ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଦେଶାତ୍ମବୋଧକ ସ୍ବରଚିତ କବିତା ପାଠୋତ୍ସବ

ଧର୍ମଗଡ:୧୫/୮/୨୨ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ-ମହୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ “ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ”। ଏହା ଏକା ସାଙ୍ଗରେ ୨୫ ଗୋଟି ଜିଲ୍ଲାର ୧୨୫ ସ୍ଥାନରେ ଏକା ସମୟ ଆଜି ଦିନ ୩ ଟାରୁ ଆରମ୍ଭ ହୋଇଛି। ଏହି କ୍ରମରେ ଧର୍ମଗଡ଼ ପଂଚାୟତ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଧର୍ମଗଡ଼ ତହସିଲଦାର ହରେକୃଷ୍ଣ ବରିହା ମୁଖ୍ୟ ଅତିଥି ରୂପେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ବିଶିଷ୍ଠ ସାହିତ୍ୟିକ ପ୍ରତାପ କିଶୋର ମୁଣ୍ଡ, କବି ଡାକ୍ତର ଅଜିତ କୁମାର ନେଗି, ସମାଜସେବୀ ଆଚାର୍ଯ୍ୟ ହୃଷିକେଶ ମିଶ୍ର,ଅଧ୍ୟାପକ ଲିଙ୍ଗରାଜ ପାତ୍ର ଯୋଗଦେଇ ସାହିତ୍ୟିକ ଙ୍କୁ ଉତ୍ସାହିତ କରିଥିଲେ। ଧର୍ମଗଡ଼ ଅଞ୍ଚଳର ବଛା ବଛା ୨୦ ଜଣ କବି ଓ କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସାହିତ୍ୟିକ ମାନସ ରଞ୍ଜନ ମୁଣ୍ଡ ପରିଚାଳନା କରିଥିଲେ। ଅଧ୍ୟାପକ ରାଜେଶ କୁମାର ମୁଣ୍ଡ, ଗୋବିନ୍ଦ ସାହୁ ଓ ଶାନ୍ତନୁ କୁମାର ପରିଡ଼ା ପ୍ରମୂଖ ସହଯୋଗ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ସଫଳ ଦୁଇ ମହିଳା ଚାଷୀ

Sunil Chandra Nayak

ବେକରେ ଦାଉଡ଼ିଦେଇ ଯୁବକର ଆତ୍ମହତ୍ୟା

Sunil Chandra Nayak

ମନରେଗା ଶ୍ରମିକ ଙ୍କୁ ସମ୍ବର୍ଦ୍ଧିତ କଲେ କୋକସରା ବ୍ଲକ ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!