ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ୭୬ତମ ସ୍ବାଧିନତା ଦିବସ ୨୦୨୨ ପାଳିତ

ଭବାନୀପାଟଣା ୧୬.୮.୨୦୨୨: (ମ ନି ସ ) ୧୫.୮.୨୦୨୨ରିଖ ଦିନ ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ୭୬ ତମ ସ୍ବାଧିନତା ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ମାନ୍ୟବର ଯୋଜନା ଏବଂ ସଂଯୋଜନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ୯.୧୫ ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଜାତି ଉଦେଶ୍ୟରେ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ୧୪.୮.୨୦୨୨ରିଖ ମଧ୍ୟରାତ୍ରରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଓ ନେହେରୁ ଯୁବ କେନ୍ଦ୍ର କର୍ମକର୍ତ୍ତା ଙ୍କ ଦ୍ଵାରା ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ସକାଳ ୫.୦୦ ଘ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସହରରେ ରାମଧୁନ ପରିବେଷଣ,ସକାଳ ୬.୩୦ମି ସମୟରେ ସହର ସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶିକ୍ଷାନଷ୍ଠାନ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ,ସକାଳ ୭.୩୦ ମି ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ଏହାପୂର୍ବରୁ ଆଜାଦି କା ଅମୃତ୍ ମହୋତ୍ସବ ” ହର ଘର ତ୍ରିରଙ୍ଗା”ଅବସରରେ ଗତ ୧୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ସହରର ସମସ୍ତ ବ୍ୟକ୍ତିଗତ ଗୃହମାନଙ୍କରେ ଗୃହକର୍ତ୍ତା ଜାତୀୟ ପତାକା ଉତ୍ତୋଳନ କରି ସହରକୁ ଦେଶପ୍ରିତିର ଏକ ନୂତନ ଉନ୍ମାଦନାର ସନ୍ଦେଶ ଦେଇଥିଲେ।ପ୍ୟାରେଡ୍ ପଡିଆରେ ଗତ ୨୭.୭.୨୦୨୨ରିଖ ପ୍ରସ୍ତୁତି ବୈଠକ ଅନୁଯାୟୀ ପୋଲିସ ବିଭାଗର ତିନୋଟି କଣ୍ଟିଜେଣ୍ଟ ଉପସ୍ଥିତ ଥିଲେ ।ଜାତୀୟ ପତାକା ଉତ୍ତୋଳନ ପରେ ମୁଖ୍ୟ ଅତିଥି ଶ୍ରୀ ରାଜେନ୍ଦ୍ର ଢୋଲକିଆ ୧୦ମ ଓ ୧୦+୨ ବୋର୍ଡ ୨୦୨୨ବାର୍ଷିକ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାରେ ସର୍ବୋଚ୍ଚ ମାର୍କ ରଖିଥିବା ଛାତ୍ର/ ଛାତ୍ରୀ ଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଏଚ ଏସ୍ ସି ୧୦ମ ବୋର୍ଡ ରେ ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝୀ ଉଚ୍ଚବିଦ୍ୟାପୀଠର ବିଦ୍ୟାର୍ଥୀ କୁମାରୀ ବୈଜନ୍ତି ମିଶ୍ର ୯୭.୫ ପ୍ରତିଶତ , ସି ବି ଏସ ଇ ୧୦ମ ବୋର୍ଡ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ,ମୁସିଗୁଡ଼ାର ବିଦ୍ୟାର୍ଥୀ ସୁଧନ୍ୟା ପତି ୯୯.୬ପ୍ରତିଶତ , ଆଇ ସି ଏସ ଇ ୧୦ ମ ବୋର୍ଡ ରେ ସ୍ଥାନୀୟ ବିମଳା କନଭେଣ୍ଟ ସ୍କୁଲର ବିଦ୍ୟାର୍ଥୀ ଔରୋଜ୍ୟୋତି ମିଶ୍ର ୯୭.୬ ପ୍ରତିଶତ ରଖିଥିବାରୁ ଜିଲ୍ଲା ପ୍ରଶାସନ ତଥା କଳାହାଣ୍ଡି ପେଷାଦାର ସାମ୍ବାଦିକ ସଂଘ ପକ୍ଷରୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।ସେଭଳି ସି ଏଚ ଏସ ଇ ୧୦+୨ ବୋର୍ଡ ବିଜ୍ଞାନ ପରୀକ୍ଷାରେ ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ସୌରଭ କୁମାର ୯୬ ପ୍ରତିଶତ ,୧୦+୨ ବାଣିଜ୍ୟରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଇଶିକା ଲାଠ ୯୨ ପ୍ରତିଶତ,୧୦+୨ କଳା ରେ ସରକାରୀ ଉଚ୍ଚ ମାଧ୍ୟମିକବିଦ୍ୟାଳୟ( ଭବାନୀପାଟଣା କଲେଜ )ର ଛାତ୍ର ମାନସ ପ୍ରଧାନି ୮୯.୮ପ୍ରତିଶତ ରଖିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାର୍ଟିଫିକେଟ ଓ ସ୍ବର୍ଗତ କିରଣ ଚନ୍ଦ୍ର ସିଂଦେଓ ସ୍ମୃତି ସମ୍ମାନ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା। ଏଚ ଏସ୍ ସି ୧୦ମ ବୋର୍ଡ଼ ୨୦୨୨ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲାରେ ମାତୃଭାଷା ଓଡିଆରେ ୧୦୦ ପ୍ରତିଶତ ମାର୍କ ରଖିଥିବା ବିଶ୍ୱଜିତ୍ ରଥ, ନୈନଦ୍ର ନାୟକ,ଅଭିଷେକ ପ୍ରଧାନ ,ଉତ୍ପଳ କୁମାର ବୋଡକିଆ , ଜିଏଲ୍ ଏସ୍ ବିଶ୍ୱଜିତ୍,ଜୟନ୍ତ ଚ୍ଛିଣ୍ଡା ,ବେଣୁଧର ବେମାଲ,ପ୍ରୀତି ମୁନି,ଭୂମିସୂତା ଯୋଶୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାର୍ଟିଫିକେଟ ଓ ସୁପର ଗ୍ୟାସ୍ ,ଭବାନୀପାଟଣା ତରଫରୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ଯୁବ ସାଂସଦ କାର୍ଯ୍ୟକ୍ରମରେ ରାଜ୍ୟ ପୁରସ୍କାର ପାଇଥିବା ଏବଂ ସାଂସଦ ଭବନ ରେ ଅନୁଷ୍ଠିତ ଜାତୀୟ ଯୁବ ସାଂସଦ କାର୍ଯ୍ୟକ୍ରମରେ ଭାଗ ନେଇଥିବା ମେଦିନୀପୁର ର ରୁଚିସ୍ମିତା ନାଗ ଙ୍କୁ ପ୍ରଶାସନ ତରଫରୁ ସାର୍ଟଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଗୃହରକ୍ଷୀ ନୃପରାଜ୍ ପ୍ରଧାନୀ କଳାହାଣ୍ଡି ଜିଲ୍ଲାରୁ ମନୋନୀତ ହୋଇ ଡିଜି ଡିସ୍କ ମେଡାଲ ଓ ପ୍ରଶଂସା ପତ୍ର ମୁଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ ।ପୂର୍ବରୁ ଗତ ୬.୮.୨୦୨୨ରିଖରେ ଅନ୍ ଲାଇନ୍ ମାଧ୍ୟମରେ ହାଇସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମଧ୍ୟରେ ଅନୁଷ୍ଠିତ ବକ୍ତୃତା ଓ କୁଈଜ ପ୍ରତିଯୋଗୀତା ରେ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ୧୫.୮.୨୦୨୨ ରିଖ ଦିନ ପୁରସ୍କୃତ କରିବାପାଇଁ ସଂପୃକ୍ତ ଶିକ୍ଷା ଅନୁଷ୍ଠାନକୁ ସାର୍ଟିଫିକେଟ ଓ ପୁରସ୍କାର ପ୍ରେରଣ କରାଯାଇଥିଲା।ପଡିଆ କାର୍ଯକ୍ରମ ପରେ ମୁଖ୍ୟ ଅତିଥି କଳାହାଣ୍ଡି ବିଶ୍ଵବିଦ୍ୟାଳୟ ପରିସରରେ ପ୍ରଶାସନ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀର ଉଦଘାଟନ କରିଥିଲେ ଏବଂ ବାଲୁଙ୍କେଶ୍ୱର ମନ୍ଦିର ଟ୍ରଷ୍ଟ ଦ୍ଵାରା ଆୟୋଜିତ ଓ ଅମଲାସଂଘ ସହଯୋଗରେ ଏକ ରକ୍ତଦାନ ଶିବିର ର ଶୁଭାରମ୍ଭ କରିଥିଲେ ।ଏହି ଅବସରରେ ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ଦ୍ଵାରା ମୁଖ୍ୟ ଡାକ୍ତରଖାନାର ଶିଶୁୱାର୍ଡ, ସେୱା ଅନୁଷ୍ଠାନ ଦ୍ଵାରା ଡାକ୍ତରଖାନାର ଜେନେରାଲ ୱାର୍ଡ,ପ୍ରଶାସନ ଦ୍ବାରା ଜିଲ୍ଲା କାରାଗାର ର ଅନ୍ତେବାସୀ ,ରୋଟାରୀ କ୍ଲବ ଦ୍ଵାରା ଶିଶୁ ଭାରତୀ ଅନାଥଶ୍ରମ ,ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ରେଡକ୍ରସ ଦିବ୍ୟାଙ୍ଗ ର ଛାତ୍ରଛାତ୍ରୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ପ୍ୟାରେଡ ପଡିଆ ରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ ପଟେଲ,ବହୁ ବିଭାଗୀୟ ଅଧିକାରୀ,ପୋଲିସ ବିଭାଗର ଉଚ୍ଚ ଅଧିକାରୀ,ସ୍ବାସ୍ଥ୍ୟ,ପୌର ଓ ପୋଲିସ ବିଭାଗର ଆମନ୍ତ୍ରିତ କୋଭିଡ ଯୋଦ୍ଧା,ଗଣମାଧ୍ୟମ ପ୍ରତିନିଧି ଓ ପୁରସ୍କାର ଲାଭ କରିଥିବା ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।ଦିବସ କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ଶୁଭେନ୍ଦୁ ଶେଖର ବେହେରା,ଶ୍ରୀ ରବି କାନୁନଗୋ,ଶ୍ରୀସତ୍ୟ ସାଇ ବିଦ୍ୟା ମଦିର ର ଅଧ୍ୟକ୍ଷ ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ ଓ ଶ୍ରୀ ସତ୍ୟ ନାରାୟଣ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ମନୋଜ ବେହେରାଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ପଡିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related posts

ଆସନ୍ତା ୧୯ରୁ ଆରମ୍ଭ , ଦୁଇ ଦିନିଆ ଅନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ 

Sunil Chandra Nayak

ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

ଚପ୍ରିଆ ଗୋଷ୍ଟୀ ସ୍ଵାସ୍ତ୍ୟକେନ୍ଦ୍ର ଠାରେ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!