏକଙ୍କ ବଦଳି ପରେ ବିଶୋଇ ଥାନାରେ ନୂତନ ଥାନା ଅଧିକାରିଣୀ ଭାବରେ ଶୁଳିଆପଦା ଥାନାର ଓଆଇସି ମିନି ଭୋଇ ଆଜି ବିଶୋଇ ଥାନର ନୂତନ ଭାରପ୍ରାପ୍ତ  ଅଧିକାରିଣୀ ଭାବରେ  ଯୋଗଦାନ କରିଛନ୍ତି।ଏହି ପରିପ୍ରେକ୍ଷୀରେ ବିଶୋଇ ପ୍ରେସ କ୍ଳବ ତରଫରୁ ବଦଳି ହୋଇଥିବା ଥାନା ଅଧିକାରୀ ଶ୍ରୀ ନାଏକଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ନୂତନ ଭାବରେ ଯୋଗଦାନ କରିଥିବା ଥାନା ଅଧିକାରିଣୀ ଶ୍ରୀମତୀ ଭୋଇଙ୍କୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ବିଶୋଇ ପ୍ରେସ କ୍ଳବର ସଭାପତି ସୁବାଷ ପାତ୍ର ଓ ସମ୍ପାଦକ ଧୀରେନ୍ଦ୍ର ଦାସଙ୍କ ନେତୃତ୍ୱରେ ସଙ୍ଘର କୋଷାଧ୍ୟକ୍ଷ ଶାନ୍ତନୁ ପାତ୍ର ସମେତ ରଞ୍ଜନ ପାତ୍ର,ଅମିତ ଦାସ,ସୁନୀଲ ମହାପାତ୍ର,ଶିବପ୍ରସାଦ ଶର୍ମା,ବାବଲି ରାଜ,ଚନ୍ଦ୍ରମୋହନ ଟୁଡୁ,ଚନ୍ଦ୍ରମୋହନ ସୋରେନ,ଆନୱାର ହୁସେନ ପ୍ରମୁଖ ବିଶୋଇ ପ୍ରେସ କ୍ଳବର ସାମ୍ବାଦିକ ମାନେ ଉପସ୍ଥିତ ରହି ଆଜି ଉଭୟ ଥାନା ଅଧିକାରୀଙ୍କୁ ଉପଢକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ ଜଣାଇଛନ୍ତି। ପ୍ରେସ୍ କ୍ଳବ ଓ ଥାନା ମଧ୍ୟରେ କିପରି ସବୁ କ୍ଷେତ୍ରରେ ସହଯୋଗ ଓ ଉତ୍ତମ ସମ୍ପର୍କ ରହିବ ସେନେଇ ନୂତନ ଥାନା ଅଧିକାରିଣୀ ସହିତ ପ୍ରେସ କ୍ଳବର ସଦସ୍ୟ ମାନେ ଆଲୋଚନା କରିଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

କଳାହାଣ୍ଡି ର ନାଁ ରଖିଲେ ଜୟରାମ – ୧୦୦ ମିଟର ଦୌଡରେ ରୋପ୍ଯ ପଦକ ହାସଲ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଅଭିଭାବକ ସମ୍ମିଳନୀ

Sunil Chandra Nayak

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ୨୦୫ ସ୍ବତନ୍ତ୍ର ଟ୍ରେନ୍‌: ରେଳମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!