ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା/ କୁଆଁରମୁଣ୍ଡା ସ୍ଥିତ ସାଇ ଭାଲ୍ଲୀ ଓ୍ୱଲଡ ମାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ର ଶେଷବର୍ଷ ବିବିଏ ଓ ବିସିଏ ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଅନୁଷ୍ଠାନ ର ନିର୍ଦ୍ଦେଶକ ଗଣେଶ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଲଷ୍ମୀ ବେଉରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ପ୍ରଫେସର ଶୁଭେନ୍ଦ୍ର ପଣ୍ଡା, ପ୍ରଫେସର କମଲ ଲୋଚନ ପଟେଲ, ପ୍ରଫେସର ବସନ୍ତ କୁମାର ଦାସ, ସୁଧୀର କୁମାର ବେହେରା, ରିୟା ମୁଖାର୍ଜୀ, ଲଷ୍ମୀ ବେଉରା ଓ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ବଳ କାମନା କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଗଣେଶ୍ବର ପଟ୍ଟନାୟକ ବିଦାୟୀ ଛାତ୍ର ଛାତ୍ରୀ ଙ୍କୁ ଶୁଭେଚ୍ଛା ଦେବା ସହ ସେମାନେ ନିଜ ବୃତ୍ତିରେ ଶୀର୍ଷ ସ୍ଥାନ ହାସଲ କରି ଅନୁଷ୍ଠାନ କୁ ଗୌରବାନ୍ବିତ କରିବା ପାଇଁ ଆଶା ପୋଷଣ କରିଥିଲେ। ଅନୁଷ୍ଠାନ ଅଧ୍ୟାପିକା ଅଞ୍ଜୁ ଶର୍ମାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଛାତ୍ର ଛାତ୍ରୀ ମାନେ ଏହି ଅବସରରେ ଅନୁଷ୍ଠାନ ସହ ସଂପର୍କ ଓ ଅଭିଜ୍ଞତା ବଖାଣିଥିଲେ। ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସରସ୍ବତୀ ଶିଶୁମନ୍ଦିର କୁସୁମଖୁଣ୍ଟି ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ 

Sunil Chandra Nayak

ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ପରଲୋକ 

Sunil Chandra Nayak

ବ୍ୟାଙ୍କ ରୁ ତାଲା ଭାଙ୍ଗି ଚୋରି

Sunil Chandra Nayak

Leave a Comment

error: Content is protected !!