ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

ଥୁଆମୂଳ ରାମପୁର:୧୫/୮- ମ.ନି.ସ:- ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସରକାରୀ ବେସରକାରୀ, ଶିକ୍ଷାନୁଷ୍ଠାନ ମାନଙ୍କରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଥୁଆମୂଳ ରାମପୁର ସଦରମହକୁମାରେ ଥିବା ଥାନା, ବ୍ଳକ କାର୍ଯ୍ଯାଳୟ, ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ, ସ୍ବାସ୍ଥ୍ୟ ବିଭାଗ ବ୍ଯାଙ୍କ, ଡାକଘର, ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ଯାଳୟ ସମେତ ବିଭିନ୍ନ ଦଳୀୟ ବିଜେଡି, କଂଗ୍ରେସ ବିଜେପି ଦଳ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ବିଶେଷ କରି ଏହି ବର୍ଷ ଲଘୁଚାପ ଜନିତ ବର୍ଷା ଯୋଗୁଁ ସ୍ବାଧୀନତା ଦିବସ ଟିକେ ଫିକା ପଡିଥିବା ବେଳେ କିଛି ମାତ୍ରାରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିବା ଜଣାପଡିଛି। ଏହି ଅବସରରେ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଭା ଗୁଡିକ ଆୟୋଜନ କରି ଏଥିରେ ମହାପୁରୁଷଙ୍କ ଆଦର୍ଶରେ ନିଜକୁ ଗଢ଼ି ତୋଳିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ ଆଉ ମୁଁ

Sunil Chandra Nayak

ଜ୍ୟୋସ୍ନା ରାଣୀ ଦେବୀ ଙ୍କ କବିତା ଜନମ ଭୂଇଁ

Sunil Chandra Nayak

ନିରୁପମା ପାଣି ଙ୍କ କବିତା ଜୀବନଟା ଗୋଟେ ରାଜରାସ୍ତା ଭଳି

Sunil Chandra Nayak

Leave a Comment

error: Content is protected !!