ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ୍‌ ପ୍ରଭା ନାୟକ ଙ୍କ କବିତା ଶ୍ରୀ ଚକାନୟନ 

 ଶ୍ରୀ ଚକାନୟନ 

ଶ୍ରୀ ଚକାନୟନେ ଆହା କି ଯାଦୁ
ଦରଶନ କଲେ ଝରଇ ମଧୁ
ହରେ କୃଷ୍ଣ ହରେ ରାମ ଶ୍ରୀ ପଦ ପଦୁ
ମଧୁମକରନ୍ଦ ଝରେ ଶ୍ରୀପଦ୍ମପାଦୁ
ଶ୍ରୀଚ଼କାନୟନେ . . . . . . . . .
ଲୀଳାମୟ ଲୀଳା ତବ କି ଯାଦୁକରୀ
ଶୋଭା ରେ ଶୋଦ୍ଭା ରେ ଶ୍ରୀରାଧେ ମୁରାରୀ
ଶ୍ରୀ ରାଧା ମୟ ହରି ଙ୍କୁ ନ ପାରେ ପାଶୋରୀ
ତୁହାଇ ମନେ ପଡ଼ୁଛି ଶ୍ରୀନୀଳଗିରୀ
ତବ ଦରଶନେ ମନ ଚେଇଁ ଉଠଇ ନିଦୁ
ଶ୍ରୀ ଚ଼କାନୟନେ . . . . . . . . .
ଅନ୍ଧାରେ ଆଲୋକ ମୟ 
     କଳା ରଙ୍ଗ ଟି ମୋ ବିନ୍ଦୁ
ଆନନ୍ଦେ କଳା ରେ କଳା ପିରତୀ ଛନ୍ଦୁ
ଗୋପୀକା ବଲ୍ଲଭ ହରି 
     ଦ୍ଭାବ ଡୋରେ ବାନ୍ଧୁ
ଭକତ ପରାଣ ଧନ ନିରତେ ଡ଼ାକଇ ବିନ୍ଦୁ
ଶ୍ରୀ ଚକାନୟନେ . . . . . . . . .

   ଜୟ ଜଗନ୍ନାଥ 

ବିଦ୍ୟୁତ୍‌ ପ୍ରଭା ନାୟକ 

କୁଆଖିଆ, ଯାଜପୁର 

Related posts

ଦୁଇ ଶିକ୍ଷକ ଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ରଶ୍ମି ପ୍ରକାଶନୀ ତରଫରୁ ରଶ୍ମିପ୍ରଭା ପୁସ୍ତକ ଲୋକାର୍ପଣ ଉତ୍ସବ ଓ ଆଲୋଚନାଚକ୍ର

Sunil Chandra Nayak

ରଞ୍ଜନ କୁମାର ମହାନ୍ତି ଙ୍କ କବିତା – ଏ ଫଗୁଣେ ତୁମେ

Sunil Chandra Nayak

Leave a Comment

error: Content is protected !!